Below header

ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୦.୬ ଡିଗ୍ରୀ, ୫ ପରଠାରୁ ରାଜ୍ୟରେ କମିବ ତାତି 

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପ୍ରଚଣ୍ତ ରୌଦ୍ରତାପରେ ପୂରା ଓଡି଼ଶା ଜଳୁଛି ।  ମାତ୍ର କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ତାତି କମିଛି ।  ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୦, କେନ୍ଦୁଝରରେ ୪୦ ଡିଗ୍ରୀ  ପାରଦ ରେକର୍ଡ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରଚଣ୍ତ ରୌଦ୍ରତାପରେ ପୂରା ଓଡି଼ଶା ଜଳୁଛି  ।  ମାତ୍ର କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ତାତି କମିଛି ।  ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି ।  ଝାରସୁଗୁଡ଼ାରେ ୪୦, କେନ୍ଦୁଝରରେ ୪୦ ଡିଗ୍ରୀ  ପାରଦ ରେକର୍ଡ କରାଯାଇଛି ।  ସମ୍ବଲପୁରରେ ୩୯.୭ ଡିଗ୍ରୀ ଥିବା ବେଳେ ହୀରାକୁଦରେ  ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।  ରାଉରକେଲାରେ ୩୮.୪ ଡିଗ୍ରୀ ତାତି ରେକର୍ଡ କରାଯାଇଥିବା ବେଳେ  ଭୁବନେଶ୍ବରରେ ୩୮ ଡିଗ୍ରୀ ରେକର୍ଡ କରାଯାଇଛି  ।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି ଯେ ରାଜ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ଥିବା ବେଳେ ଆଦ୍ରତା ଅଧିକ ରହିବା ।  ସେପଟେ କିନ୍ତୁ ଆଭ୍ୟନ୍ତରିଣ ଓଡିଶା ଓ ପଶ୍ଚିମ ଓଡ଼ିଶା ଜଳିବ । ମାତ୍ର ୫ ତାରିଖ ପରଠାରୁ ପୁରା ରାଜ୍ୟରେ କମିବ ତାପମାତ୍ରା  । ଓଡ଼ିଶା ଉପରି ଭାଗରେ ଏକ ଟ୍ରାପ ଲାଇନ ସହ ବାୟୁର ଗତି ପରିବର୍ତ୍ତନ କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ  କାଳବୈଶାଖୀ ଜନିତ ବର୍ଷା ହେତୁ କମିବ ତାତି ।  ଆଜି ରାଜ୍ୟର କୌଣସି ଜିଲ୍ଲା ପାଇଁ ରେଡ ଆଲର୍ଟ ନାହିଁ  ।  ଆଭ୍ୟନ୍ତରିଣ  ଓଡ଼ିଶାର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.