ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ନିର୍ବାଚନୀ ସଭାକୁ କରିବେ ସମ୍ବୋଧନ

ମାରାଥନ କ୍ୟାମ୍ପେନ କରୁଛନ୍ତି ବିଜେଡି ସୁପ୍ରିମୋ । ଆଜି ସମ୍ବଲପୁରରେ କ୍ୟାମ୍ପେନ କରିବେ । ଅଇଁଠାପାଲି PHD ପଡିଆରେ ଆୟୋଜିତ ହୋଇଛି ନିର୍ବାଚନୀ ସଭା। ଏଥିରେ ସମ୍ବଲପୁର ଓ ରେଙ୍ଗାଲୀର ଜନସାଧାରଣ ଯୋଗ ଦେବେ । ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି l ସମ୍ବଲପୁର ସଭା ସାରି ନାକଟିଦେଉଳ ଆସିବେ। ସେଠାରେ ମଧ୍ୟ ସାଧାରଣସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

ସମ୍ବଲପୁର (କେନ୍ୟୁଜ): ମାରାଥନ କ୍ୟାମ୍ପେନ କରୁଛନ୍ତି ବିଜେଡି ସୁପ୍ରିମୋ । ଆଜି ସମ୍ବଲପୁରରେ କ୍ୟାମ୍ପେନ କରିବେ । ଅଇଁଠାପାଲି PHD ପଡିଆରେ ଆୟୋଜିତ ହୋଇଛି ନିର୍ବାଚନୀ ସଭା। ଏଥିରେ ସମ୍ବଲପୁର ଓ ରେଙ୍ଗାଲୀର ଜନସାଧାରଣ ଯୋଗ ଦେବେ । ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି l ସମ୍ବଲପୁର ସଭା ସାରି ନାକଟିଦେଉଳ ଆସିବେ। ସେଠାରେ ମଧ୍ୟ ସାଧାରଣସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ନବୀନଙ୍କ କାର୍ଯ୍ୟକ୍ରମ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ।

ତେବେ ଗତକାଲି ରାଜଧାନୀ ଭୁବନେଶ୍ବରରେ ମେଗା ରୋଡ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ।  ରୋଡ ସୋ’ ବେଳେ ଜୁଲାଇରୁ ବିଜୁଳି ବିଲ୍ ଫ୍ରି ବୋଲି ଦୋହରାଇଲେ ବିଜେଡି ସୁପ୍ରିମୋ । ହଜାର ହଜାର ଲୋକ ଛକରେ ଛକରେ ଉପସ୍ଥିତ ରହି ନିଜର ପ୍ରିୟ ନେତା ନବୀନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.