ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆଉ କିଛି ଘଣ୍ଟାର ଅପେକ୍ଷା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ। ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିବ। ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି। ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ। ରାଜ୍ୟ କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ବୈଠକରେ ନାଁ ଘୋଷଣା କରାଯିବ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଆଜି ଓଡ଼ିଶା ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ବିଜେପି ନେତା ସ୍ବାଗତ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସର୍ବସମ୍ମତିକ୍ରମେ ବିଧାୟକ ଦଳ ବୈଠକରେ ଘୋଷଣା କରାଯିବ। କେନ୍ଦ୍ରୀୟ ନେତା ବାଛିଥିବା ନାଁକୁ ଉପସ୍ଥାପନା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ।

ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି। ମନମୋହନ ସାମଲ ମଧ୍ୟ ରେସରେ ଆଗରେ ଅଛନ୍ତି। କେଭି ସିଂଦେଓ, ମୋହନ ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ପ୍ରଭାତୀ ପରିଡ଼ା, ସୁରମା ପାଢ଼ୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ସେହିଭଳି ୨ ଜଣ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହୋଇପାରେ। ବିଧାୟକ ଦଳ ନେତା ଚୟନ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ।

You might also like