Below header

ଡାଇବେଟିସ୍‌ ରୋଗୀମାନେ କାଜୁ, ବାଦାମ ଏବଂ କିସମିସ୍ ଖାଇବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଡାଇବେଟିସ୍‌ ରୋଗୀମାନେ ଡ୍ରାଏ ଫ୍ରୁଟ ଖାଇବା ଠାରୁ ଦୂରେଇ ରୁହନ୍ତି, କାରଣ ସେମାନଙ୍କୁ ଲାଗିଥାଏ ଯେ ଏହା କରିବା ଦ୍ୱାରା ସୁଗାର ଲେବଲ ଶୀଘ୍ର ବଢିପାରେ । ତେବେ ଡକ୍ତରଙ୍କ ଅନୁଯାୟୀ, ଡାଇବେଟିସ୍‌ ରୋଗୀମାନେ କାଜୁ, ବାଦାମ, କିସମିସ୍, ପିସ୍ତା, ଖଜୁରୀ ସହିତ ସମସ୍ତ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇପାରିବେ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି କାରଣରୁ ସୁଗାର ଲେବଲ ବଢିବାର କୌଣସି ବିପଦ ନାହିଁ ।

ଡାଇବେଟିସ୍‌ ରୋଗୀଙ୍କୁ ସେମାନଙ୍କର ଖାଇବା ଉପରେ ବହୁତ ନିୟନ୍ତ୍ରଣ କରିବାକୁ ପଡିଥାଏ । ଖାଦ୍ୟକୁ ନେଇ ବେପରୁଆ ହେବା ଦ୍ୱାରା ବ୍ଲଡ ସୁଗାର ଶୀଘ୍ର ବଢି ଯାଇଥାଏ । ଏହି କାରଣରୁ ଡକ୍ତରମାନେ ଡାଇବେଟିସ୍‌ ରୋଗୀଙ୍କୁ ଅନେକ ଖାଦ୍ୟ ନଖାଇବାକୁ ପରାମର୍ଶ ଦିଅନ୍ତି । ପ୍ରାୟତଃ କୁହାଯାଏ ଯେ ଏହି ଲୋକମାନେ ଡ୍ରାଏ ଫ୍ରୁଟ୍ସ ସ୍ନାକ୍ସ ଭାବରେ ଖାଇବା ଉଚିତ୍ । ତେବେ ଡ୍ରାଏ ଫ୍ରୁଟ୍ସ ଗୁଡ଼ିକରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଏବଂ ଅନେକ ଲୋକ ଏହାକୁ ସ୍ନାକ୍ସ ଭାବରେ ଖାଆନ୍ତି । ତଥାପି ଡାଇବେଟିସ୍‌ ରୋଗୀମାନେ ଡ୍ରାଏ ଫ୍ରୁଟ ଖାଇବା ଠାରୁ ଦୂରେଇ ରୁହନ୍ତି, କାରଣ ସେମାନଙ୍କୁ ଲାଗିଥାଏ ଯେ ଏହା କରିବା ଦ୍ୱାରା ସୁଗାର ଲେବଲ ଶୀଘ୍ର ବଢିପାରେ । ତେବେ ଡକ୍ତରଙ୍କ ଅନୁଯାୟୀ, ଡାଇବେଟିସ୍‌ ରୋଗୀମାନେ କାଜୁ, ବାଦାମ, କିସମିସ୍, ପିସ୍ତା, ଖଜୁରୀ ସହିତ ସମସ୍ତ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇପାରିବେ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି କାରଣରୁ ସୁଗାର ଲେବଲ ବଢିବାର କୌଣସି ବିପଦ ନାହିଁ ।

ସୂଚନା ମୁତାବକ, ଡ୍ରାଏ ଫ୍ରୁଟ୍ସଗୁଡ଼ିକ ଶୁଖିଲା ଫଳ ହୋଇଥାଏ, ଯାହା ସୂର୍ଯ୍ୟ କିରଣରେ ଶୁଖିବା ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଖରାରେ ଶୁଖିବା ହେତୁ ଡ୍ରାଏ ଫ୍ରୁଟ୍ସରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ ପ୍ରାକୃତିକ ଫ୍ରୁକଟୋଜର ପରିମାଣ ବଢିଯାଇଥାଏ । ତେବେ ଏହା ପୁଷ୍ଟିକର ଖାଦ୍ୟ ଭଣ୍ଡାର ହୋଇଥିବା ଯୋଗୁ ଡ୍ରାଏ ଫ୍ରୁଟ୍ସ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତଥାପି ଡାଇବେଟିସ୍‌ ରୋଗୀମାନେ କେବଳ ସୀମିତ ପରିମାଣରେ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ୍ । ଅତ୍ୟଧିକ ପରିମାଣର ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଗ୍ଲାଇସେମିକ୍ ନିୟନ୍ତ୍ରଣ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ସେଥିପାଇଁ ଏହା ପ୍ରତି ଆପଣମାନଙ୍କୁ ଧ୍ୟାନ ଦେବା ନିହାତି ଜରୁରୀ ହୋଇଥାଏ ।

ଡକ୍ତରଙ୍କ କହିବା ଅନୁଯାୟୀ, ଡ୍ରାଏ ଫ୍ରୁଟ୍ସଗୁଡ଼ିକରେ ଅଧିକ କ୍ୟାଲୋରୀ ଥାଏ, ଯାହା ବ୍ଲଡ ସୁଗାର ଲେବଲ ଉପରେ ପ୍ରଭାବ ପକାଇପାରେ । ଯେପରି ୮ ରୁ ୧୦ଟି ବାଦାମରେ ପ୍ରାୟ ୭୦ କ୍ୟାଲୋରୀ ଥାଏ । କାଜୁ ଏବଂ ପିସ୍ତା ସହିତ ଅଧିକାଂଶ ଡ୍ରାଏ ଫ୍ରୁଟ୍ସଗୁଡ଼ିକରେ ବହୁତ କ୍ୟାଲୋରୀ ରହିିଥାଏ । ସେଗୁଡ଼ିକୁ ଅଧିକ ଖାଇବା ଦ୍ୱାରା ସୁଗାର ଲେବଲ ବଢିପାରେ । ସୂଚନା ମୁତାବକ, ଡାଇବେଟିସ୍‌ ରୋଗୀମାନେ ଦିନର ଯେକୌଣସି ସମୟରେ ଡ୍ରାଏ ଫ୍ରୁଟ୍ସ ଖାଇପାରିବେ । ଶରୀରରେ ଏନର୍ଜି ସ୍ଥର ପୂରଣ କରିବା ପାଇଁ ଲଞ୍ଚ୍‌ ପରେ ଡ୍ରାଏ ଫ୍ରୁଟ୍ସ ଖାଇବା ଅଧିକ ଲାଭଦାୟକ ହୋଇଥାଏ । ତଥାପି ଭରପୂର ପେଟ ଡ୍ରାଏ ଫ୍ରୁଟ୍ସ ଖାଦ୍ୟ ଭାବେ ଖାଆନ୍ତୁ ନାହିଁ ଏବଂ ଅଳ୍ପ ପରିମାଣରେ ଖାଆନ୍ତୁ । କିନ୍ତୁ ଯେତେବେଳେ ବି ଡାଇବେଟିସ୍‌ ରୋଗୀମାନେ ଡ୍ରାଏ ଫ୍ରୁଟ୍ସ ଖାଇବାକୁ ଚାହିଁବେ, ତେବେ ସେମାନେ ଡକ୍ତରଙ୍କ ପରାମର୍ଶ ନେଇ ଖାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.