ପୁଣେରେ ଭୟଙ୍କର ଦୁର୍ଘଟଣା ! ବିଳମ୍ବିତ ରାତିରେ ଡ୍ୟାମ୍‌ରେ ବୁଡ଼ିଲା ଡଙ୍ଗା; ୫ ମୃତ

ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଡଙ୍ଗା ବୁଡ଼ି ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ ନିକଟସ୍ଥ ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ୫ ଜଣଙ୍କ ସଲିଦ ସମାଧି ହୋଇଛି ।

ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଡଙ୍ଗା ବୁଡ଼ି ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ ନିକଟସ୍ଥ ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ୫ ଜଣଙ୍କ ସଲିଦ ସମାଧି ହୋଇଛି । ଏହି ଘଟଣା ମେ’ ୨୧ ତାରିଖ ବିଳମ୍ବିତ ରାତିରେ ଉଜନୀ ଡ୍ୟାମ୍‌ରେ ଘଟିଛି । ଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ନଦୀରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୁଣେ ଗ୍ରାମାଞ୍ଚଳ ପୋଲିସ ଅଧିକାରୀ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରାଯାଉଛି ।

କହି ରଖୁଛୁ, ମେ’ ୨୧ ତାରିଖ ରାତିରେ ପୁଣେର ଉଜନୀ ଡ୍ୟାମ୍‌ରେ ଏକ ଡଙ୍ଗା ବୁଡ଼ିଯିବାରୁ ଏଥିରେ ଥିବା ୬ ଜଣ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ପୋଲିସ କହିଛି ଯେ ଦୁର୍ଘଟଣାସ୍ଥଳରେ ଏନ୍‌ଡିଆର୍‌ଆଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ରହି ରେସ୍‌କ୍ୟୁ ଏବଂ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏହି ଘଟଣା ସହରଠାରୁ ପାଖାପାଖି ୧୪୦ କିମି ଦୂର ପୁଣେ ଜିଲ୍ଲାରେ ରାତି ସମୟରେ ଘଟିଛି । ତେବେ ଡଙ୍ଗା ବୁଡ଼ିଯିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରବଳ ବେଗରେ ପବନ ଏବଂ ବର୍ଷା ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଇନ୍ଦାପୁର ତହସିଲଦାର ଶ୍ରୀକାନ୍ତ ପାଟିଲ କହିଛନ୍ତି ଯେ ମୃୃତକ ଏବଂ ନିଖୋଜଙ୍କ ମଧ୍ୟରେ ୩ ପୁରୁଷ, ଜଣେ ମହିଳା ଏବଂ ଦୁଇ ଜଣ ଶିଶୁ ଅଛନ୍ତି । ଉକ୍ତ ଡଙ୍ଗାରେ ସହାୟକ ପୋଲିସ ନିରୀକ୍ଷକ ଶ୍ରେଣୀର ଜଣେ ଅଧିକାରୀ ମଧ୍ୟ ଥିଲେ । କିନ୍ତୁ ସେ ଡଙ୍ଗା ବୁଡ଼ିଯିବା କ୍ଷଣି ପହଁରି ପହଁରି ନିଜ ଜୀବନ ରକ୍ଷା କରି ନେଇଥିଲେ । ତହସିଲଦାର କହିଛନ୍ତି କି, ସ୍ଥାନୀୟ ପ୍ରଶାସନ ସହାୟତାରେ ଦୁର୍ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି ।

Leave A Reply

Your email address will not be published.