Below header

ପୁଞ୍ଝରେ ଆତଙ୍କବାଦୀ ଆକ୍ରମଣ ଘଟଣା: ଜଣେ ଯବାନ ସହିଦ, ସର୍ଚ୍ଚ ଅପରେସନ ଜୋରଦାର

ଶନିବାର ସନ୍ଧ୍ୟାରେ ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ବାୟୁସେନା କନଭୟ ଉପରକୁ ବଡ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ସଂକଟାପନ୍ନ ଅଛନ୍ତି । ଆଉ ୩ ଜଣଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି । ସେନା ଅଧିକାରୀଙ୍କ ତରଫରୁ ଏହି ସୂଚନା ମିଳିଛି।

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣ । ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ସଂକଟାପନ୍ନ ଅଛନ୍ତି । ଆଉ ୩ ଜଣଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି । ସେନା ଅଧିକାରୀଙ୍କ ତରଫରୁ ଏହି ସୂଚନା ମିଳିଛି।

ଶନିବାର ରାତିରେ ଦୁଇଟି ସେନା ଗାଡ଼ି ଯାଉଥିବା ବେଳେ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ । ପୁଞ୍ଝ ସୁରନକୋଟ ଅଞ୍ଚଳରେ ସେନା ଗାଡ଼ି ଉପରେ ହମଲା କରିଥିଲେ । ଦୁଇଟି ଗାଡ଼ି ଭିତରୁ ଗୋଟିଏ ଇଣ୍ଡିଆନ ଏୟାର ଫୋର୍ସ ଯବାନଙ୍କ ଗାଡ଼ି ଥିଲା । ଆତଙ୍କୀ ହମଲା ପରେ ତୁରନ୍ତ ଆହତ ଯବାନଙ୍କୁ ଉଦ୍ଧମପୁର କମାଣ୍ଡ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାନରେ ଜଣଙ୍କ ମୃତ୍ୟୁ ଘଟିଥିଲ । ଆତଙ୍କୀ ହମଲା ପରେ ତୁରନ୍ତ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ଆର୍ମୀ ଯବାନ । ରାଷ୍ଟ୍ରୀୟ ରାଇଫଲ ଯବାନ ସୁରନକୋଟ ଅଞ୍ଚଳକୁ କର୍ଡନ କରି ଆଣ୍ଟି-ଟେରର ଅପରେସନ ଆରମ୍ଭ କରିଛନ୍ତି। ପୁଞ୍ଝ ଜିଲ୍ଲାରେ ରାଜପଥରେ ଗାଡ଼ିମୋଟର ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଯେପରି ଆତଙ୍କବାଦୀ ଖସି ଯାଇ ନପାରନ୍ତି। ଆତଙ୍କୀ ହମଲା ପରେ ଏହି ଅଞ୍ଚଳରେ ଅଧିକ ଫୋର୍ସ ପହଞ୍ଚିଛନ୍ତି । ଶନିବାର ଏୟାରଫୋର୍ସ ବେସକୁ ଯବାନ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.