ସାରା ରାଜ୍ୟରେ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୩ ଡିଗ୍ରୀ
ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ପାରଦ।

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲାଣି ପାରଦ। ଝାରସୁଗୁଡ଼ାରେ ୪୧.୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଭୁବନେଶ୍ୱରରେ ୪୧.୨ ପାରଦ ଥିବା ବେଳେ ସମ୍ୱଲପୁରରେ ୪୦.୬ ଡିଗ୍ରୀ ସେଲସିୟସ ରହିଛି। ହୀରାକୁଦରେ ୪୦.୪ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆଉ ୨ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ପୂର୍ବପରି ବଳବତ୍ତର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ । କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରେ ହ୍ରାସ ଘଟିବା ସମ୍ଭାବନା ରହିଛି ବୋଲି ପ୍ରେସମିଟ୍ କରି ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।