Below header

ବିଜେଡି ନିର୍ବାଚନୀ ଇସ୍ତାହାର: ଗରିବଙ୍କୁ ମିଳିବ ୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି

ବିଜେଡି ନିର୍ବାଚନୀ ଇସ୍ତାହାରରେ ଘୋଷଣା ହୋଇଛି ୧୦୦ ୟୁନିଟ୍ ମାଗଣା ବିଜୁଳି। ବିଜେଡି କ୍ଷମତାକୁ ଫେରିଲେ ବିଜୁଳି ଦେୟରୁ ମୁକ୍ତି ପାଇବେ ରାଜ୍ୟର ଜନସାଧାରଣ। ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପରିବାରକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ୧୫୦ ୟୁନିଟ ଯାଏଁ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ୫୦ ୟୁନିଟ ପାଇଁ ରିହାତି ମିଳିବ। ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ନିର୍ବାଚନୀ ଇସ୍ତାହାରରେ ଘୋଷଣା ହୋଇଛି ୧୦୦ ୟୁନିଟ୍ ମାଗଣା ବିଜୁଳି । ବିଜେଡି କ୍ଷମତାକୁ ଫେରିଲେ ବିଜୁଳି ଦେୟରୁ ମୁକ୍ତି ପାଇବେ ରାଜ୍ୟର ଜନସାଧାରଣ । ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପରିବାରକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ୧୫୦ ୟୁନିଟ ଯାଏଁ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ୫୦ ୟୁନିଟ ପାଇଁ ରିହାତି ମିଳିବ । ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାଜ୍ୟରେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟରୁ କମ ବିଜୁଳି ବ୍ୟବହାର କରୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଲୋକଙ୍କ ବିଜୁଳି ବ୍ୟବହାର ୧୦୦ ୟୁନିଟରୁ କମ ରହିଥାଏ  । ୧୦ ପ୍ରତିଶତ ପରିବାର ୧୦୦ ରୁ ୧୫୦ ୟୁନିଟ ଭିତରେ ବିଦ୍ୟୁତ ବ୍ୟବହାର କରୁଛନ୍ତି । ତେଣୁ ମୋଟ ଉପରେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟାକୁ ବିଦ୍ୟୁତ ବୋଝ ପଡ଼ିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷକଙ୍କୁ ମଧ୍ୟ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ – ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

୨୦୨୪ ନିର୍ବାଚନରେ ଗେମ ଚେଞ୍ଜର ହୋଇପାରେ ମାଗଣା ବିଜୁଳି ପ୍ରତିଶ୍ରୁତି। ୨୦୦୯ ନିର୍ବାଚନ ପୂର୍ବରୁ ୨ ଟଙ୍କିଆ ଚାଉଳ ଗେମ ଚେଞ୍ଚର ହୋଇଥିଲା । ସେହିପରି ୨୦୧୪ ନିର୍ବାଚନ ପୂର୍ବରୁ ଟଙ୍କିକିଆ ଚାଉଳ ଗେମ ଚେଞ୍ଜର ହୋଇଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କାର୍ଡ- BSKY ମାଗଣା ଚିକିତ୍ସା ମଧ୍ୟ ପ୍ରଭାବ ପକାଇଥିଲା । ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ପୋଛି ନେଇଥିଲା ବିଜେଡି । ୨୦୨୪ ନିର୍ବାଚନରେ ୧୦୦ ୟୁନିଟ ମାଗଣା ବିଜୁଳି ଗେମ୍ ଚେଞ୍ଜର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.