Below header

ଆମେଠିରେ ସ୍କୁଟିରେ ବୁଲି ବୁଲି ପ୍ରଚାର କରୁଛନ୍ତି ସ୍ମୃତି ଇରାନୀ, ଆଜି ଭରିବେ ନାମାଙ୍କନ

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶାଢି ପିନ୍ଧି ହେଲମେଟ ଲଗାଇ ସ୍କୁଟିରେ ପ୍ରଚାର କରୁଥିବାର ନଜର ଆସିଛନ୍ତି । ୪୮ ବର୍ଷୀୟ ସ୍ମୃତି ଇରାନୀ ଲୋକଙ୍କ ସହିତ ସେଲଫି ନେଉଥିବାର ନଜର ଆସିଛନ୍ତି । ଏହାସହିତ ବିଜେପି କର୍ମକର୍ତ୍ତାଙ୍କ ସହିତ ନିଜ ଅଞ୍ଚଳର ଭଲମନ୍ଦ ବୁଝୁଛନ୍ତି ।

ଲୋକସଭା ନିର୍ବାଚନ ପାଇଁ ସବୁଦଳର ନେତା ପ୍ରଚାର ପାଇଁ ଲାଗିପଡିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶାଢି ପିନ୍ଧି ହେଲମେଟ ଲଗାଇ ସ୍କୁଟିରେ ପ୍ରଚାର କରୁଥିବାର ନଜର ଆସିଛନ୍ତି । ୪୮ ବର୍ଷୀୟ ସ୍ମୃତି ଇରାନୀ ଲୋକଙ୍କ ସହିତ ସେଲଫି ନେଉଥିବାର ନଜର ଆସିଛନ୍ତି । ଏହାସହିତ ବିଜେପି କର୍ମକର୍ତ୍ତାଙ୍କ ସହିତ ନିଜ ଅଞ୍ଚଳର ଭଲମନ୍ଦ ବୁଝୁଛନ୍ତି ।

ସ୍ମୃତି ଇରାନୀ ଆଜି ଆମେଠିରୁ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେପି ସ୍ମୃତିଙ୍କୁ ଆମେଠିରୁ ଟିକେଟ ଦେଇଛି । ସ୍ମୃତି ୨୦୧୯ରେ ରାହୁଲ ଗାନ୍ଧିଙ୍କୁ ଆମେଠିରୁ ହରାଇଥିଲେ । ତେବେ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିଛନ୍ତି । ରାମଲଲାଙ୍କ ନିକଟରେ ଦେଶର ପ୍ରଗତି, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁସ୍ଥ କାମନା କରିବା ସହିତ ଭାରତର ଗୌରବ ପାଇଁ ପ୍ରାର୍ଥନା କରିଛନ୍ତି ।

ତେବେ ବିଜେପି ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆମେଠିରୁ ସ୍ମୃତି ଇରାନୀଙ୍କୁ ଟିକେଟ ଦେଇଛି । ଏହି ସ୍ଥାନରେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଏଠାରେ ୨୦ ମେରେ ଭୋଟିଂ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.