Below header

ଆଇସିସି ମହିଳା ଟି୨୦ ବିଶ୍ୱକପ ପାଇଁ ଖେଳସୂଚୀ ଜାରି, ଅକ୍ଟୋବର ୬ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ମହିଳା ଟି୨୦ ବିଶ୍ୱକପ ୨୦୨୪ ଆରମ୍ଭ ଅକ୍ଟୋବର ୩ରୁ ହେବ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଢାକା ଏବଂ ସିଲହଟରେ ଖେଳାଯିବ । ସେହିପରି ସେମିଫାଇନାଲ ମ୍ୟାଚରେ ୧୭ ଏବଂ ୧୮ ଅକ୍ଟୋବରରେ ଖେଳାଯିବ । ଫାଇନାଲ ମ୍ୟାଚ ୨୦ ଅକ୍ଟୋବରକୁ ଢାକାରେ ଖେଳାଯିବ । ୬ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବ ।

ଆଇସିସି ମହିଳା ଟି୨୦ ବିଶ୍ୱକପ ପାଇଁ ଖେଳସୂଚୀ ଜାରି କରିଛି । ଏହି ଟୁର୍ଣ୍ଣାମେଣ୍ଟ ବାଂଲାଦେଶ ଆୟୋଜନ କରୁଛି । ଚଳିତଥର ବିଶ୍ୱକପ ୧୦ଟି ଟିମ୍‌ ଖେଳିବ । ସେହିପରି ୧୯ ଦିନରେ ଫାଇନାଲ ସମେତ ୨୩ଟି ମ୍ୟାଚ ଖେଲିବ । ସମସ୍ତ ୧୦ଟି ଟିମ୍‌ ଦୁଇଟି ଗ୍ରୁପରେ ବିଭକ୍ତ ହେବ । ପ୍ରତି ଗ୍ରୁପରେ ପ୍ରତ୍ୟେକ ଟିମ ୪-୪ ମ୍ୟାଚ ଖେଳିବ । ପ୍ରତ୍ୟେକ ଗ୍ରୁପର ଟିପ୍‌-୨ ଟିମ ସେମିଫାଇନାଲ ପାଇଁ କ୍ୱାଲିଫାଏ କରିବ । ତା’ପରେ ୪ଟି ଟିମ ମଧ୍ୟରେ ପ୍ଲେଅଫ ମ୍ୟାଚ ଖେଳାଯିବ ।

ମହିଳା ଟି୨୦ ବିଶ୍ୱକପ ୨୦୨୪ ଆରମ୍ଭ ଅକ୍ଟୋବର ୩ରୁ ହେବ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଢାକା ଏବଂ ସିଲହଟରେ ଖେଳାଯିବ । ସେହିପରି ସେମିଫାଇନାଲ ମ୍ୟାଚରେ ୧୭ ଏବଂ ୧୮ ଅକ୍ଟୋବରରେ ଖେଳାଯିବ । ଫାଇନାଲ ମ୍ୟାଚ ୨୦ ଅକ୍ଟୋବରକୁ ଢାକାରେ ଖେଳାଯିବ । ଭାରତୀୟ ଟିମ ଥିବା ଗ୍ରୁପରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ କ୍ୱାଲିଫାୟର ୧ ରହିବ । ୬ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବ ।

ଟି୨୦ ବିଶ୍ୱକପ ୨୦୨୪ ଗ୍ରୁପ :

ଗ୍ରୁପ ଏ : ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, କ୍ୱାଲିଫାୟର ୧

ଗ୍ରୁପ ବି : ସାଉଥ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, କ୍ୱାଲିଫାୟର ୨

ମହିଳା ଟି୨୦ ବିଶ୍ୱକପ ଖେଳସୂଚୀ :

୩ ଅକ୍ଟୋବର: ଇଂଲଣ୍ଡ ବନାମ ସାଉଥ ଆଫ୍ରିକା, ଢାକା
୩ ଅକ୍ଟୋବର: ବାଂଲାଦେଶ ବନାମ କ୍ୱାଲିଫାୟର ୨, ଢାକା
୪ ଅକ୍ଟୋବର: ଅଷ୍ଟ୍ରେଲିଆ ବନାମ କ୍ୱାଲିଫାୟର ୧, ସିଲହଟ
୪ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲାଣ୍ଡ, ସିଲହଟ
୫ ଅକ୍ଟୋବର: ସାଉଥ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ, ଢାକା
୫ ଅକ୍ଟୋବର: ବାଂଲାଦେଶ ବନାମ ଇଂଲଣ୍ଡ, ଢାକା
୬ ଅକ୍ଟୋବର: ନ୍ୟୁଜିଲାଣ୍ଡ ବନାମ କ୍ୱାଲିଫାୟର ୧, ସିଲହଟ
୬ ଅକ୍ଟୋବର: ଭାରତ ବନାମ ପାକିସ୍ତାନ, ସିଲହଟ
୭ ଅକ୍ଟୋବର: ୱେଷ୍ଟଇଣ୍ଡିଜ ବନାମ କ୍ୱାଲିଫାୟର ୨, ଢାକା
୮ ଅକ୍ଟୋବର: ଅଷ୍ଟ୍ରେଲିଆ ବନାମ ପାକିସ୍ତାନ, ସିଲହଟ
୯ ଅକ୍ଟୋବର: ବାଂଲାଦେଶ ବନାମ ୱେଷ୍ଟଇଣ୍ଡିଜ ,ଢାକା
୯ ଅକ୍ଟୋବର: ଭାରତ ବନାମ କ୍ୱାଲିଫାୟର ୧, ସିଲହଟ

୧୦ ଅକ୍ଟୋବର : ସାଉଥ ଆଫ୍ରିକା ବନାମ କ୍ୱାଲିଫାୟର ୨, ଢାକା
୧୧ ଅକ୍ଟୋବର: ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ, ସିଲହଟ
୧୧ ଅକ୍ଟୋବର: ପାକିସ୍ତାନ ବନାମ କ୍ୱାଲିଫାୟର ୧, ସିଲହଟ
୧୨ ଅକ୍ଟୋବର: ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ଢାକା
୧୨ ଅକ୍ଟୋବର: ବାଂଲାଦେଶ ବନାମ ସାଉଥ ଆଫ୍ରିକା, ଢାକା
୧୩ ଅକ୍ଟୋବର: ପାକିସ୍ତନ ବନାମ ନ୍ୟୁଜିଲାଣ୍ଡ, ସିଲହଟ
୧୩ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ, ସିଲହଟ
୧୪ ଅକ୍ଟୋବର: ଇଂଲଣ୍ଡ ବନାମ କ୍ୱାଲିଫାୟର୨, ଢାକା
୧୭ ଅକ୍ଟୋବର: ପ୍ରଥମ ସେମିଫାଇନାଲ, ସିଲହଟ
୧୮ ଅକ୍ଟୋବର: ଦ୍ୱିତୀୟ ସେମିଫାଇନାଲ, ଢାକା
୨୦ ଅକ୍ଟୋବର: ଫାଇନାଲ, ଢାକା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.