Below header

ଲଞ୍ଚ ହେଲା ଜିପ୍ Wrangler, ଫିଚର ରହିଛି ବଢ଼ିଆ

ନୂଆ Wrangler ଏକ ବଡି-ଅନ୍-ଫ୍ରେମ୍ ଏବଂ ଫାଇଭ୍‌ -ଲିଙ୍କ୍ ସସପେନ୍ସନ୍ ସିଷ୍ଟମ୍ ସହିତ ଲ୍ୟାସ୍‌ ହୋଇଛି । ଏଥିରେ ଚାରୋଟି ସ୍କିଡ୍ ପ୍ଲେଟ୍ ଏବଂ ଆଲୁମିନିୟମ୍ କ୍ଲୋଜର୍ସ ଅଛି । ରୁବିକନ୍ ମଡେଲରେ ଏକ ଖାସ୍‌ ଇଲେକ୍ଟ୍ରୋନିକ୍ ଫ୍ରଣ୍ଟ୍ ସ୍ୱେ-ବାର୍ ଡିସକନେକ୍ଟ ଫିଚର ଦିଆଯାଇଛି ।

ଜିପ୍ ଭାରତରେ ୨୦୨୪ Wrangler ମୂଲ୍ୟ ଘୋଷଣା କରିଛି । ଏହାର ଏକ୍ସ-ସୋ’ରୁମ୍ ଆରମ୍ଭ ମୂଲ୍ୟ ୬୭.୬୫ ଲକ୍ଷ ଟଙ୍କା । Wrangler ପାଇଁ କମ୍ପାନୀ ୧୦୦ ରୁ ଅଧିକ ବୁକିଂ ପାଇଛି । ଏହାର ଡେଲିଭରି ମେ ମାସରୁ ଆରମ୍ଭ ହେବ ବୋଲି କୁହାଯାଉଛି । ୨୦୨୪ ଜିପ୍ Wrangler ଦୁଇଟି ମଡେଲ ଅନଲିମିଟେଡ୍‌ ଏବଂ ରୁବିକନରେ ମିଳିବ । ରୁବିକନ୍ ମଡେଲର ମୂଲ୍ୟ ୭୧.୬୫ ଲକ୍ଷ ଟଙ୍କା ରଖାଯାଇଛି ।

ନୂଆ Wrangler ଏକ ବଡି-ଅନ୍-ଫ୍ରେମ୍ ଏବଂ ଫାଇଭ୍‌ -ଲିଙ୍କ୍ ସସପେନ୍ସନ୍ ସିଷ୍ଟମ୍ ସହିତ ଲ୍ୟାସ୍‌ ହୋଇଛି । ଏଥିରେ ଚାରୋଟି ସ୍କିଡ୍ ପ୍ଲେଟ୍ ଏବଂ ଆଲୁମିନିୟମ୍ କ୍ଲୋଜର୍ସ ଅଛି । ରୁବିକନ୍ ମଡେଲରେ ଏକ ଖାସ୍‌ ଇଲେକ୍ଟ୍ରୋନିକ୍ ଫ୍ରଣ୍ଟ୍ ସ୍ୱେ-ବାର୍ ଡିସକନେକ୍ଟ ଫିଚର ଦିଆଯାଇଛି ।

ଡିଜାଇନ୍ ବିଷୟରେ କହିବାକୁ ଗଲେ, Wrangler ବକ୍ସି ଲୁକ୍ ସହିତ ଡିଜାଇନ୍‌ କରାଯାଇଛି । ଏଥିରେ ସେଭେନ୍‌ ସ୍ଲେଟ୍ ଗ୍ରୀଲ୍, ଗୋଲ ହେଡଲାଇଟ୍, ରିମୋଭାଲ ଡୋର୍ସ, ୧୮ ଇଞ୍ଚର ଆଲୋଇ ହ୍ଵିଲ୍ସ ଏବଂ ବଡ଼ ହ୍ଵିଲ୍‌ ଆର୍ଚ ରହିଛି । ଲୁକ୍‌ ଦୃଷ୍ଟିରୁ କାରକୁ ନୂଆ ଦେଖାଯିବା ପାଇଁ କିଛି ଛୋଟ ସାଧାରଣ କସମେଟିକ୍‌ ପରିବର୍ତ୍ତନ କରାଯାଇଛି । ଏହା ଏକ କ୍ଲାସିକ୍ Wrangler କିନ୍ତୁ ଏଥିରେ କିଛି ନୂଆ ଫିଚର ଦିଆଯାଇଛି ।

Wrangler ର ଇଣ୍ଟେରିୟର ବହୁତ ପ୍ରିମିୟମ୍ । ଡ୍ୟାସବୋର୍ଡକୁ ହରିଜଣ୍ଟାଲ ଲେଆଉଟ୍ ଦିଆଯାଇଛି, ଏହା ସହିତ ସଫ୍ଟ-ଟଚ୍‌ ମେଟେରିଆଲ, ଆକାଉସ୍ଟିକ୍ ଫ୍ରଣ୍ଟ୍ ଗ୍ଲାସ୍ ଏବଂ ସେଭେନ୍‌ ମାଇକ୍ରୋଫୋନ୍ ସହିତ ଆକ୍ଟିଭ୍‌ ନାଇନ୍ସ କ୍ୟାନ୍ସଲେସନ୍‌ ସିଷ୍ଟମ ଦିଆଯାଇଛି । ଏହା ବ୍ୟତୀତ ୧୨.୩ ଇଞ୍ଚ ଇନଫୋଟେନମେଣ୍ଟ ସିଷ୍ଟମ, ସ୍ମାର୍ଟଫୋନ୍ କନେକ୍ଟିଭିଟି, ଦୁଇଟି USB ଟାଇପ୍ ସି ପୋର୍ଟ, ୧୨ ଭୋଲ୍ଟ ଆକ୍ସେସୋରି ଆଉଟଲେଟ୍ ଭଳି ଫିଚର ଅଛି ।

ସେଫ୍ଟି ପାଇଁ ନୂଆ Wranglerରେ ADAS ଅଛି, ଯେଉଁଥିରେ ଫରୱାର୍ଡ କୋଲିଜନ୍‌ ଓ୍ଵାର୍ଣ୍ଣିଂ, ଅଟୋ ହାଇ ବିମ୍ ହେଡଲ୍ୟାମ୍ପ ଏବଂ ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍‌ ସାମିଲ ରହିଛି । ପାର୍କଭ୍ୟୁ ରିଅର ବ୍ୟାକଅପ୍ କ୍ୟାମେରା ସହିତ ପାର୍କସେନ୍ସ ଫ୍ରଣ୍ଟ ଏବଂ ରିଅର ପାର୍କ-ଆସିଷ୍ଟ ସିଷ୍ଟମ ମଧ୍ୟ ରହିଛି । ଅନ୍ୟପଟେ ରୁବିକନ୍ ମଡେଲର ଫ୍ରଣ୍ଟ ଏବଂ ରିୟର ଭ୍ୟୁ ସହିତ ଅଫ୍ ରୋଡ୍ କ୍ୟାମେରା ରହିଛି । ଉଭୟ ମଡେଲରେ ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ ରହିଛି ।

ନୂଆ Wranglerରେ ୨.୦ ଲିଟର ଟର୍ବୋ ଚାର୍ଜ ଇଞ୍ଜିନ୍ ଅଛି, ଯାହା ୨୬୮ bhp ପାଓ୍ଵାର ଏବଂ ୪୦୦ Nm ଟର୍କ ଜେନେରେଟ୍‌ କରେ । ଏହି ଇଞ୍ଜିନ୍ ୮ -ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.