Below header

ଦିଲ୍ଲୀ: ପ୍ରଗତି ମୈଦାନ ଟନେଲ୍‌ରେ ଭୟଙ୍କର ଦୁର୍ଘଟଣା, ଡିଭାଇଡର୍‌ ସହ ଧକ୍କା ହୋଇ ଚାଲିଗଲା ପୋଲିସ ଏସ୍‌ଆଇଙ୍କ ଜୀବନ

ଦିଲ୍ଲୀର ପ୍ରଗତି ମୈଦାନ ଟନେଲ୍‌ରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଡିଭାଇଡର ସହ ଧକ୍କା ହୋଇ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି ।

ଦିଲ୍ଲୀର ପ୍ରଗତି ମୈଦାନ ଟନେଲ୍‌ରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଡିଭାଇଡର ସହ ଧକ୍କା ହୋଇ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ପୋଲିସ ଏସ୍‌ଆଇ ଡିଭାଇଡର ସହ ଧକ୍କା ହେବା ପରେ ରାସ୍ତା ଉପରେ ଛିଟିକି ପଡ଼ୁଥିବା ଦେଖାଯାଉଛି ।

ଏସ୍‌ଆଇଙ୍କ ସ୍କୁଟି ଡିଭାଇଡର ସହ ଏତେ ଜୋର୍‌ରେ ଧକ୍କା ହୋଇଥିଲା ଯେ ରାସ୍ତା ଉପରେ ପଡ଼ିବାରୁ ତାଙ୍କ ହେଲ୍‌ମେଟ ଖସି ଯାଇଥିଲା । ଫଳରେ ମୁଣ୍ଡ ମାଡ଼ ହୋଇ ସେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ପୋଲିସକର୍ମୀଙ୍କ ନାମ ଏନ୍‌କେ ପବିତ୍ରନ୍‌ ବୋଲି ଜଣାପଡ଼ିଛି । ସେ ପୂର୍ବ ଜିଲ୍ଲା ଅପରାଧିକ ଟିମ୍‌ରେ ମୁତୟନ ଥିଲେ ।

ପୋଲିସ ସୂଚନା ଅନୁସାରେ, ଏହି ଦୁର୍ଘଟଣା ଏପ୍ରିଲ ୨୭ରେ ଘଟିଥିଲା । ବିଳମ୍ବିତ ରାତି ସାଢ଼େ ୧୦ଟାରେ ଦିଲ୍ଲୀ ପୋଲିସର ସବ୍‌-ଇନ୍ସପେକ୍ଟର ଏନ୍‌କେ ପବିତ୍ରନ୍‌ ପ୍ରଗତି ମୈଦାନ ଭିତରେ ଆସୁଥିବା ବେଳେ ଏକ ଡିଭାଇଡର ସହ ପିଟି ହୋଇଯାଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଲେଡି ହାର୍ଡିଙ୍ଗ୍‌ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ସମୟରେ ପୋଲିସକର୍ମୀ ଟନେଲ୍‌ ଦେଇ ନିଜ ଘର ଆଇପି ଏକ୍ସଟେନ୍ସନ୍‌ ଆଡ଼କୁ ଯାଉଥିଲେ । ଏତିକି ବେଳେ ତାଙ୍କ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସଡ଼କ ଦୁର୍ଘଟଣା ବିଷୟରେ ଖବର ପାଇ ଆଇଓ ରାହୁଲ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏସ୍‌ଆଇଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ କେରଳର ବାସିନ୍ଦା ଥିଲେ ବୋଲି କୁହାଯାଉଛି । ତାଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଛି । ସେପଟେ ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏ ନେଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.