Below header

ରତନପୁରରେ ବୃଦ୍ଧାଙ୍କୁ ଗାଁ ଦାଣ୍ଡରେ ମାରିଦେବା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

 ରତନପୁରରେ ବୃଦ୍ଧା ରଜନୀ ସାହୁଙ୍କୁ ଗାଁ ଦାଣ୍ଡରେ ମାରିବା କରିବା ଘଟଣା । ଅଭିଯୁକ୍ତ ସନ୍ତୋଷ ବେହେରାକୁ ଆଜୀବନ କାରାଦଣ୍ଡାଦେଶ  ।

ରତନପୁରରେ ବୃଦ୍ଧା ରଜନୀ ସାହୁଙ୍କୁ ଗାଁ ଦାଣ୍ଡରେ ମାରିବା କରିବା ଘଟଣା । ଅଭିଯୁକ୍ତ ସନ୍ତୋଷ ବେହେରାକୁ ଆଜୀବନ କାରାଦଣ୍ଡାଦେଶ  । ଦଣ୍ଡ ଶୁଣାଇଲେ ନୟାଗଡ ଜିଲ୍ଲା ଓ ଦୌରାଜଜ  । ସେପ୍ଟେମ୍ବର ୯ତାରିଖ ୨୦୨୨ ମସିହାରେ ଟାଉନଥାନା ରତନପୁରରେ ଏକ ବିଭତ୍ସ କାଣ୍ଡ ଘଟିଥିଲା ଯେଉଁଥିରେ ବୃଦ୍ଧା ଜଣକ ମୃତ୍ୟୁ ବରଣି କରିଥିଲେ ।

ଜମିବାଡି ବିବାଦକୁ କେନ୍ଦ୍ରକରି ବୃଦ୍ଧା ରଜନୀ ସାହୁଙ୍କୁ ସେହି ଗାଁର  ସନ୍ତୋଷ ବେହେରା ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ କଟୁରୀରେ ହାଣିଥିଲା । ରଜନୀ ପୋଖରୀରୁ ଗାଧୋଇସାରି ଘରକୁ ଫେରୁଥିବା ସମୟରେ ଏହି କାଣ୍ଡ କରିଥିଲା ସନ୍ତୋଷ  ।

୧୩ ଜଣ ସାକ୍ଷୀ ଏବଂ  ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଆଜି ଜିଲ୍ଲା ଓ ଦୌରାଜଜ ଅଭିଯୁକ୍ତ ସନ୍ତୋଷକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାରଟଙ୍କା ଜୋରିମାନା ନିର୍ଦ୍ଦେଶ  ଦେଇଛନ୍ତି । ସରକାରଙ୍କ ତରଫରୁ ଏହି ମାମଲା ପରିଚାଳନା କରିଥିଲେ ବିଷ୍ଣୁପ୍ରସନ୍ନ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.