ଯୁବପିଢ଼ିଙ୍କ ପାଇଁ ନବୀନଙ୍କ ୫ ଗ୍ୟାରେଣ୍ଟି, ପ୍ରଥମ ଥର ପାଇଁ ଆସିବ ୧ ଲକ୍ଷ କୋଟିର ଯୁବ ବଜେଟ୍

ଯୁବ ପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ ।  ଯୁବବର୍ଗଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ ହେଉଛି ନବୀନଙ୍କ ସ୍ବପ୍ନ । ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି ମୁଖ୍ୟମନ୍ତ୍ରୀ ।  ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ଯୋଜନା ବାବଦରେ ସୂଚନା ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

ଭୁବନେଶ୍ୱର (କେନ୍ୟୁଜ): ଯୁବ ପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ । ଯୁବବର୍ଗଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ ହେଉଛି ନବୀନଙ୍କ ସ୍ବପ୍ନ ।  ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ଯୋଜନା ବାବଦରେ ସୂଚନା ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପି ନିର୍ବାଚନ ଇସ୍ତାହାରରେ ଖୋଜିଲେ ବି ଯୁବପିଢିଙ୍କ ପାଇଁ କିଛି ନାହିଁ ।  ଏହି ସୂଚନା ଦେଇଛନ୍ତି ବିଜେଡି ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ୧ ଲକ୍ଷ କୋଟିର ଯୁବ ବଜେଟ ଆଣିବ ।  ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ । ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।  ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ । ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା । ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି ।  ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି ।  ୮ ହଜାର ସ୍କୁଲ ଓ୧ ହଜାର କଲେଜର ରୂପାନ୍ତରଣ ହୋଇଛି ।  ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛିବୋଲି ପାଣ୍ଡିଆନ୍ କହିଛନ୍ତି ।

Leave A Reply

Your email address will not be published.