Below header

ମୋଦିଙ୍କ ରୋଡ୍ ସୋ’କୁ ନେଇ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ବାଟ ଦେଇ ଯିବେ

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୨ଟାରୁ ରୋଡ ସୋ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବାରଣ କରାଯିବ। ରୋଡ୍ ସୋ’ ବେଳେ ଅନ୍ୟ ରାସ୍ତା ଦେଇ ଯାତାୟାତ କରିପାରିବେ । ରୋଡ୍ ସୋ’ ବେଳେ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ହେବ ନୋ ଫ୍ଲାଇଙ୍ଗ୍ ଜୋନ୍ । ପ୍ରଧାନମନ୍ତ୍ରୀ ଆଭ୍ଯନ୍ତରୀଣ ବଳୟ ସୁରକ୍ଷାରେ ରହିବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ-ଏସପିଜି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୨ଟାରୁ ରୋଡ ସୋ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବାରଣ କରାଯିବ।  ସେହିପରି ଅପରାହ୍ନ ୪ଟାରୁ ରୋଡ୍ ସୋ’ ସରିବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ବନ୍ଦ କରିଦିଆଯିବ । ଏହାସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯିବ ।  ରୋଡ୍ ସୋ’ ବେଳେ ଅନ୍ୟ ରାସ୍ତା ଦେଇ ଯାତାୟାତ କରିପାରିବେ ।  ମୋଦିଙ୍କ ସୁରକ୍ଷା ପାଇଁ ଏସପିଜି ସହ ମିଶି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।  ରୋଡ୍ ସୋ’ ବେଳେ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ହେବ ନୋ ଫ୍ଲାଇଙ୍ଗ୍ ଜୋନ୍ ।

କେଉଁ ବାଟ ଦେଇ ଯାଇପାରିବେ

ଯଦି ଆପଣ ରସୁଲଗଡ଼ କିମ୍ବା କଟକ ଯିବାକୁ ଚାହୁଁଛନ୍ତି ତେବେ ରାଜମହଲ , କଳ୍ପନା , ବମିଖାଲ ହୋଇ ରସୁଲଗଡ଼ ଯାଇପାରିବେ । ନଚେତ ଏଜି ହୋଇ ଆଚାର୍ଯ୍ୟ ବିହାରରେ ପହଁଞ୍ଚି ପାରିବେ। ସେହିପରି ଯେଉଁ ମାନେ ଗଭର୍ଣ୍ଣର ହାଉସ ରୁଟ ଦେଇ ଯିବାକୁ ଚାହୁଁଛନ୍ତି ସେମାନେ ପାୱାର ହାଉସ , ଶାସ୍ତ୍ରୀନଗର ଦେଇ ଆଚାର୍ଯ୍ୟ ବିହାରରେ ବାହାରି ପାରିବେ । ତେବେ ଏହି ରୋଡ଼ ସୋ ବେଳେ ସିଆରପିରୁ ରସୁଲଗଡ଼ ପର୍ଯ୍ୟନ୍ତ ଫ୍ଲାଏ ଓଭର ରାସ୍ତା ଖୋଲା ରହିବ ।

ପ୍ରଧାନମନ୍ତ୍ରୀ ଆଭ୍ଯନ୍ତରୀଣ ବଳୟ ସୁରକ୍ଷାରେ ରହିବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ-ଏସପିଜି । ବାହ୍ୟ ସୁରକ୍ଷାରେ ରହିବ କମିଶନରେଟ ପୋଲିସ । ଜନପଥ ଯାଂଚ କରିଛନ୍ତି ଏସପିଜି କମାଣ୍ଡୋ, ପୋଲିସ କମିଶନର। ମୋଦିଙ୍କ ସୁରକ୍ଷାରେ ୫୫ ପ୍ଲାଟୁନ ଫୋର୍ସ ଓ ୩ ଆଣ୍ଟି ଟେରର ଗ୍ରୁପ ମୁତୟନ ହେବେ। ସେହିପରି ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ ।  ସେହିପରି ପୁରା ଜନପଥରେ ଲାଗିଛି ସିସିଟିଭି ।

ଆଜି ରାତି ୮ଟା ୧୦ ମିନିଟରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ରାଜ୍ୟ ବିଜେପି ନେତା ମାନେ ଭବ୍ୟ ସ୍ୱାଗ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିବେ । କାର୍ଗୋ ଗେଟ୍ ପଟେ ମୋଦିଙ୍କ କାରକେଡ୍ବା ହାରିବ । ବିମାନବନ୍ଦର ଟ୍ରାଫିକ୍ ଛକ ଦେଇ କ୍ୟାପିଟାଲ ହସ୍ପିଟାଲ, ଏଜିଛକ, ପିଏମଜି ଛକରେ ଗାନ୍ଧିମାର୍ଗକୁ ମୋଡ଼ିବ କାରକେଡ। ଗାନ୍ଧି ମାର୍ଗରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ମୋଦି ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିବେ । ସେଠାରେ ମୋଦିଙ୍କ ଉପରେ ଫୁଲ ବର୍ଷା କରିବେ ରାଜ୍ୟ ବିଜେପି କର୍ମକର୍ତ୍ତା । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟିମଞ୍ଚ ବନ୍ଧାଯାଇଛି। ପ୍ରତି ମଞ୍ଚରେ ବିଜେପି ପକ୍ଷରୁ ଓଡ଼ିଶାର ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।

ତେବେ ଶନିବାର ତିନୋଟି ସ୍ଥାନରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ । ୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.