Below header

ପାକିସ୍ତାନ ପ୍ରେମରେ ମଣିଶଙ୍କର ଆୟର: କହିଲେ ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି, ଭାରତ ପାକିସ୍ତାନର ଇଜ୍ଜତ କରିବା ଉଚିତ

ମଣିଶଙ୍କର କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି । ତେଣୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ । ଭାରତ ନିଜ ପଡ଼ୋଶୀ ଦେଶକୁ ସମ୍ମାନ ନ ଦେଲେ କିମ୍ବା ଠିକ୍‌ ଭାବେ କଥା ନ ହେଲେ ପାକିସ୍ତାନ ଭାରତ ବିପକ୍ଷରେ ପରମାଣୁ ବୋମା ହାମଲା ହେବାର ଭୟ ରହିଛି । ତେବେ ମଣିଶଙ୍କରଙ୍କ ଏଭଳି ବୟାନ ଭାଇରଲ ହେବାରେ ଲାଗିଛି ।

ପୁଣି ବିବାଦରେ କଂଗ୍ରେସ । ଲୋକସଭା ନିର୍ବାଚନ ଚାଲୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବୟାନକୁ ନେଇ ପୁଣି ଚର୍ଚ୍ଚା । ପାକିସ୍ତାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ମଣିଶଙ୍କର ଆୟର । ମଣିଶଙ୍କର ଆୟରଙ୍କ ପାକିସ୍ତାନୀ ପ୍ରେମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।

ମଣିଶଙ୍କର କହିଛନ୍ତି, ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି । ତେଣୁ ଭାରତ ପାକିସ୍ତାନକୁ ସମ୍ମାନ ଦେବା ଉଚିତ । ଭାରତ ନିଜ ପଡ଼ୋଶୀ ଦେଶକୁ ସମ୍ମାନ ନ ଦେଲେ କିମ୍ବା ଠିକ୍‌ ଭାବେ କଥା ନ ହେଲେ ପାକିସ୍ତାନ ଭାରତ ବିପକ୍ଷରେ ପରମାଣୁ ବୋମା ହାମଲା ହେବାର ଭୟ ରହିଛି । ତେବେ ମଣିଶଙ୍କରଙ୍କ ଏଭଳି ବୟାନ ଭାଇରଲ ହେବାରେ ଲାଗିଛି ।

ସେ କହିଛନ୍ତି, ସେମାନଙ୍କର ସମ୍ମାନ ବଜାୟ ରଖିବାବେଳେ ଆପଣ କଠୋର ଭାବରେ କଥା ହେଉଛନ୍ତି । ଆପଣ ବନ୍ଧୁକ ଧରି ବୁଲୁଛନ୍ତି । ସେ ଏଥିରୁ କେଉଁ ସମାଧାନ ପାଇଲେ… କିଛି ନୁହେଁ । ଟେନସନ ମଧ୍ୟ ବଢିଚାଲିଛି । ଯଦି ଆମେ ଦୁନିଆର ବିଶ୍ୱ ଗୁରୁ ହେବାକୁ ଚାହୁଁଛୁ, ଏହା ଦେଖାଇବା ଆବଶ୍ୟକ ଯେ, ପାକିସ୍ତାନ ସହିତ ଆମର ସମସ୍ୟା ଯେତେ ଖରାପ ହେଉନା କାହିଁକି, ଆମେ ଏହାର ସମାଧାନ ପାଇଁ କଠିନ ପରିଶ୍ରମ କରୁଛୁ ।

ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଆମେ ତାଙ୍କ ସହ କୌଣସି ପ୍ରକାର ବାର୍ତ୍ତାଳାପ କରିବୁନି ବୋଲି ବିଜେପି ସରକାର କହୁଛି । ଆତଙ୍କବାଦକୁ ସମୂଳେ ବିନାଶ କରିବାକୁ ଆଲୋଚନା ନିହାତି ଜରୁରୀ । ନଚେତ ପାକିସ୍ତାନ ଭାବିବ ଭାରତ ଅହଙ୍କାରରେ ଅନ୍ଧ ହୋଇ ଆଲୋଚନା ପାଇଁ ରାଜି ହେଉନି। ଏପରି ସ୍ଥିତିରେ ପାକିସ୍ତାନ ପରମାଣୁ ବୋମା ପକାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ୍ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଥିଲେ । ପୂର୍ବୋତ୍ତର ଲୋକମାନେ ଚାଇନିଜ୍ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଆନ୍ତି ବୋଲି ସେ କହିଥିଲେ । ଏହାକୁ ନେଇ ଚାରି ଆଡ଼ୁ ସମାଲୋଚିତ ହେବା ପରେ ସେ ଗ୍ରେସର ଇଣ୍ଡିଆନ ଓଭରସିଜ୍ ଚେୟାରମ୍ୟାନ ପଦ ଛାଡ଼ି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.