Below header

ଅକ୍ଷୟ ତୃତୀୟା : ଜମିରେ ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର, ପ୍ରଣବ ଓ ରୁଦ୍ର ମହାରଥୀ

ଅକ୍ଷୟ ତୃତୀୟାରେ ନେତାଙ୍କ ଅକ୍ଷିମୁଠି ଅନୁକୂଳ। ଜମିରେ ହଳ ଧରିଲେ ନେତା । ସମ୍ବଲପୁର ରେଙ୍ଗାଳୀ ବ୍ଲରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସେହିପରି ଧର୍ମେନ୍ଦ୍ର ପ୍ରଧାନ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରି ହୀରାକୁଦ ନିକଟସ୍ଥ ସାପଲହରା ଗାଁରେ ଆଖିମୁଠି ଅନୁକୂଳ କରିଛନ୍ତି।ସେହିପରି ପୁରୀ ଜିଲ୍ଲା ପିପିଲି ସ୍ଥିତ ଦୁର୍ଗାଦାସପୁର ପଞ୍ଚାୟତର କାଜିପାଟଣାଠାରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ଦ୍ଵାରା ଅଖିମୁଠି ଅନୁକୂଳ କରାଯାଇଥିଲା ।

ସମ୍ବଲପୁର / ପିପିଲି (କେନ୍ୟୁଜ): ଅକ୍ଷୟ ତୃତୀୟାରେ ନେତାଙ୍କ ଅକ୍ଷିମୁଠି ଅନୁକୂଳ ।  ଜମିରେ ହଳ ଧରିଲେ ନେତା । ସମ୍ବଲପୁର ରେଙ୍ଗାଳୀ ବ୍ଲରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଶତାଧିକ ଲୋକଙ୍କ ଗହଣରେ ପବିତ୍ର ଅକ୍ଷିମୁଠି ଅନୁକୂଳ କରିଛନ୍ତି ପ୍ରଣବ ପ୍ରକାଶ । ଚାଷଜମିରେ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୂଳ କରିବା ସହିତ ଚାଷୀଭାଇଙ୍କ କ୍ଷେତ ଶସ୍ୟ ଶ୍ୟାମଳା ହୋଇ ପୁରି ଉଠୁ ବୋଲି ପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଚାଷୀଙ୍କ ଉନ୍ନତି ନେଇ ମଙ୍ଗଳକାମନା କରିଥିଲେ ପ୍ରଣବ। ଏହି ଅବସରରେ ଉପସ୍ଥିତ ଚାଷୀଭାଇମାନଙ୍କୁ ସମ୍ବୋଧନ କରିଥିଲେ ପ୍ରଣବ ପ୍ରକାଶ । ସେ କହିଥିଲେ, ଚାଷୀମାନେ ଲୋକଙ୍କୁ ଆହାର ଯୋଗାଉଛନ୍ତି। ଭଲ ବର୍ଷା ହେଉ, ଭଲ ଫସଲ ହେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ କାମନା କରିଥିଲେ । ଚାଷୀଙ୍କ ଉପକାର ଲାଗି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା କରିଛନ୍ତି।

ସେହିପରି ଧର୍ମେନ୍ଦ୍ର ପ୍ରଧାନ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରି ହୀରାକୁଦ ନିକଟସ୍ଥ ସାପଲହରା ଗାଁରେ ଆଖିମୁଠି ଅନୁକୂଳ କରିଛନ୍ତି । ଧୋତି ପିନ୍ଧି ପାରମ୍ପରିକ ପାଗ ଭିଡି ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ହଳ କରି ଜମିରେ ଧାନ ବୁଣି ଅଖିମୁଠି ଅନୁକୂଳ କରି ଆଜିର ଦିନର ମାହାତ୍ମ ଉପରେ କହିଛନ୍ତି । ଏହା ସହ ଏହି ଅବସରରେ ଓଡିଆ ଜାତିକୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କ୍ଷେତ ଅନୁକୂଳ କଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।  ଅକ୍ଷିତୃତୀୟା ପର୍ବ ହେଉଛି ଅନ୍ୟତମ ।  ଏହି ଅବସରରେ ପୁରୀ ଜିଲ୍ଲା ପିପିଲି ସ୍ଥିତ ଦୁର୍ଗାଦାସପୁର ପଞ୍ଚାୟତର କାଜିପାଟଣାଠାରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ଦ୍ଵାରା ଅଖିମୁଠି ଅନୁକୂଳ କରାଯାଇଥିଲା ।  ପ୍ରଥମେ ଧରିତ୍ରୀ ମା’କୁ ପୁଜାର୍ଚ୍ଚନା କରିବା ସହ କ୍ଷେତରେ ଅକ୍ଷିମୁଠି ଅନୁକୂଳ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.