Below header

ଧନୁଷ ଓ ରଶ୍ମିକାଙ୍କ ଫିଲ୍ମ ‘କୁବେର’ ସୁଟିଂ ସେଟ୍‌ରୁ ଭିଡିଓ ଭାଇରାଲ, ଦୁହେଁ ନଜର ଆସିଲେ ଭିନ୍ନ ଲୁକ୍

ଫିଲ୍ମ 'କୁବେର' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ବୋଲି ଖବର ରହିଛି । ଫିଲ୍ମର ସୁଟିଂ ଏବେ ମଧ୍ୟ ଜାରି ରହିଛି । ତେବେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି । ଖୁବ ଶୀଘ୍ର ଶେଖର କାମମୁଲାଙ୍କ ଏହି ଫିଲ୍ମରେ ଧନୁଷ ଏବଂ ରଶ୍ମିକା ମନ୍ଦାନା ନଜର ଆସିବେ । ନିକଟରେ ଉଭୟ କଳାକାର ମୁମ୍ବାଇର ସୁଟିଂ ସେଟ୍‌ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଥିଲେ ।

ଆଜିକାଲି ଲୋକଙ୍କ ମଧ୍ୟରେ ସାଉଥ୍‌ ସିନେମା ଦେଖିବାର କ୍ରେଜ୍ ବହୁତ ବଢି ଚାଲିଛି । ଏପରି ପରିସ୍ଥିତିରେ ଏବେ ଫିଲ୍ମ ‘କୁବେର’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ବୋଲି ଖବର ରହିଛି । ଫିଲ୍ମର ସୁଟିଂ ଏବେ ମଧ୍ୟ ଜାରି ରହିଛି । ତେବେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି । ଖୁବ ଶୀଘ୍ର ଶେଖର କାମମୁଲାଙ୍କ ଏହି ଫିଲ୍ମରେ ଧନୁଷ ଏବଂ ରଶ୍ମିକା ମନ୍ଦାନା ନଜର ଆସିବେ । ନିକଟରେ ଉଭୟ କଳାକାର ମୁମ୍ବାଇର ସୁଟିଂ ସେଟ୍‌ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଥିଲେ । ଏହି ସମୟରେ ଉଭୟ ଫିଲ୍ମ ପାଇଁ ରେଡି ହୋଇଥିବା ଲୁକରେ ନଜର ଆସିଥିଲେ । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ varindertchawlaରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସେୟାର କରାଯାଇଥିବା ଭିଡିଓରେ ଧନୁଷ ଏବଂ ରଶ୍ମିକା ସେମାନଙ୍କ ସୁଟିଂ ସେଟ୍‌ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି । ତେବେ ଧନୁଷ ଗାଢା ରଙ୍ଗର ସୁଟ୍ ପିନ୍ଧିଥିବାବେଳେ ରଶ୍ମିକା ହାଲୁକା ରଙ୍ଗର ସାଲୱାର୍ ସୁଟ୍ ସେଟ୍ ପିନ୍ଧିଛନ୍ତି । କିନ୍ତୁ ପୂର୍ବରୁ ଦେଖାଯାଉଥିବା ପୋଷ୍ଟର ଠାରୁ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି । କେବଳ ଏତିକି ନୁହେଁ ଅଭିନେତ୍ରୀ ଗୁରୁବାର ସକାଳେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଫିଲ୍ମର ସେଟରୁ ଚନ୍ଦ୍ରଙ୍କ ଫଟୋ ସେୟାର କରିଥିଲେ ।

‘କୁବେର’ ନିର୍ଦ୍ଦେଶକ ଶେଖର କାମମୁଲା ଏବଂ ଧନୁଷଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ କୋଲାବ । ଏହି ନିର୍ଦ୍ଦେଶକ ‘ଗୋଦାବରୀ’, ‘ହାପି ଡେ’ ଏବଂ ‘ଲଭ୍‌ ଷ୍ଟୋରି’ ଭଳି ତେଲୁଗୁ ଫିଲ୍ମ ପାଇଁ ଜଣାଶୁଣା । ତେବେ ଏହି ଫିଲ୍ମରେ ଧନୁଷଙ୍କ ବ୍ୟତୀତ ନାଗାର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଜିମ ସରବଙ୍କ ଭଳି ଅଭିନେତା ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମ ‘କୁବେର’ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ ଯେଉଁଥିରେ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଅନ୍ତର୍ଭୁକ୍ତ ରହିଛି ।

ଚଳିତ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିବା କ୍ୟାପଟେନ ମିଲରରେ ଧନୁଷଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଜଣେ ବ୍ରିଟିଶ ସୈନିକ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଫିଲ୍ମ ‘କୁବେର’ ବ୍ୟତୀତ ସେ ‘ରୟାନ୍’ ନାମକ ଏକ ଫିଲ୍ମରେ ମଧ୍ୟ ନଜର ଆସିପାରନ୍ତି । ଯେଉଁଥିରେ କାଲିଦାସ ଜୟରାମ ଏବଂ ସନ୍ଦୀପ କିଶନ ତାଙ୍କର କୋଷ୍ଟାର ଭାବେ ଦେଖିବାକୁ ମିଳିପାରନ୍ତି । ଗତ ବର୍ଷ ରଣବୀର କପୁରଙ୍କ ସହ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ‘ଆନିମଲ’ରେ ରଶ୍ମିକାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ତେଲୁଗୁ ଫିଲ୍ମ ‘ରେନ୍‌େଓ୍ଵ’ ଏବଂ ‘ଗର୍ଲଫ୍ରେଣ୍ଡ’ ବ୍ୟତୀତ ସେ ସୁକୁମାରଙ୍କ ‘ପୁଷ୍ପା ୨: ଦି ରୁଲ୍‌’ରେ ଅଲ୍ଲୁ ଅର୍ଜୁନଙ୍କ ସହ ନଜର ଆସିବେ । ସେ ହିନ୍ଦୀରେ ‘ଛାବା’ରେ ବିକି କୌଶଲଙ୍କ ସହ ମଧ୍ୟ ନଜର ଆସିବେ ।

 

View this post on Instagram

 

A post shared by Varinder Chawla (@varindertchawla)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.