Below header

ବିଜେପି ସାଂସଦ ଭି ଶ୍ରୀନିବାସଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ପ୍ରକାଶ କଲେ ଶୋକ

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ ହୋଇଛି । ତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତେବେ ମଲ୍ଟି ଅର୍ଗାନ ଫେଲୟୋର ହେବାରୁ ପରଲୋକ ହୋଇଥିବା ଜଣାପଡିଛି । ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି ।

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତେବେ ମଲ୍ଟି ଅର୍ଗାନ ଫେଲୟୋର ହେବାରୁ ପରଲୋକ ହୋଇଥିବା ଜଣାପଡିଛି । ତାଙ୍କ ଅନ୍ତିମ ଦର୍ଶନ ପାଇଁ ମସୁରୀର ଜୟଲକ୍ଷ୍ମୀପୁରମ ଘରକୁ ଅଣାଯିବ । ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି ।

କର୍ଣ୍ଣାଟକର ଚାମରାଜନଗର ସାଂସଦ ଥିଲେ ଶ୍ରୀନିବାସ ପ୍ରସାଦ । ସେ ୭ ଥର ସାଂସଦ ଏବଂ ନଞ୍ଜନଗୁଡରୁ ୨ ଥର ବିଧାୟକ ରହିଥିଲେ । ପାଞ୍ଚ ଦଶନ୍ଧି ଧରି ରାଜନୈତିକ ଯାତ୍ରା ପରେ ମାର୍ଚ୍ଚ ୧୮ରେ ସେ ନିର୍ବାଚନ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ।

ଭି ଶ୍ରୀନିବାସଙ୍କ ଜନ୍ମ ଜୁଲାଇ ୬, ୧୯୪୭ରେ ମସୁରର ଅଶୋକ ପୁରମରେ ହୋଇଥିଲା । ୧୯୭୪ରେ କୃଷ୍ଣରାଜ ବିଧାନସଭା ଅଞ୍ଚଳରେ ଉପନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ । ଏହାପରେ ୧୯୭୬ରେ ଜନତା ପାର୍ଟି ସହ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ ହୋଇଥିଲା । ପରେ ସେ ୧୯୭୯ରେ କଂଗ୍ରେସରେ ଯୋଗ ଦେଇଥିଲେ ।

ପ୍ରସାଦ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ସରକାରରେ ଉପଭୋକ୍ତା ବ୍ୟାପାର ଖାଦ୍ୟ ଏବଂ ଜନ ବଣ୍ଟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୩ରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସିଦ୍ଧରମୈୟା ସରକାରରେ ରାଜସ୍ୱ ମନ୍ତ୍ରୀ ହୋଇଥିଲେ ।

ପୁଣି ୨୦୧୬ରେ ପ୍ରସାଦ କର୍ଣ୍ଣାଟକ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହାପରେ ୨୦୧୭ରେ ବିଜେପି ଟିକେଟରୁ ନାନଜଙ୍ଗଡ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରି ଯାଇଥିଲେ । କିନ୍ତୁ ୨୦୧୯ରେ ସେ ଚାମରାଜନଗରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ । ସେ ସର୍ବମୋଟ ୧୪ଥର ନିର୍ବାଚନ ଲଢିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.