Below header

ଜି ଉଦୟଗିରିରେ ବିଜେଡିର ପ୍ରଚାର

ଜି. ଉଦୟଗିରିରେ ଵିଜେଡିର ବିଶାଳ କର୍ମୀ ସମାବେଶ । ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବଡ଼ବାରବାରେ କରଡା, ବଡ଼ବାରବା, ଇନ୍ଦ୍ରଗଡ ଓ ରଣବା ଆଦି ୪ ପଞ୍ଚାୟତର କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି ।

ରାଇକିଆ(କେନ୍ୟୁଜ୍‌): ଜି. ଉଦୟଗିରିରେ ଵିଜେଡିର ବିଶାଳ କର୍ମୀ ସମାବେଶ । ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବଡ଼ବାରବାରେ କରଡା, ବଡ଼ବାରବା, ଇନ୍ଦ୍ରଗଡ ଓ ରଣବା ଆଦି ୪ ପଞ୍ଚାୟତର କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି । ସମାବେଶରେ ଵିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ ।

ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ସମସ୍ତେ ଆଶୀର୍ବାଦ କରିବାକୁ ଡ. ସାମନ୍ତ ନିବେଦନ କରିଥିଲେ । କନ୍ଧମାଳ ଜିଲ୍ଲାକୁ ଏକ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ସହ ଘୁ.ଉଦୟଗିରିକୁ ଉନ୍ନତ ନିର୍ବାଚନମଣ୍ଡଳୀରେ ପରିଣତ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ସହଯୋଗ କରିବାକୁ କହିଥିଲେ। ସମାବେଶରେ କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.