ଭାରତୀୟ ରେଳବାଇରେ ୧୨୦୨ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ୧୨୦୨ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୧୨ ରହିଛି ।

ଭାରତୀୟ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ୧୨୦୨ ପଦବୀ ଖାଲି ପଡିଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୧୨ ରହିଛି ।

ପଦବୀ ବିବରଣୀ : ୧୨୦୨

ଆସିଷ୍ଟାଣ୍ଟ ଲୋକୋ ପାଇଲଟ : ୮୨୭
ଟ୍ରେନ ମ୍ୟାନେଜର(ଗୁଡସ ଗାର୍ଡ) : ୩୭୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୧୨, ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍‌ କରିବା ସହିତ ଆଇଟିଆଇ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୪୨ ମଧ୍ୟରେ ହୋଇଥିବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୫୨୦୦ରୁ ୨୦,୨୦୦ ଟଙ୍କା ଦରମା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଆଧାରରେ ହେବ । ଏହାଛଡା ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଆଧାରରେ ହେବ ।

ଆବେଦନ ଶୁଳ୍କ : ଖାଲିପଡିଥିବା ପଦବୀ ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ୫୦୦ ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/ପୂର୍ବତନ ଚାକିରିଆ/ ମହିଳା ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.