Below header

ଆରମ୍ଭ ହେଲା ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ର ସୁଟିଂ, ଭାଇରାଲ ହେଉଛି ଭିଡିଓ

ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ ରେ ବରୁଣ ଧୱନ ଏବଂ ଜାହ୍ନବୀ କପୁର ଦେଖିବାକୁ ମିଳିବ ଏକାଠି । ବର୍ତ୍ତମାନ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ର ସୁଟିଂ ଆରମ୍ଭ ହୋଇଛି । ଭିଡିଓ ସେୟାର କରିବା ସମୟରେ କରଣ ଜୋହର ନିଜେ ଏହି ସୂଚନା ଦେଇଛନ୍ତି ।

ଦ୍ୱିତୀୟ ଥର ସିନେ ପରଦାରେ ଏକାଠି ନଜର ଅସେିବେ ବରୁଣ ଧୱନ ଏବଂ ଜାହ୍ନବୀ କପୁର । ତେବେ ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ ରେ ସେମାନଙ୍କୁ ଦେଖିବାକୁ ମିଳିବ ଏକାଠି । ଉଭୟଙ୍କୁ ପୁଣି ଥରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏବେ କରଣ ଜୋହର ତାଙ୍କର ଅପ୍‌କମିଂ ଫିଲ୍ମର ଘୋଷଣା କରିଛନ୍ତି, ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ ଗୁଜବ ସୃଷ୍ଟି ହୋଇଛି । ବର୍ତ୍ତମାନ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ର ସୁଟିଂ ଆରମ୍ଭ ହୋଇଛି । ଭିଡିଓ ସେୟାର କରିବା ସମୟରେ କରଣ ଜୋହର ନିଜେ ଏହି ସୂଚନା ଦେଇଛନ୍ତି ।

କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ସେ ବରୁଣ ଧୱନ, ଜାହ୍ନବୀ କପୁର, ରୋହିତ ସରାଫ, ସାନିଆ ମଲହୋତ୍ରା ଏବଂ ଫିଲ୍ମର ପୁରା ଷ୍ଟାର କାଷ୍ଟଙ୍କ ସହ ସୁଟିଂ ଆରମ୍ଭ କରିବା ପୂର୍ବରୁ ପୂଜା କରୁଥିବା ନଜର ଆସିଛନ୍ତି । ଭିଡିଓରେ ଗ୍ରୁପ୍ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ତେବେ କରଣ ଜୋହର କ୍ୟାପସନ ଲେଖିଛନ୍ତି, ‘ଜଷ୍ଟ ପିୟର ଲଭ୍‌’ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ନିଜ ପରିବାର ସହିତ ସୁଟିଂ ଆରମ୍ଭ … ସେମାନଙ୍କୁ ଭଲ ପାଆନ୍ତୁ ଏବଂ ଆଶୀର୍ବାଦ କରନ୍ତୁ । #Ssktk ସିନେମା ହଲ୍‌, ଏପ୍ରିଲ ୧୮, ୨୦୨୫ ।

ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ରୋମାଣ୍ଟିକ୍ ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ ତିଆରି କରାଯାଉଛି । ଫିଲ୍ମଟି ଏପ୍ରିଲ୍ ୧୮,୨୦୨୫ ରେ ସିନେ ପରଦାରେ ମୁକ୍ତିଲାଭ କରିବ । ତେବେ ବରୁଣ ଧୱନ ମଧ୍ୟ ସେଟ୍‌ର ଏକ ଫଟୋ ସେୟାର କରି, କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଶେଷ ହେବ । ଏହା ସହ କରଣ ଜୋହର ଯେଉଁ ରିଲ୍‌ ସେୟାର କରିଛନ୍ତି, ସେଥିରେ ପୁରା ଷ୍ଟାର କାଷ୍ଟ ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଏହା ବ୍ୟତୀତ ଜାହ୍ନବୀ କପୁରଙ୍କ ପାଖରେ ଆହୁରି ଅନେକ ଫିଲ୍ମ ରହିଛି । ତାଙ୍କୁ ରାଜକୁମାର ରାଓଙ୍କ ସହ ‘ମିଷ୍ଟର ଆଣ୍ଡ ମିସେସ ମାହି’ରେ ଦେଖିବାକୁ ମିଳିବ । ଏହା ସହ ସେ ଜୁନିଅର ଏନଟିଆର ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ଦେବରା’ ସହିତ ତେଲୁଗୁ ଭାଷାରେ ଡେବ୍ୟୁ କରୁଛନ୍ତି । ବରୁଣ ଧୱନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଫିଲ୍ମ ‘ବେବି ଜନ୍’ ରେ ଦେଖିବାକୁ ମିଳିବ । ଏହା ସହ େଓ୍ଵବ୍‌ସିରିଜ୍‌ ‘ସିଟାଡେଲ’ ରେ ପ୍ରଥମ ଥର ପାଇଁ ସାମନ୍ଥା ପ୍ରଭୁଙ୍କ ସହ ବରୁଣ ଧଓ୍ଵନ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ତାଙ୍କୁ ଶ୍ରଦ୍ଧା କପୁରଙ୍କ ସହ ‘ସ୍ତ୍ରୀ ୨’ରେ ମଧ୍ୟ ଦେଖିବାକୁ ମିଳିବ ।

 

View this post on Instagram

 

A post shared by Karan Johar (@karanjohar)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.