Below header

ଦିଲ୍ଲୀ: ବିମାନବନ୍ଦରରୁ ଧରାପଡ଼ିଲେ ନକଲି ପାଇଲଟ୍‌, ପିନ୍ଧିଥିଲେ ସିଙ୍ଗାପୁର ଏୟାରଲାଇନ୍ସର ପୋଷାକ, ID କାର୍ଡ ବି ଫେକ୍‌

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ନକଲି ପାଇଲଟ୍‌ ଧରାପଡ଼ିଛନ୍ତି । ଖବରରୁ ଜଣାପଡ଼ିଛି, ଜଣେ ବ୍ୟକ୍ତି ଏଠାରେ ପାଇଲଟ୍‌ ଭଳି ପୋଷାକ ପିନ୍ଧି ବିମାନବନ୍ଦରରେ ବୁଲୁଥିଲେ ।

ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ନକଲି ପାଇଲଟ୍‌ ଧରାପଡ଼ିଛନ୍ତି । ଖବରରୁ ଜଣାପଡ଼ିଛି, ଜଣେ ବ୍ୟକ୍ତି ଏଠାରେ ପାଇଲଟ୍‌ ଭଳି ପୋଷାକ ପିନ୍ଧି ବିମାନବନ୍ଦରରେ ବୁଲୁଥିଲେ । ଯେତେବେଳେ ସନ୍ଦେହ କରି ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ, ସେତେବେଳେ ପୂରା ଘଟଣା ଲୋକଲୋଚନରୁ ଆସିଥିଲା ।

ବର୍ତ୍ତମାନ CISF ନକଲି ପାଇଲଟଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି । ଅଭିଯୁକ୍ତ ହେଉଛନ୍ତି, ୟୁପି ଗୌତମବୁଦ୍ଧ ନଗରର ବାସିନ୍ଦା । ସୂଚନା ଅନୁସାରେ, ଏପ୍ରିଲ୍ ୨୫ରେ ଏୟାରପୋର୍ଟ ସ୍କାଏଓ୍ଵାକ୍‌ ନିକଟରେ ଏହି ବ୍ୟକ୍ତି ପାଇଲଟ୍ ୟୁନିଫର୍ମରେ ବୁଲୁଥିବାର ନଜର ଆସିଥିଲେ । ଯେତେବେଳେ ତାଙ୍କୁ ପଚରାଉଚରା କରାଯାଇଥିଲା, ସେ କହିଥିଲେ ଯେ ସେ ହେଉଛନ୍ତି ସିଙ୍ଗାପୁର ଏୟାରଲାଇନ୍ସର ଜଣେ ପାଇଲଟ୍ । ତାଙ୍କ ବେକରେ ଏକ ଆଇଡି କାର୍ଡ ମଧ୍ୟ ଝୁଲୁଥିଲା ।

ଅଭିଯୁକ୍ତ ୨୪ ବର୍ଷୀୟ ସଙ୍ଗୀତ ସିଂ ବୋଲି ଚିହ୍ନଟ ହୋଇଛନ୍ତି । ସେ ବିଜନେସ୍ କାର୍ଡ ମେକର୍ ଆପ୍ ମାଧ୍ୟମରେ ସିଙ୍ଗାପୁର ଏୟାରଲାଇନ୍ସ ପାଇଲଟଙ୍କର ଏକ ନକଲି ଆଇଡି କାର୍ଡ ତିଆରି କରିଥିଲେ । ଏହାପରେ ଦ୍ୱାରକା ଅଞ୍ଚଳରୁ ପାଇଲଟଙ୍କ ୟୁନିଫର୍ମ କିଣିଥିଲେ । ଘଟଣାର ଅନୁସନ୍ଧାନ ପରେ ଜଣାପଡିଥିଲା କି, ସଙ୍ଗୀତ ସିଂ ୨୦୨୦ରେ ମୁମ୍ବାଇରୁ ବର୍ଷିକିଆ ଆଭିଏସନ ହସ୍ପିଟାଲିଟି କୋର୍ସ କରିଥିଲେ । କିନ୍ତୁ ନିଜ ପରିବାରକୁ ମିଛ କହୁଥିଲେ । ସେ ଜଣେ ପାଇଲଟ ବୋଲି ଘରଲୋକଙ୍କୁ କହୁଥିଲେ ।

ଆଇଡି କାର୍ଡ ଯାଞ୍ଚ ବେଳେ ଏହା ନକଲି ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତ ଅନଲାଇନ୍ ଆପ୍ ମାଧ୍ୟମରେ ନକଲି କାର୍ଡ ତିଆରି କରି ନୂଆଦିଲ୍ଲୀର ସେକ୍ଟର ୯ ଦ୍ୱାରକାରୁ ୟୁନିଫର୍ମ କିଣିଥିଲେ । ବର୍ତ୍ତମାନ ତାଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୮, ୪୭୧ ଅଧୀନରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । CISF ନକଲି ପାଇଲଟଙ୍କୁ ଧରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.