Below header

ରାଜଧାନୀରେ ନକଲି NCERT ବହି, ୩ଟି ସ୍ଥାନରେ ରେଡ୍

ରାଜଧାନୀରେ ନକଲି ଏନସିଇଆରଟି ବହି । ନକଲି ଏନସିଇଆରଟି ବହି ଭଣ୍ଡାର ଠାବ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବହି ଜବତ ହୋଇଛି । ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ନକଲି ଏନସିଇଆରଟି ବହି ।  ନକଲି ଏନସିଇଆରଟି ବହି ଭଣ୍ଡାର ଠାବ କରିଛି କମିଶନରେଟ୍ ପୋଲିସ ।  ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବହି ଜବତ ହୋଇଛି ।  ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ ହୋଇଛି  ।  ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।

ସୂଚନା ଅନୁସାରେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ବିଦ୍ୟାର୍ଥୀ ବୁକ୍ ଷ୍ଟୋର ନକଲି ବହି ବିକୁଥିବା ନେଇ ଖରବେଳନଗର ଥାନାରେ ଅଭିଯୋଗ କରିଥିଲେ NCERT ଅଧିକାରୀ । ତଦନ୍ତ ପରେ ଜଣା ପଡ଼ିଥିଲା , ମା ମଙ୍ଗଳା ନାମକ ବୁକ୍ ଷ୍ଟୋରରୁ ବହି ଅଣାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ କମିଶନରେଟ୍ ପୋଲିସ ମା ମଙ୍ଗଳା ବୁକ୍ ଷ୍ଟୋରରେ ପହଞ୍ଚି ପଚରାଉଚୁରା କରିବା ପରେ ଜଣା ପଡ଼ିଥିଲା ରବିଟକିଜ୍ ଛକ ନିକଟରେ ଥିବା ଶୁଭମ୍ ବୁକ୍ ଷ୍ଟୋରରୁ ଏହି ବହି ଆସିଛି । ଶୁଭମ୍ ବୁକ୍ ଷ୍ଟୋରରେ ଛାପା ମାରିବା ପରେ ଲକ୍ଷାଧିକ ଟଙ୍କାର ବହି ଜବତ ହୋଇଛି ।

DCP ପ୍ରତୀକ ସିଂହଙ୍କ ନେତୃତ୍ୱରେ ଖାରବେଳ ନଗର ଓ ବଡଗଡ ଥାନା ଅଧିକାରୀ ଚଢଉ କରିଥିଲେ । ଏସବୁ ବହି କେଉଁଠି ଛପା ହେଉଥିଲା, କେବେଠୁ ଏହା ବଜାରକୁ ଆସୁଥିଲା ? । ଭୁବନେଶ୍ବର ବାହାରେ ଅନ୍ୟ କେଉଁ ସହରରେ ଏହାର କାରବାର ଚାଲିଛି ? । ସେନେଇ ପୋଲିସ ଖୋଳତାଡ ଜାରି ରଖିଛି ପୋଲିସ୍ । ସୂଚନା ଅନୁଯାୟୀ, ନକଲି ବହି ନେଇ ଏନସିଇଆରଟି ପକ୍ଷରୁ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.