Below header

ରମାଦେବୀ ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ, ଖରା ପାଇଁ +୩ ଦ୍ୱିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବାକୁ ଦାବି

ବଢି ଚାଲିଛି ତାତି ପରୀକ୍ଷା ଦେବୁ କେମିତି ? ସ୍ଲୋଗାନ ଦେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗେଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ଯୁକ୍ତ ୩ ୨ୟ ବର୍ଷର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରୁଛନ୍ତି ଛାତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ବଢି ଚାଲିଛି ତାତି ପରୀକ୍ଷା ଦେବୁ କେମିତି ? ସ୍ଲୋଗାନ ଦେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗେଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ । ଯୁକ୍ତ ୩ ୨ୟ ବର୍ଷର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରୁଛନ୍ତି ଛାତ୍ରୀ । ଆସନ୍ତା ୩୦ ରୁ ୧୮ ତାରିଖରେ ଅଛି ପରୀକ୍ଷା। ପ୍ରବଳ ଖରା ହେଉଥିବାରୁ ୨୫ରୁ ସବୁ କଲେଜ୍ ସ୍କୁଲ ବନ୍ଦ ରହିଛି କିନ୍ତୁ ଆମ କଲେଜ ଛୁଟି ବଦଳରେ ପରୀକ୍ଷା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପ୍ରବଳ ଖରା ଯୋଗୁଁ ବିଶ୍ବବିଦ୍ୟାଳୟ ଆସି ପରୀକ୍ଷା ଦେବା ସମ୍ଭବପର ନୁହେଁ । ଗତକାଲି କୂଳପତିଙ୍କ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିବାବେଳେ ଆଜି ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବସିଛନ୍ତି ଛାତ୍ରୀମାନେ।

ସେପଟେ ଆସନ୍ତା ୫ ଦିନ ରାଜ୍ଯରେ ହେବ ଅସମ୍ଭାଳ ତାତି । ଆକାଶରୁ ବର୍ଷିବ ନିଆଁ । ଆଜି ଓ କାଲି ପ୍ରଚଣ୍ଡ ଖରା ପାଇଁ ରେଡ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସଭିୟରରୁ ସିଭିୟର ହିଟ୍ଓ୍ବେଭ୍ ପାଇଁ ୯ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ମଧ୍ୟ ରାଜ୍ୟରେ ଏକ ଅସହ୍ୟ ପାଣିପାଗ ସ୍ଥିତି ଉପୁଜିବ। ଏଥିପାଇଁ ୧୫ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୮ ଏବଂ ୨୯ ତାରିଖରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ୩୦ଟି ଯାକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.