Below header

ଶୁଆଇ ଦେଉନଥିଲା ଶାଶୁ ପ୍ରେମ, ଶେଷରେ ଲୋକଙ୍କ ଆଗରେ ସିନ୍ଦୁର ଦେଇ ବାହା ହେଲା ଜ୍ୱାଇଁ

ହଁ ଆଜ୍ଞା ନିଜେ ଶ୍ୱଶୁର ତାର ସ୍ତ୍ରୀକୁ ଜ୍ୱାଇଁ ସହ ବାହା କରିଦେଇଛି । ଦୀର୍ଘ ଦିନ ଧରି ଚାଲିଥିବା ଲୁଚାଛପା ପ୍ରେମ ଉପରେ ଶ୍ୱଶୁର ପୂର୍ଣ୍ଣଛେଦ ପକାଇଛନ୍ତି ।

ଶାଶୂ ଉପରେ ଫିଦା ହେଲା ଜ୍ୱାଇଁ…ସ୍ତ୍ରୀକୁ ନୁହେଁ ବରଂ ଶାଶୂ ଉପରେ ଆସିଲା ମନ…ଦିନ ରାତି ଖାଲି ସ୍ୱପ୍ନରେ ଦେଖାଗଲା ଶାଶୂର ମୁହଁ…ବାଧ୍ୟ ହୋଇ ଜ୍ୱାଇଁ ସହ ଶାଶୂକୁ ବାହାଦେଲା ଶ୍ୱଶୁର…ହଁ ଆଜ୍ଞା ନିଜେ ଶ୍ୱଶୁର ତାର ସ୍ତ୍ରୀକୁ ଜ୍ୱାଇଁ ସହ ବାହା କରିଦେଇଛି । ଦୀର୍ଘ ଦିନ ଧରି ଚାଲିଥିବା ଲୁଚାଛପା ପ୍ରେମ ଉପରେ ଶ୍ୱଶୁର ପୂର୍ଣ୍ଣଛେଦ ପକାଇଛନ୍ତି । ଆଉ ଗାଁ ଲୋକଙ୍କ ଉପସ୍ଥିତିରେ ନିଜର ହିଁ ସ୍ତ୍ରୀକୁ ଜ୍ୱାଇଁ ହାତକୁ ଟେକଦେଇଛନ୍ତି । ଆପଣ ବି ଦେଖନ୍ତୁ ଆଜ୍ଞା କେମିତି ଶାଶୂ ମୁଣ୍ଡରେ ସିନ୍ଦୁର ଦେଉଛି ଏ ଯୁବକ । ଏ ଚିତ୍ର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି କିନ୍ତୁ କଣ କରିବେ ଏମାନଙ୍କ ପ୍ରେମ ଆଗରେ ହାର ମାନିଛନ୍ତି ସମସ୍ତେ ।

ଖାଲି କଣ ସେତିକି ଲୋକଙ୍କ ସାମ୍ନାରେ ବିବାହ କରିବା ପରେ କୋର୍ଟ ମ୍ୟାରେଜ ବି ଦୁହେଁ କରାଇଛନ୍ତି । ଆଉ ଏସବୁ କରିଛନ୍ତି ନିଜେ ଶ୍ୱଶୁର । ବିହାର କଟୋରିୟା ଧୋବନୀ ଗାଁର ଏ ଚିତ୍ର ଏବେ ଚାରିଆଡେ ଚର୍ଚ୍ଚାରେ । ଗାଁର ସିକନ୍ଦର ଯାଦବ ନିଜର ହିଁ ସ୍ତ୍ରୀର ମାଆକୁ ପ୍ରେମ କରିବସିଲା । ଯାହାପରେ ଉଭୟଙ୍କ ପ୍ରେମକୁ ବିବାହର ରୂପ ଦେଲେ ଶ୍ୱଶୁର ।

ଏ ଯୁବକର ଗୋଟେ ପୁଅ ଓ ଗୋଟେ ଝିଅ ବି ଅଛି । ଗତ କିଛି ଦିନ ପୂର୍ବରୁ ସିକନ୍ଦରର ସ୍ତ୍ରୀର ମୃତ୍ୟୁ ହୋଇଗଲା । ଯାହାପରେ ସିକନ୍ଦର ଆଉ ଗୋଟେ ବାହା ହେଲା । କିନ୍ତୁ ତାକୁ ଛାଡପତ୍ର ଦେଇଦେଲା । ଆଉ ତାପରେ ନିଜର ପ୍ରଥମ ସ୍ତ୍ରୀର ମାଆ ମାନେ ନିଜର ହିଁ ଶାଶୁ ସହିତ ପ୍ରେମ ପ୍ରସଙ୍ଗ ଆରମ୍ଭ କଲା ।

ବେଶ୍‌ କିଛି ଦିନ ଲୁଚାଛପାରେ ଏ ପ୍ରେମ ଲୀଳା ଚାଲିଲା ଉଭୟଙ୍କର । କିନ୍ତୁ ଅସଲ କଥା ସେତେବେଳେ ପଦାକୁ ଆସିଲା ଯେତେବେଳେ ସିକନ୍ଦର ନିଜ ଶ୍ୱଶୁର ଘରେ ପହଁଚିଲା । ସେତେବେଳେ ଶ୍ୱଶୁରକୁ ଜ୍ୱାଇଁ ଉପରେ ସନ୍ଦେହ ହେଲା । ଯାହାପରେ ଅସଲ ଖେଳ ପଦାକୁ ଆସିଗଲା । ଯାହାପରେ ଗାଁ ଲୋକଙ୍କୁ ଡାକି ଉଭୟଙ୍କୁ ପଚରାଉଚୁରା କଲେ । ଯେଉଁଠି ଉଭୟ ଶାଶ୍ୱ ଓ ଜ୍ୱାଇଁ ସ୍ୱିକାର କଲେ ଯେ ସେମାନେ ଦୁଇଜଣ ପରଷ୍ପରକୁ ପ୍ରେମ କରୁଛନ୍ତି ବୋଲି ।

ଯାହାପରେ ଗାଁ ଲୋକଙ୍କ ସହମତିରେ ସିକନ୍ଦରର ଶ୍ୱଶୁର ଉଭୟଙ୍କର ବାହାଘର କରିଦେଲା । ପ୍ରଥମେ ଗାଁ ଲୋକଙ୍କ ଉପସ୍ଥିତିରେ ସିନ୍ଦୁର ଦେଲା ଆଉ ପରେ କୋର୍ଟରେ । ଆଉ ତାପରେ ନିଜ ସ୍ତ୍ରୀକୁ ଜ୍ୱାଇଁ ସହିତ ବିଦା କରିଦେଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.