ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଦଶମ ଛାତ୍ର, ଗେଟ୍ ବାହାରୁ ବିଦା କରିଦେଲେ ସିକ୍ୟୁରିଟି
ଚାଲିଛି ବୋର୍ଡ଼ ପରୀକ୍ଷା। ପରୀକ୍ଷା ହଲ୍ ଗେଟ୍ ବାହାରେ ଭୋ ଭୋ ହୋଇ କାନ୍ଦୁଛି ଦଶମ ଶ୍ରେଣୀ ଛାତ୍ର । ଯେତେବେଳେ ପିଲାଟି ପାଖକୁ ଯାଇ ପଚାରି ବୁଝିଥିଲେ ସେତେବେଳେ ପିଲାଟି ଯାହା କହିଥିଲା ତାହା ଆପଣ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ଚାଲିଛି ବୋର୍ଡ଼ ପରୀକ୍ଷା। ପରୀକ୍ଷା ହଲ୍ ଗେଟ୍ ବାହାରେ ଭୋ ଭୋ ହୋଇ କାନ୍ଦୁଛି ଦଶମ ଶ୍ରେଣୀ ଛାତ୍ର । ଯେତେବେଳେ ପିଲାଟି ପାଖକୁ ଯାଇ ପଚାରି ବୁଝିଥିଲେ ସେତେବେଳେ ପିଲାଟି ଯାହା କହିଥିଲା ତାହା ଆପଣ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।
ହଁ ଆଜ୍ଞା, ପିଲାଟି ସାଇକେଲ୍ ନେଇ ଯାଇଥିଲା ପରୀକ୍ଷା ଦେବାକୁ । ହେଲେ ପରୀକ୍ଷା ହଲ୍ ଭିତରକୁ ତାକୁ ଏଣ୍ଟ୍ରି କରାଯାଇନଥିଲା । ଯେଉଁଥିପାଇଁ ପିଲାଟି ରାସ୍ତାରେ ଠିଆ ହୋଇ କାନ୍ଦୁଛି । ସମସ୍ତ ପିଲା ପରିକ୍ଷା ଦେଉଥିବା ବେଳେ ତେବେ କାହିଁକି ଏହି ପିଲାଟିକୁ ଛାଡ଼ି ନଥିଲେ ପରିକ୍ଷା ଦେବାକୁ । ଆସନ୍ତୁ ଜାଣିବା ।
୫ ଫେବୃଆରୀରୁ ମଧ୍ୟ ପ୍ରଦେଶରେ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଯାଇଛି । ଶୋୟପୁରରେ ଜଣେ ଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ୮ କିଲୋମିଟର ସାଇକେଲ ଚଳାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସେ ଅଧ ଘଣ୍ଟା ବିଳମ୍ବ କରିଥିଲେ। ବିଳମ୍ବ ହେତୁ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯାଇନଥିଲା। ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ନ ଥିବାରୁ ଛାତ୍ର ଜଣକ କାନ୍ଦିବାକୁ ଲାଗିଲେ। ପରୀକ୍ଷା କେନ୍ଦ୍ରର ଦାୟିତ୍ୱରେ ଥିବା ଏବଂ ଅନ୍ୟ କର୍ମଚାରୀଙ୍କୁ ସେ ବାରମ୍ବାର ଅନୁରୋଧ କରିଥିଲେ, ହେଲେ କେହି ତାଙ୍କ କଥା ଶୁଣି ନଥିଲେ। ସମସ୍ତେ ତାଙ୍କୁ ନିୟମ ଦର୍ଶାଇ ମନା କରିଦେଲେ। ବହୁ ସମୟ ପରେ, ପୋଲିସ ଏବଂ ସ୍ଥାନୀୟ ଲୋକ ବୁଝାଇବା ପରେ ସେ ଘରକୁ ଫେରିଥିଲେ।
ବୀରପୁର ତହସିଲ ମୁଖ୍ୟାଳୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ରେ ଏହି ଘଟଣା ଦେଖଇବାକୁ କିଳିଥିଲା । ଦଶମ ଶ୍ରେଣୀର ଛାତ୍ର ଅଙ୍କେଶ କେୱାଟ ନିତାନୱାନ ଗ୍ରାମରେ ରୁହନ୍ତି। ସୋମବାର ତାଙ୍କର ହିନ୍ଦୀ ପେପର ଥିଲା। ପରୀକ୍ଷା କେନ୍ଦ୍ର ତାଙ୍କ ଗ୍ରାମ ନିତାନୱାନଠାରୁ ୮ କିଲୋମିଟର ଦୂର । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସମୟ ସକାଳ ୮.୩୦ ଥିଲା । କିନ୍ତୁ ସେ ସକାଳ ୯ ଟା ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିଥିଲେ।
ତେବେ ପରୀକ୍ଷା ପୂର୍ବଦିନ ଅର୍ଥାତ୍ ଫେବୃଆରୀ ୪ ରେ ଦିନରାତି ୨୪ ଘଣ୍ଟା ବର୍ଷା ହୋଇଥିଲା। ଏହି କାରଣରୁ ଅଙ୍କେଶଙ୍କ ଘର ସାମ୍ନାରେ ରାସ୍ତା କାଦୁଅ ହୋଇ ଯାଇଥିଲା । ଏହି କାରଣରୁ ଅଙ୍କେଶ ସୋମବାର ସକାଳେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବିଳମ୍ବ କରିଥିଲେ। ଆଉ ସେ ଏପରି କାନ୍ଦୁଥିବାର ଭିଡିଓ ସୋଶିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ତେବେ ଯଦି ଜଣେ ଛାତ୍ର ୧୫ ମିନିଟ୍ ବିଳମ୍ବ କରନ୍ତି, ତେବେ ତାଙ୍କୁ ୮.୪୦ ରୁ ୮.୪୫ ପର୍ଯ୍ୟନ୍ତ ପ୍ରବେଶ ଦିଆଯାଇପାରେ । ଯେହେତୁ ଅଙ୍କେଶ ୯ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ଦାୟିତ୍ୱରେ ଥିବା ସିକ୍ୟୁରିଟି ପରୀକ୍ଷା କେନ୍ଦ୍ରକୁ ଅଙ୍କେଶଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ। ଏହି କାରଣରୁ ସେ ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।