Below header

ସାପକୁ କ୍ଷୀର ପିଆଇବା ଠିକ୍‌ ନା ଭୁଲ, ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଦେବ ସାପକୁ ନିଜ ବେକରେ ରଖିଥାନ୍ତି । ଯେଉଁ କାରଣରୁ ଲୋକମାନଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି । ତେବେ ସାପମାନେ ସତରେ କ୍ଷୀର ପିଅନ୍ତି କି ? ସାପଙ୍କୁ କ୍ଷୀର ପିଆଇବା ଦ୍ୱାରା ଲୋକମାନଙ୍କୁ ପୂଣ୍ୟ ମିଳେ କି ? ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ ।

କେବଳ ଫିଲ୍ମରେ ନୁହେଁ ଅସଲ ଜୀବନରେ ମଧ୍ୟ ଲୋକମାନେ ସାପକୁ କ୍ଷୀର ପିଇବାକୁ ଦିଅନ୍ତି । ନାଗପଞ୍ଚମୀ, ଶିବରାତ୍ରି କିମ୍ବା ଶ୍ରାବଣ ମାସ ସୋମବାରରେ ଏପରି ଦୃଶ୍ୟ ଦେଖିବାକୁ ମିଳେ । ବହୁ ସଂଖ୍ୟକ ଲୋକ ଭକ୍ତିରେ ସାପମାନଙ୍କୁ କ୍ଷୀର ପିଇବାକୁ ଦେଇଥାନ୍ତି । ଏହା ମଧ୍ୟ ସିଧାସଳଖ ହିନ୍ଦୁ ଧର୍ମ ସହିତ ଜଡିତ, କାରଣ ହିନ୍ଦୁ ଧର୍ମରେ ସାପମାନଙ୍କୁ ଦେବତା ଭାବେ ଲୋକମାନେ ବିଶ୍ୱାସ କରନ୍ତି । ମହାଦେବ ସାପକୁ ନିଜ ବେକରେ ରଖିଥାନ୍ତି । ଯେଉଁ କାରଣରୁ ଲୋକମାନଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି । ତେବେ ସାପମାନେ ସତରେ କ୍ଷୀର ପିଅନ୍ତି କି ? ସାପଙ୍କୁ କ୍ଷୀର ପିଆଇବା ଦ୍ୱାରା ଲୋକମାନଙ୍କୁ ପୂଣ୍ୟ ମିଳେ କି ? ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ ।

ସମାଜରେ ଲୋକମାନେ ସାପମାନଙ୍କୁ କ୍ଷୀର ପିଇବାକୁ ଦେବାର ଗଭୀର ବିଶ୍ୱାସ ରହିଛି । ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ସାପମାନେ କ୍ଷୀର ପିଇବାକୁ ଭଲ ପାଆନ୍ତି । କିନ୍ତୁ ବିଜ୍ଞାନ ଅନୁସାରେ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍‌ । ଜୀବବିଜ୍ଞାନୀମାନେ କହିଛନ୍ତି ଯେ ସାପମାନେ କ୍ଷୀର ପିଅନ୍ତି ନାହିଁ । ବିଜ୍ଞାନ ଅନୁଯାୟୀ ସାପ ସରୀସୃପ ପ୍ରଜାତିର ଏକ ମାଂସାହାରୀ ଜୀବ । ସାପ ଖାଦ୍ୟ ପାଇଁ ବେଙ୍ଗ, ମୂଷା, ପକ୍ଷୀମାନଙ୍କର ଅଣ୍ଡା ଏବଂ ଅନ୍ୟ ଜୀବମାନଙ୍କର ମାଂସକୁ ଖାଇଥାଏ । କିନ୍ତୁ ସାପ କେବେ ବି କ୍ଷୀର ପିଇ ନଥାଏ । କିନ୍ତୁ ଲୋକମାନେ ଅନ୍ଧବିଶ୍ୱାସର ଶିକାର ହୋଇ ସାପମାନଙ୍କୁ କ୍ଷୀର ପିଇବାକୁ ଦେଇଥାନ୍ତି ।

