Below header

କୋଭିଡ୍‌-୧୯ ସମୟରେ କୋଭିସିଲ୍ଡ ନେଇ ଭୟଭୀତ କି ?

ମହାମାରୀ ଚାଲିଥିବା ବେଳେ ବଞ୍ଚିବାର ଏକମାତ୍ର ସାହା ଭରସା ଥିଲା ଏହି ଭ୍ୟାକ୍ସିନ୍‌ । ଯେଉଁ ଭ୍ୟାକ୍ସିନ୍‌କୁ ନେଇ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ କଥା । ଯାହା ଆପଣ ଜାଣିବା ନିହାତି ଦରକାର । କାରଣ ଏହି ଭ୍ୟାକ୍ସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଚିନ୍ତାରେ ଡାକ୍ତର ଏବଂ କୋଭିସିଲ୍ଡ ନେଇଥିବା ବ୍ୟକ୍ତି । କଣ ଆପଣ କୋଭିସିଲ୍ଡ ଟିକା ନେଇଛନ୍ତି ? ଯଦି ନେଇଛନ୍ତି ତେବେ କୋଭିସିଲ୍ଡ ଟିକାକୁ ନେଇ ଆସିଥିବା ସତ ମଧ୍ୟ ଜାଣି ରଖନ୍ତୁ ।

ଆପଣ କୋଭିସିଲ୍ଡ ନେଇଛନ୍ତି କି ? କୋଭିଡ ମହାମାରୀ ସମୟରେ ଏହା ଥିଲା ଏକ ପ୍ରକାର ରାମବାଣ । ମହାମାରୀ ଚାଲିଥିବା ବେଳେ ବଞ୍ଚିବାର ଏକମାତ୍ର ସାହା ଭରସା ଥିଲା ଏହି ଭ୍ୟାକ୍ସିନ୍‌ । ଯେଉଁ ଭ୍ୟାକ୍ସିନ୍‌କୁ ନେଇ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ କଥା । ଯାହା ଆପଣ ଜାଣିବା ନିହାତି ଦରକାର । କାରଣ ଏହି ଭ୍ୟାକ୍ସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଚିନ୍ତାରେ ଡାକ୍ତର ଏବଂ କୋଭିସିଲ୍ଡ ନେଇଥିବା ବ୍ୟକ୍ତି । କଣ ଆପଣ କୋଭିସିଲ୍ଡ ଟିକା ନେଇଛନ୍ତି ? ଯଦି ନେଇଛନ୍ତି ତେବେ କୋଭିସିଲ୍ଡ ଟିକାକୁ ନେଇ ଆସିଥିବା ସତ ମଧ୍ୟ ଜାଣି ରଖନ୍ତୁ । ଏହି ଟିକା ଦ୍ୱାରା ମୃତ୍ୟୁ ଏବଂ ଗୁରୁତର ହେବା ନେଇ ୫୧ଟି ମକଦ୍ଦମା ଦାୟର କରାଯାଇଛି । ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ଏହି ଟିକା ବୋଲି କୁହାଯାଉଛି ।

ହଁ ଆଜ୍ଞା, ଆମେ ଆପଣଙ୍କୁ ଦିନରେ ଆଷ୍ଟ୍ରାଜେନେକା ଅଦାଲତର ବସ୍ତାବିଜ୍ ରେ ପାର୍ଶ୍ୱ ପ୍ରତିକ୍ରିୟା କଥା ସ୍ୱୀକାର କରିଥିବା ଜଣାଇଥିଲୁ । ଯେ ତାର କୋଭିଡ୍ ୧୯ ଭ୍ୟାକ୍ସିନ୍ ଦ୍ୱାରା ଅନେକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ବୋଲି ସେ ସ୍ୱୀକାର କରିଛନ୍ତି। ବ୍ରିଟେନ୍ ହାଇକୋର୍ଟରେ ଦାଖଲ ହୋଇଥିବା ଆଇନଗତ ଦସ୍ତାବିଜ୍ ରେ ଆଷ୍ଟ୍ରାଜେନେକା ସ୍ବୀକାର କରିଛି ଯେ ଏହା ବିରଳ TTS ବା ଥ୍ରୋମ୍ବୋସାଟୋଫେନିଆ ସିନଡ୍ରମ୍ ର କାରଣ ହୋଇପାରେ । ରକ୍ତ ଜମାଟ ବାନ୍ଧିବା, ରକ୍ତରୁ ପ୍ଳେଟଲେଟ୍ କମିବା ଭଳି ଭୟଙ୍କର ପ୍ରଭାବ ପଡିଥିବା କଥା ସାମ୍ନାକୁ ଆସିଥିଲା ।ଏହାସହ ଅତ୍ୟଧିକ ମୁଣ୍ଡ ବିନ୍ଧା ହେବା ଏବଂ ହୃଦଘାତ ଏବଂ ଷ୍ଟ୍ରୋକ ର କାରଣ ହେଉଛି ଏହି TTS ।

