ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା

ଜୁନ ୧ରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ୪୨ ବିଧାନସଭା ସିଟରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ । ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ ୧ରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ୪୨ ବିଧାନସଭା ସିଟରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ । ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଆଳିରୁ ପ୍ରତାପ ଦେବ, କାକଟପୁରରୁ ତୁଷାରକାନ୍ତି ବେହେରା, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ, ଜଳେଶ୍ବରରୁ ଅଶ୍ବିନୀ ପାତ୍ର ନିର୍ବାଚନ ଲଢୁଛନ୍ତି ।

ବାଚସ୍ପତି ପ୍ରମିଳା ମଲ୍ଲିକ ବିଞ୍ଝାରପୁର ଆସନରୁ ନିର୍ବାଚନ ଲଢୁଥିବା ବେଳେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁରରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଭଦ୍ରକ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । ଭଣ୍ଡାରୀପୋଖରୀ ଆସନରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ନିର୍ବାଚନ ଲଢୁଛନ୍ତି । ୨୦୧୯ ନିର୍ବାଚନରେ ୪ ଟି ଲୋକସଭା ଆସନ ଓ ୩୩ଟି ବିଧାନସଭା ଆସନରେ ବିଜେଡି ବାଜି ମାରିଥିଲା । ୨ଟି ଲୋକସଭା ଆସନ ଓ ୯ଟି ବିଧାନସଭା ଆସନ ପାଇଥିଲା ବିଜେପି । ଏବେ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଆସନ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି ଦୁଇ ଦଳ ।

Leave A Reply

Your email address will not be published.