ବିବାଦୀୟ ବୟାନ ପରେ ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର, କହିଲେ ୩ ଦିନ କରିବେ ଉପବାସ

ଜଗନ୍ନାଥ ଓ ମୋଦିଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଛନ୍ତି ମୁଁ ମହାପ୍ରଭୁଙ୍କ ନିକଟରେ ଭୁଲ ପାଇଁ ୩ ଦିନ ଉପବାସ ରଖିବେ ବୋଲି କହିଛନ୍ତି ସମ୍ବିତ ପାତ୍ର । ମୁଁ ଜାଣିଶୁଣି ଏପରି ଭୁଲ କରିନାହିଁ । ମୁଁ ମହାପ୍ରଭୁଙ୍କ ବଡ଼ ଭକ୍ତ । ମୁଁ ଏଥିପାଇଁ ଜଗ୍ନନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି।

ଭୁବନେଶ୍ୱର (କେନ୍ୟୁଜ): ଜଗନ୍ନାଥ ଓ ମୋଦିଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଛନ୍ତି ମୁଁ ମହାପ୍ରଭୁଙ୍କ ନିକଟରେ ଭୁଲ ପାଇଁ ୩ ଦିନ ଉପବାସ  ରହିବି । ମୁଁ ଜାଣିଶୁଣି ଏପରି ଭୁଲ କରିନାହିଁ । ମୁଁ ମହାପ୍ରଭୁଙ୍କ ବଡ଼ ଭକ୍ତ । ମୁଁ ଏଥିପାଇଁ ଜଗ୍ନନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦି ବୋଲି କହିବା ବଦଳରେ ମୋଦିଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହାକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି କହିଛନ୍ତି ସମ୍ବିତ ପାତ୍ର । ସେ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ଥିଲା । ସେହି ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଭୁଲରେ ଏଭଳି କହିଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଥିଲେ। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଥିଲେ। ତେବେ ଏହା ଭିତରେ ସମ୍ବିତ ପାତ୍ର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ମୋଦିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି। ମୋଦିଙ୍କ ଭକ୍ତ ଜଗନ୍ନାଥ। ଆମେ ସବୁ ମୋଦିଙ୍କ ପରିବାର ଜନ। ଏ ଅଦ୍ଭୁତ ଦୃଶ୍ୟ ଦେଖି ମୁଁ ଭାବପ୍ରବଣ। ମୋତେ ଲାଗୁଛି ସବୁ ଓଡ଼ିଆଙ୍କୁ ପାଇଁ ଆଜି ଗୋଟେ ବିଶେଷ ଦିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.