Below header

ପ୍ରଚାର ମଇଦାନରେ ଗ୍ରାମବାସୀଙ୍କ ସହ ଲୋକନୃତ୍ୟରେ ଝୁମିଲେ ଦୀପାଲି ଦାସ

ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଦୀପାଲି ଦାସ ଲଇକେରା ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ଼ ସୋ, ସଭା ଓ ମିଶ୍ରଣ ପର୍ବ ଭଳି ଆଭିମୁଖ୍ୟ ଆପଣେଇ ପ୍ରଚାରକୁ ଜୋର କରୁଥିବା ଦେଖା ଦେଇଛି । ଏମିତିକି ଦୀପାଲି ଦାସ ଲଇକେରା ବ୍ଲକର ଖୁନ୍ତାମାଲ ଠାରେ ଗ୍ରାମବାସୀଙ୍କ ସହ ମିଶି ନାଚୁ ଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ଝାରୁସୁଗୁଡା(କେନ୍ୟୁଜ): ଗାଁ ଠୁ ସହର । ରାସ୍ତା ଘାଟ ଗଳି କନ୍ଦି ସବୁଠାରେ ଚାଲିଛି ଶୋଭାଯାତ୍ରା । ବାଜା ବଜାଇ ଏକ ସୁସଜ୍ଜିତ ଗାଡିରେ ପରିକ୍ରମା କରୁଛନ୍ତି ପ୍ରାର୍ଥୀ । ଏଦୃଶ୍ୟ ସବୁ ରାଜନୈତିକ ଦଳର ରାଲି ମାନଙ୍କରେ ଦେଖିବାକୁ ମିଳୁଛି । କାହିଁକି ନା ଆଉ ଦିନ କେଇଟା ପରେ ହେବ ଭୋଟ । ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସେଥିପାଇଁ ପ୍ରଚାର ମୈଦାନରେ ପ୍ରାର୍ଥୀ । ଜୋରସୋରରେ ଚଳାଇଛନ୍ତି ନିଜର ପ୍ରଚାର । ଆଉ ଲୋକଙ୍କ ମନରେ ଜାଗା ତିଆରି କରିବା ପାଇଁ କରୁଛନ୍ତି ପ୍ରଚେଷ୍ଟା । ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଆରମ୍ଭ କରିଥିବା ବେଳେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଆନ୍ଦାଜରେ କିଛି ନିଆରା କରି ଜନତାଙ୍କ ମନ ଜିତୁଛନ୍ତି ।

ଏହାରି ଭିତରେ ରାଜ୍ୟରେ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଉ କିଛିଟା ଦିନ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ମେ ୨୦ ତାରିଖରେ ହେବ। ଝାରସୁଗୁଡା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟ ଗ୍ରହଣ କରାଯିବ । ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ,ବିଜେପି ଓ ବିଜେଡ଼ି ଜୋରସୋରରେ ପ୍ରଚାର ଆରମ୍ଭ କରିଥିବା ଦେଖାଦେଇଛି ।

ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଦୀପାଲି ଦାସ ଲଇକେରା ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ଼ ସୋ, ସଭା ଓ ମିଶ୍ରଣ ପର୍ବ ଭଳି ଆଭିମୁଖ୍ୟ ଆପଣେଇ ପ୍ରଚାରକୁ ଜୋର କରୁଥିବା ଦେଖା ଦେଇଛି । ଏମିତିକି ଦୀପାଲି ଦାସ ଲଇକେରା ବ୍ଲକର ଖୁନ୍ତାମାଲ ଠାରେ ଗ୍ରାମବାସୀଙ୍କ ସହ ମିଶି ନାଚୁ ଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭୋଟ ହାତେଇବା ପାଇଁ ସଭା କିମ୍ବା ରୋଡ଼ ସୋ ନୁହେଁ ବରଂ ଗ୍ରାମବାସୀମାନଙ୍କ ସହ ଲୋକଗୀତ ତାଳେ ତାଳେ ଲୋକନୃତ୍ୟ କରି ମଧ୍ୟ ଏକ ଅଭିନବ ପ୍ରୟାସ କରି ନିଜ ପାଇଁ ଭୋଟ ମାଗୁଥିବା ଦେଖିବାକୁ ମିଳିଛି ।

ତେବେ ଉପନିର୍ବାଚନରେ ଯେଉଁଭଳି ଏକ ବଡ଼ ବ୍ୟବଧାନରେ ଦୀପାଲି ବିଜୟୀ ହୋଇଥିଲେ, ବର୍ତ୍ତମାନ ତାଠାରୁ ଆହୁରୀ ଏକ ବଡ଼ ବ୍ୟବଧାନରେ ବିରୋଧୀଙ୍କୁ ହତାଶ କରିବା ଲକ୍ଷ୍ୟରେ ନିଜର ଚେଷ୍ଟା ଜାରି ରଖି ଘରେ ଘରେ ପହଁଚୁଛନ୍ତି ଦୀପାଲି ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.