ସୂଚନା ଅନୁସାରେ ସାପ ଧରାଳୀମାନେ ଲୋକମାନଙ୍କୁ ସାପ ଦେଖାଇବା ପାଇଁ ସାପମାନଙ୍କୁ ବହୁ ଦିନ ପର୍ଯ୍ୟନ୍ତ ଭୋକିଲା ଓ ଶୋଷିଲା ରଖନ୍ତି । ବହୁଦିନରୁ ସାପ ଭୋକିଲା ଓ ଶୋଷିଲା ଥିବାରୁ ସାମ୍ନାରେ କ୍ଷୀର ଦେଖିବା ପରେ ଏହାକୁ ପିଇଥାନ୍ତି । କିନ୍ତୁ ଏହା ସାପ ମୃତ୍ୟୁର ଏକ ବଡ଼ କାରଣ । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ସାପମାନେ କ୍ଷୀର ପିଇବା ପରେ ଏହି କ୍ଷୀର ସାପମାନଙ୍କ ଫୁସଫୁସକୁ ଯାଇଥାଏ ଏବଂ ପରେ ସାପମାନଙ୍କୁ ନିମୋନିଆ ହୋଇଥାଏ । ଯାହା ପରେ ସାପମାନେ ମରିଯାନ୍ତି । କିନ୍ତୁ ସାଧାରଣ ଲୋକ ଏ ବିଷୟରେ କିଛି ବି ଜାଣି ନାହାନ୍ତି , ତେଣୁ ଅଜାଣତରେ ଲୋକମାନେ ସାପକୁ କ୍ଷୀର ଦେଇଥାନ୍ତି । ଅନ୍ଧବିଶ୍ୱାସର ଶିକାର ହୋଇ ଲୋକମାନେ ଏପରି କରିଥାନ୍ତି, ଯାହା ଫଳରେ ଅନେକ ସାପଙ୍କ ଜୀବନ ଯାଏ ।

ସାପ ଧରାଳୀମାନେ ସାପର ଦାନ୍ତ ଭାଙ୍ଗି ଦିଅନ୍ତି ଏବଂ ତାଙ୍କ ପାଟିକୁ ସିଲେଇ କରନ୍ତି । ଯେଉଁ କାରଣରୁ ସାପମାନେ ଖାଦ୍ୟ ଖାଇ ପାରନ୍ତି ନାହିଁ, ଅନେକ ଦିନ ଭୋକରେ ରହିବା ପରେ ସାପମାନେ ସାମ୍ନାରେ ଯାହା କିଛି ବି ଖାଦ୍ୟଭାବେ ପାଆନ୍ତି, ଖାଇବାକୁ ଲାଗନ୍ତି । ତେବେ ଲୋକମାନେ ଅନ୍ଧବିଶ୍ୱାସର ଶିକାର ହୋଇ ସାପମାନଙ୍କ ସାମ୍ନାରେ କ୍ଷୀର ରଖିଥାନ୍ତି ଏବଂ ସାପ ଏହାକୁ ପିଇବା ପରେ ମୃତ୍ୟୁର ଶିକାର ହୁଏ । ଏହି କ୍ଷୀର ସାପମାନଙ୍କ ପାଇଁ ବିଷ ହୋଇଯାଏ ।

ତେବେ ବନ୍ୟ ଜୀବ ସଂରକ୍ଷଣ ଅଧିନିୟମ ୧୯୭୨ ଅନୁଯାୟୀ ସାପକୁ ମାରିବା କିମ୍ବା ଧରିବା, ଏହାକୁ ବନ୍ଦ ଡବାରେ ରଖିବା , ବିଷ ଦାନ୍ତ ବାହାର କରିବା, ଆଘାତ ଦେବା ଆଇନ ଅନୁଯାୟୀ ଅପରାଧ ଅଟେ। ଏହି ଅଧିନିୟମ ଅନୁଯାୟୀ ପ୍ରଥମ ଥର ସାପ ଧରିବା ପାଇଁ ତିନି ବର୍ଷ ଜେଲ ଏବଂ ୨୫,୦୦୦ ଟଙ୍କା ଜୋରିମାନା ରହିଛି । ଏଥି ସହିତ ଯଦି ଦ୍ୱିତୀୟ ଥର କେହି ବି ସାପ ସହିତ ଧରୁଛନ୍ତି ତେବେ ଦଣ୍ଡ ହିସାବରେ ସାତ ବର୍ଷ କାରାଦଣ୍ଡ ଏବଂ ୨୫,୦୦୦ ଟଙ୍କା ଜୋରିମାନା ରହିଛି । କିନ୍ତୁ ଲୋକମାନେ ଆଇନକୁ ଖାତିିର ନକରି ଏଭଳି ଦଣ୍ଡନୀୟ ଅପରାଧ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.