Below header

LIVE କନ୍‌ସର୍ଟରେ ସୁନିଧି ଚୌହାନଙ୍କ ଉପରକୁ ଫିଙ୍ଗିଲେ ବୋତଲ, ସିଙ୍ଗର ଦେଲେ କଡ଼ା ଜବାବ

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ସୁନିଧି ଚୌହାନଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଏଠାରେ ଲାଇଭ୍‌ କନସର୍ଟ ବେଳେ ସୁନିଧି ଅଭଦ୍ରାମୀର ଶିକାର ହୋଇଛନ୍ତି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ କ୍ରୋଧିତ ହୋଇଯିବେ ।

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ସୁନିଧି ଚୌହାନଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଏଠାରେ ଲାଇଭ୍‌ କନସର୍ଟ ବେଳେ ସୁନିଧି ଅଭଦ୍ରାମୀର ଶିକାର ହୋଇଛନ୍ତି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ କ୍ରୋଧିତ ହୋଇଯିବେ । ଏହି କନସର୍ଟରେ ଲାଇଭ୍‌ ପରଫର୍ମାନ୍ସ କରୁଥିବା ବେଳେ ଦର୍ଶକଙ୍କ ଭିତରୁ କେହି ଜଣେ ତାଙ୍କ ଉପରକୁ ବୋତଲ ଫିଙ୍ଗିିଥିଲେ । ଏହି ସମୟରେ ସୁନିଧି ଅଧାରୁ ଅଟକି ଏହାର କଡ଼ା ଜବାବ ଦେଇଥିଲେ ।

ନିକଟରେ ସିଙ୍ଗରଙ୍କ ସହ ଘଟିଥିବା ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । କହି ରଖୁଛୁ, ଏହା ପୂର୍ବରୁ ମଧ୍ୟ ଅନେକ ସିଙ୍ଗରଙ୍କ ସହ ଲାଇଭ୍‌ କନସର୍ଟ ବେଳେ ଏପରି ଘଟଣା ଘଟିଛି ।

ଏବେ ଭାଇରାଲ ଭିଡିଓରେ ସୁନିଧି ଚୌହାନ କନସର୍ଟରେ ନିଜର ହିଟ୍‌ ଗୀତ ଗାଉଥିବା ଦେଖାଯାଉଛି । ଯେମିତି ସେ ଷ୍ଟେଜ୍‌ ମଝିରେ ଛିଡ଼ା ହେଉଛନ୍ତି, ସେହି ସମୟରେ ଦର୍ଶକଙ୍କ ମଧ୍ୟରୁ କେହି ଜଣେ ଏକ ବୋତଲ ତାଙ୍କ ଉପରକୁ ଫିଙ୍ଗୁଛନ୍ତି । ଆଉ ବୋତଲଟି ସୁନିଧିଙ୍କ ହାତରେ ବାଜୁଛି, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି ।

ଷ୍ଟେଜ୍‌ରେ ହିଁ ସୁନିଧି ଏହାର ପାଲଟା ଜବାବ ଦେଇ ଲୋକଙ୍କୁ କହିଥିଲେ, ‘ହାୟ, ମାର୍‌ ଡାଲା’ । ଏହାପରେ ସେ ଆଗକୁ ଯାହା କହିଥିଲେ, ତାହା ଶୁଣି ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହ ସମର୍ଥନ ମଧ୍ୟ କରିଥିଲେ ।

ଏହି ଘଟଣା ପରେ ସୁନିଧି ଏକ ମିନିଟ୍ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏହାପରେ ତାଙ୍କ ଉତ୍ତର ଶୁଣିବା ପରେ କନସର୍ଟରେ ଉପସ୍ଥିତ ଲୋକମାନେ କରତାଳି ଦେଇ ପ୍ରଶଂସା କରିଥିଲେ । ସୁନିଧି କହିଥିଲେ, ‘କ’ଣ ଘଟୁଛି? ବୋତଲ ପିଙ୍ଗିବା ଦ୍ୱାରା କ’ଣ ହେବ? ଶୋ’ ବନ୍ଦ ହେବ । କ’ଣ ଆପଣ ଏହା ଚାହୁଁଛନ୍ତି’?

ଏତିକି କହିବା ପରେ ସେ ପୁଣି ଗୀତ ଗାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ସମର୍ଥନ କରୁଥିବାର ଦେଖାଯାଉଛି । ଏପରି କି, ତାଙ୍କ ପ୍ରତି ହୋଇଥିବା ଅଭଦ୍ରାମୀକୁ ନେଇ ଖୁବ୍‌ ଟ୍ରୋଲ ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.