Below header

ଅର୍ଡର କରିଥିଲେ ପନିର ଟିକ୍କା ସାଣ୍ଡଓ୍ଵିଚ୍‌, ଆସିଲା ଚିକେନ୍‌; ଯୁବତୀ ମାଗିଲେ ୫୦ ଲକ୍ଷ କ୍ଷତିପୂରଣ

ପନିର ଟିକ୍କା ସାଣ୍ଡୱିଚ୍ ବଦଳରେ ଡେଲିଭର ହେଲା ଚିକେନ୍‌ ସାଣ୍ଡଓ୍ଵିଚ୍‌ । ଗୁଜରାଟର ଅହମ୍ମଦାବାଦରୁ ଆସିଛି ଏଭଳି ଏକ ଅଭିଯୋଗ । ଏଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ଅନ୍‌ଲାଇନ ଅର୍ଡରରେ ପନିର ବଦଳରେ ଚିକେନ୍ ଦିଆଯାଇଥିବା ଅଭିଯୋଗ ହୋଇଛି ।

ପନିର ଟିକ୍କା ସାଣ୍ଡୱିଚ୍ ବଦଳରେ ଡେଲିଭର ହେଲା ଚିକେନ୍‌ ସାଣ୍ଡଓ୍ଵିଚ୍‌ । ଗୁଜରାଟର ଅହମ୍ମଦାବାଦରୁ ଆସିଛି ଏଭଳି ଏକ ଅଭିଯୋଗ । ଏଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ଅନ୍‌ଲାଇନ ଅର୍ଡରରେ ପନିର ବଦଳରେ ଚିକେନ୍ ଦିଆଯାଇଥିବା ଅଭିଯୋଗ ହୋଇଛି ।

ନିରାଲି ପରମାର ନାମ୍ନୀ ଯୁବତୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଯେତେବେଳେ ସେ ସାଣ୍ଡୱିଚ୍ ଖାଇଥିଲେ, ତାଙ୍କୁ ନନ୍‌ ଭେଜ୍ ସ୍ୟାଣ୍ଡୱିଚ୍ ଦିଆଯାଇଥିବାର ଅନୁଭବ କରିଥିଲେ । ଏହାପରେ ସେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ବିଭାଗରେ ଏ ନେଇ ଅଭିଯୋଗ କରିଛନ୍ତି ।

ଅନେକ ବାର ଅନ୍‌ଲାଇନ ଫୁଡ୍‌ ଅର୍ଡର ବେଳେ ଲୋକଙ୍କୁ ତିକ୍ତ ଅନୁଭୂତିର ସାମ୍ନା କରିବାକୁ ପଡ଼େ । ଏବେ ଏମିତି ଏକ ଘଟଣା ଅହମ୍ମଦାବାଦରୁ ଆସିଛି । ଏହା ବିଷୟରେ ନିରାଲି ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ଡେପୁଟି ହେଲ୍‌ଥ ଅଫିସରଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଏହି ଘଟଣା ମେ’ ୩ର । ନିରାଲି ନିଜ ଅଫିସ୍‌ରେ ଥିବା ବେଳେ ଜମାଟୋରୁ ଭେଜିଟେବୁଲ ଫୁଡ୍‌ ଅର୍ଡର କରିଥିଲେ । ପିକଅପ୍ ମିଲ୍ସ ବାୟ ଟେରା ନାମକ ଫୁଡ୍‌ ଚେନ୍‌ରୁ ସେ ଏକ ପନିର ଟିକ୍କା ସାଣ୍ଡୱିଚ୍ ଅର୍ଡର କରିଥିଲେ । କିନ୍ତୁ ତାଙ୍କୁ ଭେଜ୍‌ ବଦଳରେ ଚିକେନ୍ ସାଣ୍ଡୱିଚ୍ ଡେଲିଭର କରାଯାଇଥିଲା ।

ତେବେ ପ୍ରଥମେ ସେ ଏହା ଜାଣିପାରି ନ ଥିଲେ । ହେଲେ ଯେତେବେଳେ ସାଣ୍ଡୱିଚ୍ ଖାଇବା ଆରମ୍ଭ କରିଥିଲେ, ଏହା ପନିରଠାରୁ ବହୁତ ଟାଣ ବୋଲି ଅନୁଭବ କରିଥିଲେ । ସନ୍ଦେହ ହେବାରୁ ସାଣ୍ଡଓ୍ଵିଚ୍‌ ଯାଞ୍ଚ କରିଥିଲେ । ଏହି ସମୟରେ ଜାଣିବାକୁ ପାଇଥିଲେ କି, ତାଙ୍କୁ ଭେଜ୍‌ ନୁହେଁ, ବରଂ ଏକ ଚିକେନ୍ ସାଣ୍ଡୱିଚ୍ ଦିଆଯାଇଛି ।

ନିରାଲି ଅଭିଯୋଗ କରିଛନ୍ତି ଯେ ସେ ଶାକାହାରୀ, ଜୀବନରେ କେବେ ବି ନନ୍‌ ଭେଜ୍ ଖାଇ ନ ଥିଲେ । ନିରାଲି ରେଷ୍ଟୁରାଣ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏହି ଘଟଣା ସମ୍ପର୍କରେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ଖାଦ୍ୟ ବିଭାଗ ଅଧିକାରୀ ଭାବିନ ଯୋଶୀ କହିଛନ୍ତି, ମାମଲାର ତଦନ୍ତ ଚାଲିଛି । ଯଦି କୌଣସି ପ୍ରମାଣ ମିଳେ, ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.