Below header

ଖୋଲିଲା କେଦାରନାଥ ଧାମ, ମନ୍ତ୍ର ଓ ବେଦ ଧ୍ୱନୀ ଉଚ୍ଚାରଣରେ କମ୍ପିଲା ମନ୍ଦିର ପରିସର

ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର କେଦାରନାଥ ଧାମ । ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ ୭ଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି। ଏହି ସମୟରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା। ପାରମ୍ପାରିକ ବାଦ୍ୟ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ବାବାଙ୍କ ଧାମ । ଶ୍ରଦ୍ଧାଳୁଙ୍କ ଜୟ କେଦାର, ହର ହର ସମ୍ଭୁ, ବମ ଭୋଲେ ନାରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିରକୁ ୪୦ କୁଇଣ୍ଟାଲ ଫୁଲ ସାଜସଜ୍ଜା କରାଯାଇଛି ।

ନୂଆଦିଲ୍ଲୀ : ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର କେଦାରନାଥ ଧାମ ।  ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ ୭ଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି। ଏହି ସମୟରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା ।  ପାରମ୍ପାରିକ ବାଦ୍ୟ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ବାବାଙ୍କ ଧାମ । ଶ୍ରଦ୍ଧାଳୁଙ୍କ ଜୟ କେଦାର, ହର ହର ସମ୍ଭୁ, ବମ ଭୋଲେ ନାରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।  ମନ୍ଦିରକୁ ୪୦ କୁଇଣ୍ଟାଲ ଫୁଲ ସାଜସଜ୍ଜା କରାଯାଇଛି ।

ଗୌରୀକୁଣ୍ଡରୁ ବାବାଙ୍କ ଚଳନ୍ତି ପ୍ରତିମାକୁ କେଦାରନାଥ ଅଭିମୁଖେ ନିଆଯାଇଛି ।  ଘଣ୍ଟଘଣ୍ଟା ଧ୍ୱନି ମଧ୍ୟରେ ବାବାଙ୍କ ଚଳନ୍ତି ପ୍ରତିମାକୁ ଶ୍ରଦ୍ଧାଳୁମାନେ ସୁସଜ୍ଜିତ ବିମାନରେ କାନ୍ଧେଇ ନେଇଥିଲେ। କେଦାରନାଥଙ୍କ ଦର୍ଶନ ଲାଗି ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଲାଣି ।  ସେହିପରି ଆଜି କେଦାରନାଥ ଧାମର କବାଟ ଖୋଲିବା ପରେ ସକାଳ ୧୦.୨୯ରେ ଯମୁନୋତ୍ରି ଧାମର ଦ୍ୱାର ଖୋଲିବ ଏବଂ ୧୨.୨୫ରେ ଗଙ୍ଗୋତ୍ରି ଧାମର ଦ୍ୱାର ଖୋଲିବ।  ମେ ୧୨, ସକାଳ ୬ଟାରେ ବଦ୍ରିନାଥ ଧାମର ଦ୍ୱାର ଖୋଲି ବ।

ଭକ୍ତମାନେ ମନ୍ଦିର ବାହାରେ ଭୋଲେନାଥ କି ଜୟ, ହର ହର ମହାଦେବଙ୍କ ଭଳି ନାରା ଦେଉଥିବାର ନଜର ଆସିଥିଲେ। ବିଭିନ୍ନ ରାଜ୍ୟରୁ ଭକ୍ତମାନେ ବାବାଙ୍କ ଦର୍ଶନ କରିବାକୁ କେଦାରନାଥ ଧାମରେ ​​ପହଞ୍ଚିଛନ୍ତି। ଏଥିସହିତ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାବାଙ୍କ ଏକାଦଶ ଜ୍ୟୋର୍ତିଲିଙ୍ଗ ଏହି ଧାମରେ ​​ବିରାଜମାନ। ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି। ଚାରି ଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ।

ପ୍ରତି ବର୍ଷ ଏହି ଚାରି ଧାମର ଦ୍ୱାର ଅକ୍ଟୋବର- ନଭେମ୍ବରରେ ବନ୍ଦ ହେଉଥିବା ବେଳେ ଏପ୍ରିଲ- ମେ’ ମାସରେ ଖୋଲା ହୋଇଥାଏ। ଏବେଠୁ ଏହା ପ୍ରାୟ ୬ ମାସ ଖୋଲା ରହିବ। ଏହି ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରତି ବର୍ଷ କେଦାରନାଥ ଧାମ ଆସିଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.