Below header

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବାପାଙ୍କୁ ଗିରଫ କଲା ଏସଆଇଟି, ଅଗ୍ରୀମ ଜାମିନ ଖାରଜ କଲେ କୋର୍ଟ

ଜେଡିଏସ ପୂର୍ବ ନେତା ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବାପା ତଥା ଏଚଡି ଦେବେଗୌଡାଙ୍କ ପୁଅଙ୍କୁ ଗିରଫ କରିଛି ଏସଆଇଟି । ଏଚଡି ରେଭନ୍ନାଙ୍କ ଗିରଫ ଅପହରଣ ମାମଲାରେ ହୋଇଛି । ଅପହରଣ ମାମଲାରେ କୋର୍ଟ ଅଗ୍ରିମ ଜାମିନକୁ ନାମଞ୍ଜୁର କରିବା ପରେ ଏଚଡି ରେଭନ୍ନାଙ୍କୁ ଗିରଫ କରାଯାଇଛି । ରେଭନ୍ନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ବେଙ୍ଗାଲୁରୁ ସ୍ଥିତ ପଦ୍ମନାଭନଗର ଆବାସରୁ ଗିରଫ କରାଯାଇଛି ।

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା ଜେଡିଏସ ପୂର୍ବ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବାପା ତଥା ଏଚଡି ଦେବେଗୌଡାଙ୍କ ପୁଅଙ୍କୁ ଗିରଫ କରିଛି ଏସଆଇଟି । ଏଚଡି ରେଭାନ୍ନାଙ୍କ ଗିରଫ ଅପହରଣ ମାମଲାରେ ହୋଇଛି । ଅପହରଣ ମାମଲାରେ କୋର୍ଟ ଅଗ୍ରିମ ଜାମିନକୁ ନାମଞ୍ଜୁର କରିବା ପରେ ଏଚଡି ରେଭନ୍ନାଙ୍କୁ ଗିରଫ କରାଯାଇଛି । ଏହି ରେଭନ୍ନା ବର୍ତ୍ତମାନ ସମୟରେ ଜେଡିଏସର ବିଧାୟକ ରହିଛନ୍ତି ।

ରେଭନ୍ନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ବେଙ୍ଗାଲୁରୁ ସ୍ଥିତ ପଦ୍ମନାଭନଗର ଆବାସରୁ ଗିରଫ କରାଯାଇଛି । ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ପାଇଁ ରେଭାନ୍ନାଙ୍କ ଆବେଦନ ବେଙ୍ଗାଲୁରୁ ଅଦାଲତ ଖାରଜ କରିବା ପରେ କର୍ଣ୍ଣାଟକ ପୋଲିସ ତାଙ୍କୁ ହେପାଜପତକୁ ନେଇଛି । ଆଜି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବେ ଗିରଫ ଜେଡିଏସ ବିଧାୟକ ଏଚଡି ରେଭାନ୍ନା । ଏମପି-ଏମଏଲଏ କୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ଏସଆଇଟି ଚଢାଉ ପାଇଁ ଘରକୁ ଯାଇଥିବା ବେଳେ ୧୫ ମିନିଟ ଯାଏଁ ଘର କେହି ଖୋଲିନଥିଲେ । ରେଭାନ୍ନା ନିଜେ କବାଟ ଖୋଲି ଏସଆଇଟି ଟିମକୁ ଘରକୁ ନେଇଥିଲେ ।

ସୂଚନାଯୋଗ୍ୟ, ଅଭିଯୋଗ କରିଥିବା ମହିଳା ଜଣକ ସମ୍ପୃକ୍ତ ବିଧାୟକଙ୍କ ଘରେ ୫ ବର୍ଷ ଧରି କାମ କରୁଥିଲେ । ୩ ବର୍ଷ ପୂର୍ବରୁ ସେ ତାଙ୍କ ଘରେ କାମ ଛାଡି ଦେଇଥିଲେ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମୁଖ୍ଯ ଅଭିଯୁକ୍ତ ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ପତ୍ତା ମିଳିନାହିଁ । କିଛିଦିନ ତଳେ ଦେଶ ଛାଡି ଜର୍ମାନୀ ପଳାଇଥିଲେ ପ୍ରଜ୍ଜ୍ୱଳ ରେଭାନ୍ନା । ଅଭିଯୁକ୍ତ ତଥା ହାସନ ଲୋକସଭା ଆସନ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ସିବିଆଇ ବ୍ଲୁ କର୍ଣ୍ଣର ନୋଟିସ କରିବା ସମ୍ଭାବନା ରହିଛି ।  ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି ।  ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ (ଏସ୍‌ଆଇଟି) ଗୁରୁବାର ଏହି ନୋଟିସ ଜାରି କରିଛି । ଏପ୍ରିଲ ୨୬ରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀର ଫ୍ରାଙ୍କଫର୍ଟ ପଳାଇଥିବା ଅଭିଯୋଗ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।  ଗତ ଏପ୍ରିଲ ୨୮ ତାରିଖରେ ପ୍ରାୟ ୩ ହଜାର ସେକ୍ସ କ୍ଲିପ ଥିବା ଭିଡିଓ ଲିକ୍ ହେବା ପରେ ହୋଲେନାରାସିପୁର ଟାଉନ ଥାନାରେ ମାମଲା ଦାୟର ହୋଇଥିଲା । ଜଣେ ୪୭ ବର୍ଷ ବୟସ୍କା ମହିଳା ଉଭୟ ବାପା ଓ ପୁଅଙ୍କ ନାଁରେ ଏତଲା ଦାୟର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.