Below header

ମାଙ୍କଡ ଆଖି ଆଗରୁ ତା ଛୁଆକୁ ଟେକିନେଲା ଗଞ୍ଜି ପିନ୍ଧା ଯୁବକ

ମୋବାଇଲରେ ଫଟୋ ଦେଖି ଏକଦମ୍ ମଣିଷ ଭଳି ଗେଲ କରି ପକାଉଛି ତା ଛୁଆକୁ । ମାଙ୍କଡ ହେଲା ତ କଣ ହେଲା ଯେତେ ହେଲେ ବି ସେ ମାଆ ନା ?

ପୁରୀ (କେନ୍ୟୁଜ) : ସବୁଦିନ ଗୋଟିଏ ଯାଗାକୁ ଧାଇଁ ଆସୁଛି ମାଆ । ଖୋଜୁଛି ତା ଛୁଆକୁ । କେମିତି ବା ନଆସିବ, ମନ ପରା ବୁଝୁନି ? ଏଇ ଯାଗାରୁ ତା ଛୁଆକୁ ତାରି ଆଖି ସାମ୍ନାରୁ ସେଦିନ ସେ ଟେକି ନେଲା। ମାଆ ବି ପଛେ ପଛେ ଧାଇଁକି ଯାଇଥିଲା କିନ୍ତୁ ପାଇଲାନି ତାର ଛୁଆକୁ । ସେ ନିର୍ଦ୍ଦୟୀ ନୃଶଂସ ତା ଛୁଆକୁ ନେଇ ଯାଇଛି । ଆଉ ସେଇଠି ତା ପିଲା ମୁହଁକୁ ମନେ ପକାଇ ଝୁରି ହେଉଛି ମାଆ ।

ମୋବାଇଲରେ ଫଟୋ ଦେଖି ଏକଦମ୍ ମଣିଷ ଭଳି ଗେଲ କରି ପକାଉଛି ତା ଛୁଆକୁ । ମାଙ୍କଡ ହେଲା ତ କଣ ହେଲା ଯେତେ ହେଲେ ବି ସେ ମାଆ ନା ? ସେ ଜନ୍ମ ଦେଇଛି । କେମିତି ବା ତା ଛୁଆକୁ ଭୁଲି ଯାଇ ପାରିବ ? ଆଜ୍ଞା ଏ ଚିତ୍ର ଯିଏ ଦେଖୁଛି ତାର ମନ ଅଥୟ ହୋଇଯାଉଛି । ଏ ମାଙ୍କଡଟିର ଅବସ୍ଥା ଦେଖି ସହି ହେଉନି ।

ମାତୃତ୍ୱର ଅନାବିଳ ପ୍ରେମ। ଛୁଆକୁ ଦିନ ରାତି ଖୋଜୁଛି ମା। ମାଙ୍କଡ ହେଲେ ମଧ୍ୟ ମଣିଷ ଠୁ ବଳି ଯାଇଛି ସ୍ନେହ ଆଉ ପ୍ରେମ। ଏଭଳି ଅତ୍ୟନ୍ତ ହୃଦୟ ବିଦାରକ ଓ ମର୍ମାହତ ଚିତ୍ର CCTV କ୍ୟାମେରାରେ କଏଦ ହୋଇଛି । ଏକ ଛୁଆ ମାଙ୍କଡ଼କୁ କେହି ଦୁର୍ବୃତ୍ତ ଚୋରି କରି ନେଇ ପଳାଇଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ପୂରା ଚିତ୍ର କ୍ୟାମେରାରେ କଏଦ ହୋଇଛି । ଆଉ ସବୁକିଛି ସ୍ପଷ୍ଟ ଦେଖା ଯାଉଛି । ଆପଣ ବି ଦେଖି ପାରିବେ କେମିତି ମାଙ୍କଡ ଛୁଆଟି ଡେଇଁ ଡେଇଁ ଏକ ଦୋକାନ ସାମ୍ନାକୁ ଆସୁଛି । ସେଇଠି ଜଣେ ଯୁବକ ଛିଡା ହୋଇ ତାକୁ ଦେଖୁଛି । ଆଉ ତୁରନ୍ତ ପିନ୍ଧିଥିବା ନିଜର ଟିସାର୍ଟ କାଢ଼ି ମାଙ୍କଡ ଛୁଆଟିକୁ ଟେକି ନେଉଛି । ପଛେ ପଛେ ମାଆ ମାଙ୍କଡ ବି ଯାଉଛି ହେଲେ ନିରାଶ ହୋଇ ଫେରୁଛି ।

ଚୋରି ହୋଇଯିବା ପରେ ମା ମାଙ୍କଡ଼ ଏବେ ବି ସେହି ଜାଗାରେ ତା ଛୁଆକୁ ଖୋଜୁଥିବା ଦେଖା ଯାଇଛି। ଛୁଆ ନିଖୋଜ ପରେ ମାତୃତ୍ବର ଅନାବିଳ ପ୍ରେମ ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡରେ। ପ୍ରତିଦିନ ସକାଳୁ ରାତି ଯାଏଁ ସେହି ସ୍ଥାନକୁ ଆସି ମା ମାଙ୍କଡ ତା ଛୁଆକୁ ଖୋଜୁଛି। ଡଷ୍ଟବିନ୍ ଅଳିଆ ଆବର୍ଜନାକୁ କାଢି କାଳେ ତା ଭିତରେ ଛୁଆ ରହି ଯାଇଥିବା ଏହି ଆଶାରେ ଅଣ୍ଡାଳୁଛି। ଏପରି ଘଟଣା ସମସ୍ତଙ୍କ ମନକୁ ଆଘାତ ଦେଇଛି । ଛୁଆଟିକୁ ଚୋରି କରିଥିବା ଲୋକକୁ ସମସ୍ତେ ଗାଳିମନ୍ଦ ବି କରୁଛନ୍ତି । ହେଲେ ଫେରି ଆସିଦି ଛଆଟି । ଆଉ ମା ମାଙ୍କଡ଼ର ବେଦନା ଓ ଆତୁରତା ଦେଖି ସମସ୍ତେ ଦୁଃଖିତ, ମର୍ମାହତ । ତେଣୁ ମାଙ୍କଡ଼ ଛୁଆକୁ ଚୋରି କରି ନେଇଥିବା ଲୋକକୁ ସମସ୍ତେ ମିଳିତ ଭାବେ ନିବେଦନ କରିଛନ୍ତି ଛାଡ଼ି ଦେବାକୁ । କାରଣ ମାତୃ ସ୍ନେହରୁ କାହାକୁ ବଞ୍ଚିତ କରିବା ମଣିଷ ପଣିଆ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.