Below header

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୨ଟି ରାଜ୍ୟର ୯୪ଟି ଆସନରେ ହେବ ମତଦାନ । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ। ମେ ୭ ତାରିଖରେ ହେବାକୁ ଥିବା ନିର୍ବାଚନରେ ଗୁଜରାଟର ସମସ୍ତ ଲୋକସଭା ଆସନରେ ହେବ ମତଦାନ ।

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୨ଟି ରାଜ୍ୟର ୯୪ଟି ଆସନରେ ହେବ ମତଦାନ । ଇଭିଏମରେ ସିଲ୍ ହେବ ୧୩୫୨ ପ୍ରାର୍ଥୀଙ୍କ ଭାଗ୍ୟ। ମେ ୭ ତାରିଖରେ ହେବାକୁ ଥିବା ନିର୍ବାଚନରେ ଗୁଜରାଟର ସମସ୍ତ ଲୋକସଭା ଆସନରେ ହେବ ମତଦାନ । ଗୁଜରାଟର ୨୬ଟି ଆସନ ରହିଥିବା ବେଳେ ସୁରତ ଆସନରେ ବିଜେପି ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮ଟି ଲେଖାଏଁରେ ଆସନରେ ହେବ ଭୋଟିଂ । ସେହିପରି ଛତିଶଗଡ଼ର ୭ଟି, ବିହାରର ୫ଟି, ପଶ୍ଚିମବଙ୍ଗ ଓ ଆସାମର ୪ଟି ଲେଖାଏଁ ଆସନରେ ହେବ ମତଦାନ । ଗୋଆର ୨ଟି, ଜମ୍ମୁ ଓ କଶ୍ମୀରର ଗୋଟିଏ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଓ ଡିଉ ଲୋକସଭା ଆସନରେ ମତଦାନ କରିବେ ଭୋଟର ।

ତୃତୀୟ ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ । ଅହମଦାବାଦ ଆସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ପଶ୍ଚିମବଙ୍ଗର ବରହମପୁର ଆସନରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିର୍ବାଚନ ଲଢୁଛନ୍ତି । ତାଙ୍କ ବିରୋଧରେ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ୟୁସୁଫ ପଠାନ । ଗୁନା ଆସନରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଦିଶା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରିବେ । ରାଜଗଡ଼ ଆସନରେ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସର ଭେଟେରାନ ଦିଗବିଜୟ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.