Below header

ପ୍ରେମ କରି ପ୍ରତାରଣା ଦେଲେ ପୋଲିସ୍ ବାବୁ: କେନ୍ଦୁଝର ଏସପିଙ୍କ ନିକଟରେ ଫେରାଦ ହେଲେ ଯୁବତୀ

ପୋଲିସ୍ ବାବୁଙ୍କର ମିଛି ପ୍ରେମ । ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ଘଟଣା । ଏମିତିଆ ପ୍ରେମ କଲେ ଯେ ଏବେ ଥାନାରେ ଆସି ପ୍ରେମିକା । କହୁଛନ୍ତି ଆଉ ଦେଉନାହାନ୍ତି ଧରାଛୁଆଁ ।

କେନ୍ଦୁଝର (କେନ୍ୟୁଜ): ପୋଲିସ୍ ବାବୁଙ୍କର ମିଛି ପ୍ରେମ । ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ଘଟଣା । ଏମିତିଆ ପ୍ରେମ କଲେ ଯେ ଏବେ ଥାନାରେ ଆସି ପ୍ରେମିକା । କହୁଛନ୍ତି ଆଉ ଦେଉନାହାନ୍ତି ଧରାଛୁଆଁ । ସୂଚନା ମୁତାବକ, ଜଣେ ଯୁବତୀଙ୍କ ସହ ପ୍ରେମ ପରେ ପ୍ରତାରଣ କରି ଏବେ ହରଡ ଘଣାରେ ପୋଲିସ୍ ବାବୁ । ଆଉ ଏବେ ପ୍ରତାରିତ ଯୁବତୀ ସୁନ୍ଦେରଗଡ ରୁ ଆସି କେନ୍ଦୁଝର ଏସପିଙ୍କ ନିକଟରେ ହୋଇଚନ୍ତି ଫେରାଦ ।

ଯୁବତୀଙ୍କ ଅଭିଯୋଗ ଅନୁସାରେ ପୋଲିସ୍ ବାବୁ ଓ ଯୁବତୀ ଜଣକ ସୁନ୍ଦରଗଡ ଜିଲ୍ଲା ରାଇବୋଗା ଅଞ୍ଚଳର । ଦୁହେଁ ଦୀର୍ଘ ପାଞ୍ଚ ବର୍ଷ ହେବ ଭଲପାଇ ଆସୁଥିଲେ । ଖାଲି ଭଲପାଉନଥିଲେ ଉଭୟ ଏକାଠି ମଧ୍ୟ ରହୁଥିଲେ । ହେଲେ ପରବର୍ତ୍ତୀ ସମୟରେ ପୋଲିସ୍ ବାବୁ ଜଣକ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ସମସ୍ୟା । ବହୁ ବାଦ ବିବାଦ ପରେ ଏନେଇ ରାଇବୋଗା ଥାନାରେ ଦୁଇ ପରିବାର ପକ୍ଷରୁ ବୁଝାମଣା ହୋଇ ବିବାହ କରିବାକୁ ନିଷ୍ପତି ହୋଇଥିଲା ।

ହେଲେ ଏବେ ପୋଲିସ୍ ବାବୁ ଜଣକ ଆଉ ଧରା ଛୁଆଁ ଦେଉନଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । କେସ ନକରିବାକୁ ପୋଲିସ୍ ବାବୁ ଯୁବତୀଙ୍କୁ ୩ଲକ୍ଷ ଟଙ୍କାର ପ୍ରଲୋଭନ ମଧ୍ୟ ଦେଖାଇଥିବା ସେ କହିଛନ୍ତି । ଏପଟେ ଏନେଇ ଯୁବତୀ ରାଜି ନହେବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ପୋଲିସ୍ ବାବୁ । ଆଉ କହୁଛନ୍ତି ସେ ପୋଲିସରେ ଅଛିନ୍ତି, ତେଣୁ ତାଙ୍କର କେହି କିଛି କରିପାରିବେନାହିଁ ।

ଯାହା ଜଣାପଡିଛି ଅଭିଯୋଗ ଆସିଥିବା ପୋଲିସ୍ ବାବୁ ଜଣକ ହେଉଛନ୍ତି ଅନୁପ ଲୁଗୁନ। ସେ ବର୍ତ୍ତମାନ ଘଟଗାଁ ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ । ଏବେ ନ୍ୟାୟ ପାଇଁ ଯୁବତୀ ଜଣକ ଏ ଥାନାରୁ ସେ ଥାନାକୁ ଘୁରି ବୁଲୁଛନ୍ତି । ନ୍ୟାୟ ନମିଳିଲେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି ।

ଏପଟେ ଯୁବତୀଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି ତାହା ଜଣାପଡିନଥିବାବେଳେ, ଏନେଇ ପୋଲିସ୍ ବିଭାଗର କିମ୍ବା ସଂପୃକ୍ତ ପୋଲିସ୍ ବାବୁଙ୍କର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ । ତେବେ ପୋଲିସ୍ ବିଭାଗ ତୁରନ୍ତ ହସ୍ତକ୍ଷପ କରିବା ସହ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଏହି ଘଟଣାର ଉଚିତ୍ ତଦନ୍ତ କରିବା ନିହାତୀ ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.