Below header

ବାରାଣସୀ: ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହେଲା ବ୍ରେନ୍‌ ଷ୍ଟ୍ରୋକ୍‌, ୩୨ ବର୍ଷୀୟ ଯୁବକ ମୃତ

ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଉତ୍ତର ପ୍ରଦେଶ ବାରାଣସୀର ଏକ ଜିମ୍‌ରେ । ଏଠାରେ ସିଦ୍ଧଗିରି ଅଞ୍ଚଳରେ ଥିବା ଏକ ଜିମ୍‌ରେ ବ୍ୟାୟାମ କରୁଥିଲେ ଜଣେ ୩୨ ବର୍ଷୀୟ ଯୁବକ । ହେଲେ ଏହି ସମୟରେ ହଠାତ୍‌ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ ।

ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଉତ୍ତର ପ୍ରଦେଶ ବାରାଣସୀର ଏକ ଜିମ୍‌ରେ । ଏଠାରେ ସିଦ୍ଧଗିରି ଅଞ୍ଚଳରେ ଥିବା ଏକ ଜିମ୍‌ରେ ବ୍ୟାୟାମ କରୁଥିଲେ ଜଣେ ୩୨ ବର୍ଷୀୟ ଯୁବକ । ହେଲେ ଏହି ସମୟରେ ହଠାତ୍‌ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ । ଯୁବକଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ମୁତାବକ, ମୃତ ୩୨ ବର୍ଷୀୟ ଯୁବକ ହେଲେ ଦୀପକ ଗୁପ୍ତା । ସେ ବାରାଣସୀ ଚେତଗଞ୍ଜର ପିୟରୀ ଅଞ୍ଚଳର ବାସିନ୍ଦା ଥିଲେ । ଦୀପକ ବଡି ବିଲ୍ଡିଂ କରୁଥିଲେ । ପ୍ରତିଦିନ ଭଳି ଗୁରୁବାର ସକାଳେ ମଧ୍ୟ ସେ ବ୍ୟାୟାମ କରିବା ପାଇଁ ସିଦ୍ଧଗିରି ବାଗ ଅଞ୍ଚଳରେ ଥିବା ଏକ ଜିମ୍‌କୁ ଆସିଥିଲେ । ହେଲେ ଏଠାରେ ବ୍ୟାୟାମ କରିବା ବେଳେ ହଠାତ୍‌ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେବାରୁ ସେ ମୁଣ୍ଡକୁ ଧରି ବସିପଡ଼ିଥିଲେ । କିଛି ସମୟ ପରେ ଦୀପକ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ସେ ତଳେ ପଡ଼ିଯିବାର ଦେଖି ପାଖରେ ବ୍ୟାୟାମ କରୁଥିବା ଅନ୍ୟ ଯୁବକମାନେ ସଙ୍ଗେ ସଙ୍ଗେ ଦୌଡ଼ି ଆସିଥିଲେ । ଏହି ଘଟଣା ଜିମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।

ଦୀପକଙ୍କୁ ତୁରନ୍ତ ମହମୁର୍‌ଗଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ସେ ଆଖି ବୁଜି ଦେଇଥିଲେ । କୁହାଯାଉଛି ଯେ ବ୍ୟାୟାମ ପରେ ଦୀପକଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା । ତାଙ୍କ ପରିବାରରେ ପତ୍ନୀ ଏବଂ ଦୁଇ ପିଲା ଅଛନ୍ତି । ଦୀପକଙ୍କ ମୃତ୍ୟୁରେ ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ବାରାଣସୀର ମଣିକର୍ଣ୍ଣିକା ଘାଟରେ ଦୀପକଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ଏହିପରି କିଛି ଦିନ ତଳେ ଉତ୍ତର ପ୍ରଦେଶ ମେରଠରେ ମଧ୍ୟ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ନିଜ ଭଉଣୀ ବାହାଘରରେ ନାଚୁଥିବା ବେଳେ ସାନ ଭଉଣୀର ଜୀବନ ଚାଲିଯାଇଥିଲା । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଦେଖାଯାଉଛି ଯେ ସମସ୍ତେ ନାଚୁଥିବା ବେଳେ ୧୯ ବର୍ଷୀୟା ଯୁବତୀଙ୍କୁ ହାର୍ଟଆଟାକ ଆସିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.