Below header

ମାତ୍ର ୫ ମିନିଟ୍‌ରେ ଚମକିବ ବାଥ୍‌ରୁମ୍‌ର ପ୍ଲାଷ୍ଟିକ୍‌ କବାଟ, ଆପଣାନ୍ତୁ ସହଜ ଉପାୟ

ଆଜି କାଲି ଅଧିକାଂଶ ଲୋକଙ୍କ ଘରେ କାଠ ସହ ପ୍ଲାଷ୍ଟିକ୍‌ କବାଟ ମଧ୍ୟ ଦେଖିବାକୁ ମିଳୁଛି । ଖାସ୍‌ କରି ବାଥ୍‌ରୁମ୍‌ରେ ପ୍ଲାଷ୍ଟିକ୍‌ ବା ଫାଇଭର କବାଟ ଲଗାଯାଉଛି । ସବୁବେଳେ ଓଦା ହେଉଥିବାରୁ ଏହି କବାଟଗୁଡ଼ିକ ବହୁଳ ମଇଳା ହୋଇଥାଏ । ତେବେ ଆସନ୍ତୁ ଜାଣିବା ପ୍ଲାଷ୍ଟିକ୍‌ କବାଟକୁ କିପରି ସହଜରେ ସଫା କରିପାରିବେ ।

ଆଜି କାଲି ଅଧିକାଂଶ ଲୋକଙ୍କ ଘରେ କାଠ ସହ ପ୍ଲାଷ୍ଟିକ୍‌ କବାଟ ମଧ୍ୟ ଦେଖିବାକୁ ମିଳୁଛି । ଏହା ଓ୍ଵାଟରପ୍ରୁଫ୍‌ ହୋଇଥିବାରୁ କାଠ ଭଳି ଫୁଲିବାର ଭୟ ନଥାଏ । ଏଣୁ ଖାସ୍‌ କରି ବାଥ୍‌ରୁମ୍‌ରେ ପ୍ଲାଷ୍ଟିକ୍‌ ବା ଫାଇଭର କବାଟ ଲଗାଯାଉଛି । ଏହି କବାଟ ଶସ୍ତା, ସୁନ୍ଦର ଓ ହାଲ୍କା ହୋଇଥିବାରୁ ଲୋକେ ଏହାକୁ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏଣୁ ଓଦା ହେଉଥିବା ସ୍ଥାନରେ ପ୍ଲାଷ୍ଟିକ୍‌ ଡୋର୍‌ ଲଗାଯାଉଛି । ସବୁବେଳେ ଓଦା ହେଉଥିବାରୁ ଏହି କବାଟଗୁଡ଼ିକ ବହୁଳ ମଇଳା ହୋଇଥାଏ । ତେବେ ଆସନ୍ତୁ ଜାଣିବା ପ୍ଲାଷ୍ଟିକ୍‌ କବାଟକୁ କିପରି ସହଜରେ ସଫା କରିପାରିବେ, ସେ ବିଷୟରେ…

ପ୍ଲାଷ୍ଟିକ୍‌ କବାଟକୁ ପରିଷ୍କାର କରିବେ କେମିତି:

– କବାଟ ସଫା କରିବାକୁ ଲିକୁଇଡ୍‌ ସପ୍‌, କ୍ଲିନର, ଭିନେଗାର, ମାଇକ୍ରୋଫାଇବର କ୍ଲଥ୍‌, ସଫ୍ଟ ସ୍ପଞ୍ଜ ନିଅନ୍ତୁ ।
– ପ୍ରଥମେ ପ୍ଲାଷ୍ଟିକ୍‌ କବାଟକୁ ଲିକୁଇଡ୍‌ ସପ୍‌ରେ ଭିଜାଯାଇଥିବା ସ୍ପଞ୍ଜ କିମ୍ବା ମାଇକ୍ରୋଫାଇବର କପଡ଼ାରେ ପୋଛି ଦିଅନ୍ତୁ । ଫଳରେ କବାଟ ଉପରର ମଇଳା ହାଲ୍‌କା ସଫା ହୋଇଯିବ । ଏହି ସମୟରେ କପଡ଼ାକୁ କବାଟରେ ଟିକେ ରଗଡ଼ି ରଗଡ଼ି ଘଷିବେ ।
-ଏବେ ଏକ ପରିଷ୍କାର ଶୁଖିଲା କପଡ଼ା ନେଇ କବାଟରେ ଲାଗିଥିବା ଫେଣକୁ ପରିଷ୍କାର କରି ଦିଅନ୍ତୁ । ଏଥିରେ କୋଣକୁ ବି ସଫା କରନ୍ତୁ ।
– ଯଦି ଆପଣଙ୍କ ଉଚ୍ଚତା କମ୍‌ ତେବେ ସିଡି କିମ୍ବା ଟେବୁଲ ଉପରେ ଠିଆ ହୋଇ କବାଟକୁ ଭଲ ଭାବେ ପୋଛନ୍ତୁ ।
– ଏବେ ଲିକୁଇଡ୍‌ ସପ୍‌ରେ ଭିନେଗାର ମିଶାଇ ସ୍ପଞ୍ଜ ସାହାଯ୍ୟରେ ପୂରା କବାଟରେ ଲଗାଇ ଘଷି ଘଷି ଦାଗ ଛଡ଼ାନ୍ତୁ ।
– ଏହା ପରେ ସଫା କପଡ଼ାରେ ପ୍ଲାଷ୍ଟିକ୍‌ ଡୋରର୍‌କୁ ପୋଛି ଦିଅନ୍ତୁ । ଦେଖିବେ କବାଟ ଚିକ୍‌ ଚିକ୍‌ ମାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.