Below header

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୬ ମୃତ

ସବାଇ ମାଧେପୁର ଜିଲ୍ଲା ବୋଲେ ଥାନା ଅଞ୍ଚଳରେ ଥିବା ତ୍ରିନେତ୍ର ଗଣେଶଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଗାଡି ଧକ୍କା । ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ସ୍ଥାନୀୟ ହସପିଟାଲକୁ ପଠାଇଛି ।

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ସବାଇ ମାଧେପୁର ଜିଲ୍ଲା ବୋଲେ ଥାନା ଅଞ୍ଚଳରେ ଥିବା ତ୍ରିନେତ୍ର ଗଣେଶଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଗାଡି ଧକ୍କା । ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ସ୍ଥାନୀୟ ହସପିଟାଲକୁ ପଠାଇଛି ।

ଖବର ମୁତାବକ, ଦୁର୍ଘଟଣା ଆଜି ସକାଳ ୭ଟାରେ ହୋଇଛି । ଗୋଟିଏ ପରିବାରର ଲୋକ କାରରେ ରଣଥମ୍ଭୋରରେ ଥିବା ତ୍ରିନେତ୍ର ଗଣେଶଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ବୋଲେ ଥାନା ଅଞ୍ଚଳ ବନାସ ପୋଲ ନିକଟରେ ଏକ ଅଜଣା ଗାଡି କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ କାରରେ ଥିବା ଦୁଇ ବାଳକ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ବିଷୟରେ ଖବର ପାଇଁ ସ୍ଥାନୀୟ ପୋଲିସ ପହଞ୍ଚିଥିଲା । କିନ୍ତୁ ପରିସ୍ଥିତି ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ ମୃତକ ଏବଂ ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ହସପିଟାଲକୁ ପଠାଇଥିଲା । ଡାକ୍ତର ଏମାନଙ୍କ ଭିତରୁ ୬ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣ ବାଳକ ଗୁରୁତର ଥିବା କହିଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ରାଜସ୍ଥାନ ଶିକର ଜିଲ୍ଲାର ବୋଲି ଜଣାପଡିଛି ।

ପୋଲିସ ଦୁର୍ଘଟଣା ବିଷୟରେ ମୃତକଙ୍କ ପରିବାରକୁ ଜଣାଇଦେଇଛି । ଆହତଙ୍କ ପରିଚୟ ଖୋଜୁଛି । ଘଟଣା ବିଷୟରେ ସୂଚନା ପାଇବା ପରେ ଜିଲ୍ଲାଧିକାରୀ ହସପିଟାଲରେ ପହଞ୍ଚିଛନ୍ତି । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ । କେଉଁ ଗାଡି ଟକ୍କର ଦେଇଛି, ତାହା ଏଯାଏଁ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ ରୋଡ଼ର ଝଡ଼ୀପାନୀ ନିକଟରେ ଏସୟୁଭି ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା । ଗାଡ଼ିରେ ୪ ଜଣ ଯୁବକ ଓ ୨ ଜଣ ଯୁବତୀ ଯାତ୍ରା କରୁଥିଲେ । ଏମାନେ ସମସ୍ତେ ସାଙ୍ଗ ହୋଇ ମସୁରୀ ବୁଲିବାକୁ ଆସିଥିଲେ । ବୁଲିବା ପରେ ଡେରାଡୁନ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ହଠାତ୍‌ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖଓିପଡିଥିଲା । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହସପିଟାଲରେ ଭର୍ତ୍ତି ହୋଇଥିଲେ । କଠିନ ପରିଶ୍ରମ ପରେ ଖାଇରୁ ଏମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରକାରୀ ଦଳ ପହଞ୍ଚିବା ବେଳକୁ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ଦୁଇ ଜଣ ଯୁବତୀ ଜୀବିତ ଥିଲେ କିନ୍ତୁ ପରେ ସେମାନଙ୍କ ମୃତ୍ୟୁ ଡାକ୍ତରଖାନାରେ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.