Below header

ଚୁନାଘାଟିରେ ଭୟଙ୍କର ଦୁର୍ଘଟଣା: ବ୍ରେକ୍ ଫେଲ୍‌ ଯୋଗୁ ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଡ୍ରାଇଭର ମୃତ

ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଚୁନାଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଛି । ମଧ୍ୟ ରାତ୍ରୀରେ ହୋଇଛି ଦୁର୍ଘଟଣା । ଘାଟିରେ ବ୍ରେକ୍ ଫେଲ୍‌ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ।

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଚୁନାଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଛି ।  ମଧ୍ୟ ରାତ୍ରୀରେ ହୋଇଛି ଦୁର୍ଘଟଣା ।  ଘାଟିରେ ବ୍ରେକ୍ ଫେଲ୍‌ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ।  ଫଳରେ ଧକ୍କା ଦେଇଥିବା ଟ୍ରକ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତା’ ଭିତରେ ଡ୍ରାଇଭର ଓ ହେଲପର ଚାପି ହୋଇ ରହି ଯାଇଥିଲେ।

ଖବର ପାଇ ତୁରନ୍ତ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ଟ୍ରକ୍‌କୁ କାଟି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ବାହାର କରାଯାଇଥିଲା। ମାତ୍ର ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଡ୍ରାଇଭର ଓ ହେଲପରଙ୍କ ପରିଚୟ ମିଳିନି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.