Below header

ମାସ ଆରମ୍ଭରୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି, କମିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌

ମେ ମାସ ଆରମ୍ଭରୁ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଆହୁରି ଶସ୍ତା ହୋଇଯାଇଛି ।

ନୂଆଦିଲ୍ଲୀ : ମେ ମାସ ଆରମ୍ଭରୁ ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଦିଲ୍ଲୀ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଆହୁରି ଶସ୍ତା ହୋଇଯାଇଛି । ତୈଳ କମ୍ପାନୀମାନେ ଲଗାତର ଦ୍ୱିତୀୟ ମାସରେ ଏଲପିଜି ସିଲିଣ୍ଡର ଦାମରେ କଟ୍ କରିଛନ୍ତି । ଦେଶରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ସିଲିଣ୍ଡର ଦାମରେ ୧୯-୨୦ ଟଙ୍କା ହ୍ରାସ ପାଇଛି । ଆଇସିଏଲ ୱେବସାଇଟରେ ମେ ପହିଲାରୁ ଲାଗୁ ହୋଇଥିବା ସିଲିଣ୍ଡରର ନୂଆ ଦର ବାବଦରେ ଅପଡେଟ୍ ଦିଆଯାଇଛି ।

ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁଯାୟୀ, ମେ ୧ ରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୯ ଟଙ୍କା ହ୍ରାସ କରାଯାଇଛି ଏବଂ ଏହାର ମୂଲ୍ୟ ୧୭୬୪.୫୦ ରୁ ୧୭୪୫.୫୯ ଟଙ୍କାକୁ ଖସି ଆସିଛି। ସେହିଭଳି ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୧୭.୫୦ ରୁ ୧୬୯୭.୫୦ ଟଙ୍କା ହ୍ରାସ ପାଇଛି । ଚେନ୍ନାଇରେ ମଧ୍ୟ ଏହି ସିଲିଣ୍ଡର ୧୯ ଟଙ୍କା ଶସ୍ତା ହୋଇଛି ଏବଂ ଏହାର ମୂଲ୍ୟ ୧୯୩୦ ରୁ ୧୯୧୧ ଟଙ୍କା କମିଛି । କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧ ଟଙ୍କା ଅଧିକ ଅର୍ଥାତ ୨୦ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ସିଲିଣ୍ଡରର ମୂଲ୍ୟ ୧୮୭୯ ଟଙ୍କା ରହିଥିବା ବେଳେ ଏବେ ସେଠାରେ ୧୮୫୯ ଟଙ୍କାରେ ପହଞ୍ଚି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.