Below header

ଲାଇଭ୍‌ କନସର୍ଟରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ଙ୍କୁ କ୍ଷମା ମାଗିଲେ ଅରିଜିତ ସିଂ, ଜାଣନ୍ତୁ କାହିଁକି 

ଅରିଜିତ ସିଂ ଏପ୍ରିଲ ୨୭ ଶନିବାର ଦିନ ଦୁବାଇର କୋକାକୋଲା ଏରିନାରେ ଏକ ଲାଇଭ୍‌ କନସର୍ଟରେ ଆୟୋଜନ କରିଥିଲେ । ବର୍ତ୍ତମାନ ସେହି କନସର୍ଟର ଏକ ଭିଡିଓ ସୋସଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଅରିଜିତ ସିଂ ପରଫର୍ମ ସମୟରେ ଅଭିନେତ୍ରୀଙ୍କୁ କ୍ଷମା ମାଗୁଥିବାର ନଜର ଆସିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂ, ଏପ୍ରିଲ ୨୭ ଶନିବାର ଦିନ ଦୁବାଇର କୋକାକୋଲା ଏରିନାରେ ଏକ ଲାଇଭ୍‌ କନସର୍ଟରେ ଆୟୋଜନ କରିଥିଲେ । ଏହି କନସର୍ଟରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ଉପସ୍ଥିତ ଥିଲେ । ସାରା ବିଶ୍ୱରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ବର୍ତ୍ତମାନ ସେହି କନସର୍ଟର ଏକ ଭିଡିଓ ସୋସଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଅରିଜିତ ସିଂ ପରଫର୍ମ ସମୟରେ ଅଭିନେତ୍ରୀଙ୍କୁ କ୍ଷମା ମାଗୁଥିବାର ନଜର ଆସିଛନ୍ତି । ବାସ୍ତବରେ ସେ ପ୍ରଥମ ଦେଖାରେ ମହିରାଙ୍କୁ ଚିହ୍ନି ପାରିନଥିଲେ ।

ମାହିରା ଖାନ୍‌ ୨୦୧୭ରେ ଶାହାରୁଖ ଖାନଙ୍କ ସହ ଫିଲ୍ମ ରଇସରେ ନଜର ଆସିଥିଲେ । ଯେତେବେଳେ କି ସେହି ସମୟରେ ସିଙ୍ଗର ଫିଲ୍ମ ରଇସର ଜାଲିମା ଗୀତ ଗାଉଥିଲେ । ତେବେ ଏହି ଭାଇରାଲ୍ ଭିଡିଓକୁ ରାଜକୁମାରୀ ସିପ୍ରା ସେୟାର କରିଥିଲେ । ଯେଉଁଥିରେ ଅରିଜିତ ସିଂଙ୍କୁ ମାହିରା ଖାନଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଇଥିବାର ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ଏହି ଗାୟକଙ୍କୁ ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନଙ୍କ ପାଇଁ ଏକ ଗୀତ ଗାଇଥିବାର ଦେଖାଯାଇଥିଲା । ଏହା ପରେ ସେ ମଧ୍ୟ ତାଙ୍କୁ କ୍ଷମା ମାଗିଥିଲେ । ଏହାକୁ ନେଇ ଅରିଜିତ ସିଂ କହିଛନ୍ତି, ‘ସାଥୀଗଣ, ମାହିରା ଖାନ ମୋ ସାମ୍ନାରେ ବସିଛନ୍ତି । ତେବେ ‘ଜଲିମା’ ଗୀତଟି ତାଙ୍କ ଫିଲ୍ମର ଏକ ଗୀତ । ସେ ଛିଡା ହୋଇଥିଲେ ତେଣୁ ମୁଁ ତାଙ୍କୁ ଚିହ୍ନି ପାରିଲି ନାହିଁ । କ୍ଷମା କରିବେ ମାହିରା, ଏଠାକୁ ଆସିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ତେବେ ସିଙ୍ଗର ଅରିଜିତ ସିଂ ଲୋକଙ୍କ ମନ ଜିତିବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ ।

ମାହିରା ଖାନ ପାକିସ୍ତାନର ଲୋକପ୍ରିୟ ସୋ ଏବଂ ‘ହାମସଫର’, ‘ବିନ୍ ରୋଏ’, ‘ହମ୍ କାହାଁ କେ ସାଚେ ବେ’, ‘ରଜିଆ’ ପାଇଁ ଜଣାଶୁଣା । ସେ ୨୦୧୬ ରେ ଶାହାରୁଖ ଖାନଙ୍କ ସହ ଆକ୍ସନ୍-ଥ୍ରୀଲର ଫିଲ୍ମ ‘ରଇସ୍‌’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଯାହା ପରେ ଭାରତରେ ମଧ୍ୟ ତାଙ୍କ ଫ୍ୟାନ୍ସ ବଢିବାକୁ ଲାଗିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.