Below header

ସନ୍ଦେହଜନକ ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ଯାଜପୁର ଜିଲ୍ଲା କୋରାଇ ଥାନା ମାଳିବାଗ ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଯାଜପୁର ରୋଡ଼ : ଯାଜପୁର ଜିଲ୍ଲା କୋରାଇ ଥାନା ମାଳିବାଗ ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ମହିଳା ଦୀପକ କୁମାର ନାଥଙ୍କ ସ୍ତ୍ରୀ ସୀମାରାଣୀ ବୋଲି ଜଣାପଡିଛି । ଯୈାତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତା ସୀମାରାଣୀଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଅଭିଯୋଗ ପାଇବା ପରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତା ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ମୁତାବକ କୋରାଇ ଥାନା ଚାରଦା ଗ୍ରାମର ଉଗ୍ରସେନ ଦାସଙ୍କ ଝିଅ ସୀମାରାଣୀ ଗତ ଦେଢ଼ମାସ ତଳେ ମାଳିବାଗ ଗ୍ରାମର ଦୀପକ କୁମାର ନାଥଙ୍କୁ ପ୍ରେମ ବିବାହ କରିଥିଲେ ।

ହେଲେ ବିବାହର କିଛିଦିନ ପରେ ଶାଶୁଘର ଲୋକେ ଅଧିକ ଯୈାତୁକ ଆଣିବାକୁ ଦାବି କରି ସୀମାରାଣୀଙ୍କୁ ମାରଧର କରିଥିଲେ । ସୀମାରାଣୀ ଏ ସଂପର୍କରେ ନିଜ ବାପଘର ଲୋକଙ୍କୁ ଜଣାଇଥିଲେ । ଏଥିସହିତ ଗତ ୨ ଦିନ ତଳେ ସୀମାରାଣୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିବା ବେଳେ ଗତକାଲି ବାପଘର ଲୋକେ ସୀମାରାଣୀଙ୍କୁ ମୃତ ଅବସ୍ଥାରେ ମେଡ଼ିକାଲରେ ପାଇଥିଲେ ।

ତେବେ ସୀମାରାଣୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ କୋରାଇ ଥାନାରେ ଏତଲା କରିଥିଲେ । ପରେ କୋରାଇ ପୋଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ସୀମାରଣୀଙ୍କ ସ୍ବାମୀ ଦୀପକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତା ସୀମାରାଣୀଙ୍କ ବାପଘର ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.