Below header

ଦେଶରେ ବଢୁଛି ମମ୍ପ୍ସ ଭାଇରସ ସଂକ୍ରମଣ, ପିଲା ହରାଉଛନ୍ତି ଶ୍ରବଣ ଶକ୍ତି

ତାମିଲନାଡୁରୁ ଆରମ୍ଭ କରି କେରଳ, ରାଜସ୍ଥାନ, ଦିଲଲୀ-ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଦୁଇରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ବେଶି ପ୍ରଭାବିତ କରୁଛି । ଯେଉଁମାନେ ସଂକ୍ରମଣର ଶିକାର ହେଉଛନ୍ତି, ସେମାନେ ବଧିର ହୋଇଯାଉଛନ୍ତି । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିର ଲାଳରୁ ସିଧାସଳଖ ଭାବେ ସଂକ୍ରମଣ ହୋଇଥାଏ । ତେଣୁ ସଂକ୍ରମିତ ବ୍ୟକ୍ତିର ନାକ, ଛେପରୁ ଏହା ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ ।

ଦେଶର ବିଭିନ୍ନ ରାଜ୍ୟରେ ମମ୍ପ୍ସ ଭାଇରସ ବଢିବାରେ ଲାଗିଛି । ତାମିଲନାଡୁରୁ ଆରମ୍ଭ କରି କେରଳ, ରାଜସ୍ଥାନ, ଦିଲଲୀ-ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଏହି ଭାଇରସ ବ୍ୟାପିବାରେ ଲାଗିଛି । ପେରାମାଇକ୍ସୋଭାଇରସ ନାମକ ଭାଇରସ ଯୋଗୁଁ ଏହି ସଂକ୍ରମଣ ରୋଗରେ ପେରୋଟିଡ ଗ୍ଲାଣ୍ଡକୁ ବ୍ୟାପୁଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ ମୁତାବକ, ମମ୍ପସ ଭାଇରସ ମାମଲା ହଠାତ୍‌ ରାଜସ୍ଥାନର ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଜୟପୁରରେ ଏହି ରୋଗର ଗମ୍ଭୀର ପ୍ରଭାବ ପଡିଛି । ଯେଉଁମାନେ ସଂକ୍ରମଣର ଶିକାର ହେଉଛନ୍ତି, ସେମାନେ ବଧିର ହୋଇଯାଉଛନ୍ତି । ଏହି ସଂକ୍ରମଣ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଉଛି । ଦୁଇରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ବେଶି ପ୍ରଭାବିତ କରୁଛି । ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଉଛି ।
ଡାକ୍ତର ଅନେକ ସହରରେ ସତର୍କତା ଜାରି କରି ସଂକ୍ରମଣରୁ ବର୍ତ୍ତିବା ପାଇଁ ସାବଧାନ ରହିବାକୁ ଆବେଦନ କରିଛନ୍ତି ।

ଲକ୍ଷଣ :

ମମ୍ପସ ପ୍ରଥମ ଲକ୍ଷଣ ବହୁତ ହାଲୁକା ଭାବେ ନଜର ଆସିଥାଏ । ସଂକ୍ରମଣ ବଢିଲେ ରୋଗର ବିପଦ ଅଧିକ ବଢିଥାଏ । ପ୍ରଥମରୁ ଗଳା ଫୁଲିବା, ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଦରଜ, ଥକ୍କାପଣ, ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଦିଏ । ରୋଗୀର ପେରୋଟିଡ ଗ୍ରନ୍ଥି ଫୁଲିଯାଏ । ଏହା କାନ ଏବଂ ଥୋଡି ମଧ୍ୟରେ ରହିଥାଏ । ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହି ରୋଗ ଭଲ ହୋଇଯାଏ । କିନ୍ତୁ ଯେଉଁମାନଙ୍କ ଭଲ ହୁଏନାହିଁ, ସେମାନେ ବଧିର ହୋଇଯାଆନ୍ତି । ସେମାନଙ୍କ ଶୁଣିବାର କ୍ଷମତା ଆଉ ଫେରେ ନାହିଁ ।

କେମିତି ଦୂରେଇ ରହିବେ :

ଏହି ଭାଇରସ ସଂକ୍ରମିତ ବ୍ୟକ୍ତିର ଲାଳରୁ ସିଧାସଳଖ ଭାବେ ସଂକ୍ରମଣ ହୋଇଥାଏ । ତେଣୁ ସଂକ୍ରମିତ ବ୍ୟକ୍ତିର ନାକ, ଛେପରୁ ଏହା ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଆପଣ ସଂକ୍ରମିତ ବ୍ୟକ୍ତି ନିକଟରୁ ଯାଇ ଦୂରେଇ ରହିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.