ତେବେ ଆଷ୍ଟ୍ରାଜେନେକା ଏବଂ ଜନସନଙ୍କ ଜାନସେନ୍ ପରି ଆଡେନୋଭାଇରସ୍ ଟିକା ସହିତ ଜଡିତ ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ ଗୁଇଲେନ୍ ବାରେ ସିଣ୍ଡ୍ରୋମ ଯାହା ବାହୁ ଏବଂ ଗୋଡର ପକ୍ଷାଘାତ ସୃଷ୍ଟି କରିଥାଏ, ବେଲ୍ସର ପାଲସି ଅର୍ଥାତ୍‌ ଚେହେରାର ଦୁର୍ବଳତା ସୃଷ୍ଟି କରିଥାଏ , ଷ୍ଟ୍ରୋକ୍, ମସ୍ତିଷ୍କ ଭେନସ୍ ସାଇନସ୍ ଥ୍ରୋମ୍ବୋସିସ୍ ଏବଂ ହୃଦଘାତକୁ ଅନ୍ତର୍ଭୁକ୍ତ କରିପାରେ ।

ତେବେ ଏହି ରକ୍ତ ଜମାଟ ବାନ୍ଧିବାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ପରେ ବିଭିନ୍ନ ଦେଶରେ ଆଷ୍ଟ୍ରା ଜେନେଙ୍କା ଟିକା ବନ୍ଦ କରାଯାଇଥିଲା। କୋଭିଡ -19 ଟିକା ଦ୍ୱାରା ସୃଷ୍ଟି ହୋଇଥିବା TTS ନାମକ ବିରଳ ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଡାକ୍ତର କହିଛନ୍ତି । ଯେ ଟିକା ସହ ଜଡିତ ପ୍ରତିକୂଳ ପ୍ରଭାବ ସାଧାରଣତଃ କିଛି ସପ୍ତାହ ଅର୍ଥାତ୍‌ ୧ରୁ ୬ ସପ୍ତାହ ମଧ୍ୟରେ ଘଟିଥାଏ । ତେଣୁ ୨ ବର୍ଷ ପୂର୍ବେ ଏହି ଟିକା ନେଇଥିବା ଭାରତର ଲୋକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ହାଇଦ୍ରାବାଦ୍‌ର ଆପୋଲୋ ହସ୍ପିଟାଲର ସ୍ନାୟୁବିଜ୍ଞାନୀ ଡଃ ସୁଧୀର କୁମାର କହିଛନ୍ତି ।

ତେଣୁ ଆପଣମାନେ ଯଦି କୋଭିସିଲ୍ଡ ନେଇ ଚିନ୍ତାରେ ଅଛନ୍ତି ଏବଂ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଚାହୁଁଛନ୍ତି ଆପତତଃ ତାର କୌଣସି ଆବଶ୍ୟକତା ନାହିଁ । କାରଣ ଏହା ଡାକ୍ତର ସ୍ପଷ୍ଟ କରିଛନ୍ତି କୋଭିସିଲ୍ଡ ନେବାର ୧ରୁ ୬ ସପ୍ତାହ ମଧ୍ୟରେ ଏହି ପ୍ରତିକ୍ରିୟା ଦେଖାଦେଇଥାଏ ତେବେ ଯେଉଁମାନେ ୨ ବର୍ଷ ପୂର୍ବରୁ ଟିକା ନେଇ ସାରିଛନ୍ତି ଟିକାକୁ ନେଇ କୌଣସି ଚିନ୍ତା କରିବାର କୌଣସି କାରଣ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.