Below header

ଜେଜେ ମାରିଦେଲା ବାପାକୁ, ଶେଷ ଥର ଦେଖିବ ବୋଲି ଅଡିବସିଛି ଝିଅ

ମୋତେ ଛାଡିଦିଅ, ମୁଁ ମୋ ବାପା ପାଖକୁ ଯିବି । ମୋ ବାପାକୁ ଟିକେ ଦେଖିବି, ମୋତେ ଛାଡିଦିଅ…ବାପା… ବାପା… ବାପା…

ଭଦ୍ରକ (କେନ୍ୟୁଜ) : ମୋତେ ଛାଡିଦିଅ, ମୁଁ ମୋ ବାପା ପାଖକୁ ଯିବି । ମୋ ବାପାକୁ ଟିକେ ଦେଖିବି, ମୋତେ ଛାଡିଦିଅ…ବାପା… ବାପା… ବାପା…କହି କହି ଏମିତି କାନ୍ଦି କାନ୍ଦି ସୁଖିଗଲାଣି ଝିଅର ତଣ୍ଟି । ପାଣି ଦେଲେ ବି ପିଉନି, ଜିଦି ଧରୁଛି ମୋ ବାପାକୁ ଦେଖିବି । ହଁ ଆଜ୍ଞା ବାପାକୁ ଟିକେ ଶେଷ ଥର ପାଇଁ ଦେଖିବ ବୋଲି ଅଳି କରୁଛି କୁନି ଝିଅ । କାହିଁକିନା ସେ ଜାଣିସାରିଛି ଯେ ତା ବାପା ଆଉ ଏ ଦୁନିଆରେ ନାହାଁନ୍ତି । ଜେଜେ ବାପାର ଖଣ୍ଡା ଚୋଟରେ ସବୁଦିନ ପାଇଁ ଶୋଇପଡିଛି ବାପା । ତଥାପି କୁନି ମନ ବୁଝୁନି । ବାପାକୁ ଟିକେ ଆଉ ଥରେ ଆଖି ପୂରାଇ ଦେଖିବାକୁ ଅଡି ବସିଛି ଝିଅ । କାନ୍ଦି କାନ୍ଦି କହୁଛି ମୋ ବାପାକୁ ନିଅନି, ସେ ହୁଏତ ଜାଣି ସାରିଛି ତା ବାପାକୁ ଆଉ ଟିକେ ପରେ ନେଇଯିବେ । ଆଉ ସେ କେବେବି ତା ପାଖକୁ ଦେଖିପାରିବନି । ଅଲିଅଳି ଝିଅର ଏ କାନ୍ଦ ଛାତିକୁ ବିଦାରି ଦେଉଛି ।

ଆଜ୍ଞା ଏ ହେଉଛି ପାରିବାରିକ କଳହର କରୁଣ ପରିଣତି । ଘରେ ଖାଉଥିଲା ପୁଅ, ରାଗରେ ହାଣିଦେଲା ବାପା । କଥା କଟାକଟି ପରେ ହାତାହାତି । ପାରିବାରିକ କଳହର କରୁଣ ପରିଣତି । ରୋଷେଇ ସରିଥିଲା ଖାଇବାକୁ ବସିଥିଲେ ବାପ ପୁଅ । କିନ୍ତୁ ତାପୂର୍ବରୁ ବାପା ଓ ପୁଅ ନିଜ ଭିତରେ ହେଲେ ହଣାକଟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁନା ଗଢିଆ ଗାଁରେ । ଯାହା ଖବର ରହିଛି ଗାଁର ମାଧବ ବାରିକ ଓ ତାଙ୍କ ପୁଅ ଶଙ୍କର୍ଷଣ ବାରିକ କୌଣସି କଥାକୁ ନେଇ ଝଗଡା ଲାଗିଥିଲେ । ପ୍ରଥମେ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା ଏବଂ ପରେ ଏହା ଉଗ୍ର ରୂପ ନେଲା ଯେ ଘର ଭିତରେ ବୁଲିଲା ଖଣ୍ଡା ଭୁଜାଲୀ । ଦୁହେଁ ଦୁହିଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ଆଉ ଶେଷରେ ବାପା ଆକ୍ରମଣରେ ସେଇଠି ଟଳି ପଡିଲା ପୁଅ । ଆଉ ପୁଅକୁ ଟଳି ପଡିବାର ଦେଖି ଗୁରୁତର ବାପା ଘରୁ ବାହାରକୁ ଯାଇ ଚିତ୍କାର କଲା ମୋ ପୁଅ ମୋତେ ମାରିଦେଲା । ଲୋକେ ତା ଅବସ୍ଥା ବି ଦେଖିଲେ ଆଉ ସ୍ଥିତି ସଙ୍ଗୀନ ଦେଖି ତୁରନ୍ତ ଆମ୍ବୁଲାନ୍ସ ଡାକି ହସ୍ପିଟାଲରେ ଭର୍ତ୍ତି କରାଇଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବାପା ବାହାରେ ଯାଇ କହିଲା ପୁଅ ମାରିଲା ବୋଲି କିନ୍ତୁ ସେ ନିଜେ ପୁଅକୁ ମାରି ଶୁଆଇ ଦେବା କଥା କହିଲାନି । ଯାହାଫଳରେ ଗାଁ ଲୋକେ ଆଦୌ ବି ଟେର ପାଇଲେନି ପୁଅ ଘର ଭିତରେ ମରି ଶୋଇଛି ବୋଲି, ଲୋକେ ଭାବୁଛନ୍ତି ପୁଅ ବୋଧହୁଏ ବାପାକୁ ମାରିବା ଭୟରେ ଘର ଭିତରେ ଲୁଚି ରହିଛି । କିନ୍ତୁ ଭିତରେ ଯାଇ ଦେଖନ୍ତି ତ ପୁଅ ଉପରେ ଜନ୍ଦା ପିମ୍ପୁଡି ଚାଲିଲେଣି ।

ତେବେ କିଭଳି ଆଉ କେଉଁ ପରିସ୍ଥିତିରେ ଘଟିଲା ଏଭଳି ଘଟଣା । ଆଉ କେଉଁ କାରଣ ପାଇଁ ବାପ ପୁଅଙ୍କ ମଧ୍ୟରେ ଏମିତି କରୁଣ ପରିଣତି ହେଲା ତାର ତଦନ୍ତ କରୁଛି ପୋଲିସ । ତେବେ କହିବାକୁ ଚାହିଁବୁ ଯେ ଗୁରୁତର ବାପାକୁ ପ୍ରଥମେ ଭଦ୍ରକ ଜିଲ୍ଲା ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ବନ୍ତ ପୋଲିସ୍‌ ସହ ଧାମନଗର ଏସଡିପିଓ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.