Below header

ବିବାହ ଋତୁରେ ଚମକୁଛି ସୁନା, ଏଠାରେ ଚେକ୍ କରନ୍ତୁ ୧୦ ଗ୍ରାମକୁ କେତେ ଅଛି ଦାମ୍

ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୫୯୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୫୪୦ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୫୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୫୯୦ ହୋଇଛି ।

ବିବାହ ଋତୁ ଆସୁଥିବାରୁ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୫୯୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୫୪୦ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୫୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୫୯୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୬,୫୪୦ ଟଙ୍କା ଓ ୭୨,୫୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୬,୬୯୦ ଟଙ୍କା ଓ ୭୨,୭୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୭,୫୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୩,୬୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୬,୫୪୦ ଟଙ୍କା ଓ ୭୨,୫୯୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୩ ହଜାର ୪୦୦ ଟଙ୍କା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.