Below header

ପଡୋଶୀର ଦେଢଶାଶୁକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ, ଯୁବକ କଲା ଏମିତି କାଣ୍ଡ

ନିଜ ପତ୍ନୀଙ୍କ ବଡ ଭଉଣୀଙ୍କୁ ଅକ୍ଷୟ ଏକ ପାଖିଆ ଭଲ ପାଇ ଆସୁଥିଲେ । ପୀଡିତାଙ୍କ ବଡ ଭଉଣୀ ବିବାହିତା ହୋଇଥିବା ହେତୁ ସେ ଅଭିଯୁକ୍ତଙ୍କ ଏହି ଭଲ ପାଇବାକୁ ବାରମ୍ବାର ପ୍ରତ୍ୟାଖାନ କରି ଆସୁଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିଲା ଏବଂ ଅଭିଯୁକ୍ତ ଜଣକ ନିଜ ସ୍ତ୍ରୀଙ୍କୁ ମାରିଦେବ ବୋଲି ବାରମ୍ବାର ଧମକ ମଧ୍ୟ ଦେଉଥିଲା ।

ଭୁବନେଶ୍ୱର(କେନ୍ୟୁଜ୍): ସତରେ କି ଯୁଗ ହେଲା । କାନ କଣ ନଶୁଣିଲା । ଯେଉଁ ଘଟଣା ଘଟିଛି ଏହି ରାଜଧାନୀରେ । ପଡୋଶୀଙ୍କ ଦେଢଶାଶୁ ପ୍ରେମରେ ପଡି ଯୁବକ କଲା ଏମିତି କାଣ୍ଡ କିଏ କେବେବି କଳ୍ପନାରେ ସୁଦ୍ଧା ଭାବିନଥିବେ ।

ଅମୀୟ ଏବଂ ଅକ୍ଷୟ ଦୁଇ ପଡୋଶୀ । ଏହାରି ଭିତରେ ଅମୀୟଙ୍କ ଦେଢ ଶାଶୁକୁ ଭଲ ପାଇବାକୁ ଲାଗିଲା ଅକ୍ଷୟ । ବିବାହିତା ଦେଢ ଶାଶୁକୁ ପ୍ରେମ କରି ବସିଲା ପଡୋଶୀ ଅକ୍ଷୟ । ଆଉ ତାପରେ ରସିକିଆ ପ୍ରେମିକ ଯାହା କଲା.. ଶୁଣିଲେ ଛାତି ଥରିଉଠିବ । ଅମୀୟଙ୍କ ସ୍ତ୍ରୀର ବଡ଼ ଭଉଣୀକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ଏବେ ଅକ୍ଷୟ ଘଟାଇଛି ଅମାନବୀୟ କାଣ୍ଡ । ବଡଉଭଣୀ ରାଜି ନହେବାରୁ ସାନ ଭଉଣୀ ବା ଅମୀୟଙ୍କ ସ୍ତ୍ରୀକୁ ଗାଡ଼ି ଚଢାଇ ମାରି ଦେବାକୁ କରିଛି ଉଦ୍ୟମ ।

ରାସ୍ତାରେ ଅମୀୟଙ୍କ ସ୍ତ୍ରୀ ଗାଡି ଚଲାଇ ଯାଉଥିବା ସମୟରେ ସ୍କୁଟିକୁ ପଛ ପାଖରୁ ଧକ୍କା ଦେଇ ଅଧା କିଲୋମିଟର ଘୋଷାଡି ନେଲା ଅଭିଯୁକ୍ତ ଅକ୍ଷୟ । ଏହି ଘଟଣାକୁ ନେଇ ଇନଫୋସିଟି ଥାନା ପୋଲିସ ଅଭିଯୁକ୍ତ ଅକ୍ଷୟ ତଥା ଏକତରଫା ଭଲ ପାଉଥିବା ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ପଟିଆ ରେଲୱେ ଷ୍ଟେସନ ନିକଟରେ ରହୁଥିବା ଅକ୍ଷୟ ବେହେରା ଯିଏ ଜଣେ ଗାଡ଼ି ଡ୍ରାଇଭର ।

ସୂଚନା ମୁତାବକ, ପଡୋଶୀ ଅମୀୟଙ୍କ ପତ୍ନୀଙ୍କ ବଡ ଭଉଣୀକୁ ଅକ୍ଷୟ ଏକପାଖିଆ ଭଲ ପାଇ ଆସୁଥିଲା । ପୀଡିତାଙ୍କ ବଡ ଭଉଣୀ ବିବାହିତା ହୋଇଥିବା ହେତୁ ସେ ଅଭିଯୁକ୍ତଙ୍କ ଏହି ଭଲ ପାଇବାକୁ ବାରମ୍ବାର ପ୍ରତ୍ୟାଖାନ କରି ଆସୁଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗିରହିଥିଲା ଏବଂ ଅଭିଯୁକ୍ତ ଅକ୍ଷୟ ଅମୀୟଙ୍କ ପତ୍ନୀଙ୍କୁ ମାରିଦେବ ବୋଲି ବାରମ୍ବାର ଧମକ ମଧ୍ୟ ଦେଉଥିଲା । କାହିଁକିନା ଏଭଳି ନକରିବାକୁ ଅକ୍ଷୟକୁ ସେ ସବୁବେଳେ ବାରଣ କରିଆସୁଥିଲେ ।

ତେବେ ଏହାକୁ ନେଇ ଗତକାଲି ସନ୍ଧ୍ୟାରେ ପୀଡ଼ିତା ଜଣକ ପଟିଆ ସ୍ଥିତ ନିଜ ଅଫିସ୍ ରୁ ସ୍କୁଟି ଯୋଗେ ଘରକୁ ଫେରିବା ବେଳେ ପଟିଆ-ସିପିଇଟି ରାସ୍ତାରେ, ଅଭିଯୁକ୍ତ ପଡୋଶୀ ଜଣକ ନିଜ ପିକଅପ ଭ୍ୟାନକୁ ଦ୍ରୁତଗତିରେ ଚଳାଇ ଆଣି ପୀଡିତାଙ୍କ ସ୍କୁଟିକୁ ପଛ ପାଖରୁ ଖୁବ୍ ଜୋରସେ ଧକ୍କା ଦେଇଥିଲା । ଯାହା ଫଳରେ ପୀଡ଼ିତା ଜଣକ ସ୍କୁଟି ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ତାଙ୍କୁ ନିଜ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । କିନ୍ତୁ ଭଗବାନଙ୍କ କ୍ରୁପାରୁ ମହିଳା ଜଣଙ୍କ ଗାଡ଼ିରୁ ଛିଟିକି ପଡ଼ି ଆହତ ହୋଇଥିଲେ ।

ଏହି ଘଟଣାକୁ ସ୍ଥାନୀୟ ଲୋକ ଦେଖିବା ପରେ ତୁରନ୍ତ ଅଭିଯୁକ୍ତର ଗାଡ଼ିକୁ ପିଛା କରି ତାକୁ ଅଟକାଇବା ସହିତ ପୀଡ଼ିତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣାରେ ପୀଡିତାଙ୍କ ଡାହାଣ ହାତ ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ, ଇନଫୋସିଟି ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.